Advertisment

ରାତି ଅଧରେ ରେଡ୍‌ କଲେ, ହେଲେ ଖାଲି ହାତରେ ଫେରିଲେ...

ଗତକାଲି ବିଳମ୍ବିତ ରାତିରେ ପଦ୍ମପୁରର ଜଣେ ଠିକାଦାରଙ୍କ ଘର ଯାଞ୍ଚ ହୋଇଛି। ରେଡ୍ ପରେ କିଛି ବି ହାତରେ ଲାଗି ନଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Income Tax Raids BJD

Again GST Raid In Poll Bound Padampur

Advertisment

ଗୋଟିଏ ଦିନର ବ୍ୟବଧାନ ପରେ ପୁଣି ପଦ୍ମପୁରରେ ଜିଏସ୍‌ଟି ରେଡ୍ ହୋଇଛି। ଗତକାଲି ବିଳମ୍ବିତ ରାତିରେ ପଦ୍ମପୁରର ଜଣେ ଠିକାଦାରଙ୍କ ଘର ଯାଞ୍ଚ ହୋଇଛି। ପଦ୍ମପୁର ଗଳିପଡ଼ାରେ ଠିକାଦାର ପ୍ରତାପ ପଟ୍ଟନାୟକଙ୍କ ଘରେ ପଦ୍ମପୁର NAC ଓ ଜିଏସ୍‌ଟି ଟିମ୍ ପକ୍ଷରୁ ଯାଞ୍ଚ କରାଯାଇଥିଲା। ତେବେ ଏନେଇ ଏନ୍ଏସି କିମ୍ବା ଜିଏସ୍‌ଟି ଅଧିକାରୀ ବି କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

Advertisment

ରେଡ୍ ପାଇଁ ଆସିଥିବା ଟିମ୍‌ରେ ଥିବା ପଦ୍ମପୁର ଅତିରିକ୍ତ ତହସିଲଦାର କହିଥିଲେ ଯେ, କିଛି ସୂଚନା ମିଳିଥିଲା। ତେଣୁ ଏହି ଆଧାରରେ ରେଡ୍ ହୋଇଛି। ତେବେ କ’ଣ ସୂଚନା ଓ କେଉଁ କାରଣରୁ ଯାଞ୍ଚ ହେଲା ସେନେଇ କିଛି ଅତିରିକ୍ତ ତହସିଲଦାର କହି ନଥାନ୍ତି। ରେଡ୍ ପରେ କିଛି ବି ହାତରେ ଲାଗି ନଥିବା ସେ ଦୋହରାଇଛନ୍ତି।

ଅଧିକ ପଢ଼ନ୍ତୁ: ପଦ୍ମପୁର ଉପନିର୍ବାଚନ: ବଢୁଛି ଚର୍ଚ୍ଚା...ଦଳ ନୁହେଁ ଦୁଇ କଳ କରୁଛନ୍ତି ଫାଇଟ୍‌..!

Advertisment

ଘରେ ମହିଳା ଓ ବୟସ୍କ ଥିବାବେଳେ ରାତି ଅଧରେ ଏପରି ରେଡ୍‌କୁ ନେଇ ପ୍ରତାପଙ୍କ ପରିବାର ପ୍ରଶ୍ନ ଉଠାଇଛନ୍ତି। ଦୁଇ ଦିନ ପୂର୍ବେ ବିଜେପି ନେତାଙ୍କ ଦୋକାନରେ ଜିଏସ୍‌ଟି ରେଡ୍ ହୋଇଥିଲା। ଯାହାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା।

ପଦ୍ମପୁରରେ IT ରେଡ୍‌କୁ କାଉଣ୍ଟର କରି ହୋଇଥିଲା କି ଜିଏସ୍‌ଟି  ରେଡ୍ ? ବିଜେପି ନେତା ଓ ସମର୍ଥକଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ ପଛରେ ଥିଲା କି ରାଜନୈତିକ ଆକ୍ରୋଶ ? ଗତକାଲି ସକାଳେ ପଦ୍ମପୁରରେ ଆଇଟି ରେଡ୍ ପରେ ହଠାତ୍ ସନ୍ଧ୍ୟାରେ ଜିଏସ୍‌ଟି ରେଡ୍‌କୁ ନେଇ ଉଠିଛି ଏଭଳି ପ୍ରଶ୍ନ ।

Advertisment

ପଦ୍ମପୁର ନଗର ବିଜେପି ସଭାପତି ସୁନୀଲ ଅଗ୍ରଓ୍ୱାଲଙ୍କ ଲୁଗା ଦୋକାନ ସହ ମୋଟ ୪ଟି ବ୍ୟବସାୟିକ ପ୍ରତିଷ୍ଠାନକୁ ଯାଇ ଚଢାଉ କରିଥିଲା ଜିଏସ୍‌ଟି। ସନ୍ଧ୍ୟା ୫ରୁ ରାତି ୯ଟା ଯାଏ ହୋଇଥିବା ଏହି ରେଡ୍‌ରୁ ମିଳିଲା କ’ଣ, ସମ୍ପୃକ୍ତ ବ୍ୟବସାୟୀମାନେ ଟ୍ୟାକ୍ସ ଫାଙ୍କିଛନ୍ତି କି ନାହିଁ, ସେ ସମ୍ପର୍କରେ ପୁରା ଚୁପ୍ ଜିଏସ୍‌ଟି ଅଧିକାରୀ।

GST Raid padmapur-bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ