Advertisment

ପ୍ରତାପଙ୍କୁ ସୌମ୍ୟଙ୍କ ପାଲଟା ଉତ୍ତର; ‘ସଚିବ ହୋଇ ରାଜନୀତି କରିପାରିବେ ନାହିଁ’

ସୌମ୍ୟଙ୍କୁ ଟାର୍ଗେଟ କଲେ ପ୍ରତାପ ଦେବ..କହିଲେ, 'ଦଳ ଓ ସରକାର ବିରୋଧରେ ଲେଖିବା ବିଶୃଙ୍ଖଳା'..ପ୍ରତାପଙ୍କୁ କଡ଼ା ଜବାବ ଦେଲେ ସୌମ୍ୟରଂଜନ..

author-image
Manoranjan Behera
ଅଦ୍ୟତନ ହୋଇଛି
undefined

Soumya Ranjan Patnaik & Pratap Dev

ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୁଣି ଘେରିଲା ବିଜେଡି । ବିଧାୟକ ଅରୁଣ ସାହୁ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପରେ ଆଜି ମନ୍ତ୍ରୀ ପ୍ରତାପ ଦେବ ସୌମ୍ୟଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ଦଳରେ ରହି ଦଳ ଓ ସରକାର ବିରୋଧରେ ଲେଖିବା, କହିବା, ଅନୁଶାସନ ଭଙ୍ଗ କରୁଥିବା ଅଭିଯୋଗ କରି ସୌମ୍ୟଙ୍କ ଉପରେ ବର୍ଷିଛନ୍ତି ପ୍ରତାପ ଦେବ ।

Advertisment

ଆଉ କାଉଣ୍ଟରରେ ସୌମ୍ୟରଂଜନ ପ୍ରତାପଙ୍କ ମନ୍ତବ୍ୟର ଗୋଟି ଗୋଟି କରି କଡ଼ା ଜବାବ ଦେବା ସହ 5T ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସଚିବ ହୋଇ ରାଜନୀତି କରିପାରିବେ ନାହିଁ ବୋଲି ସିଧାସିଧା ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି । ପ୍ରତାପ ଓ ସୌମ୍ୟଙ୍କ ମୁହାଁମୁହିଁ ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛି ।

ଗୁରୁବାର ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଅରୁଣ ସାହୁ ସୌମ୍ୟଙ୍କୁ କଟାକ୍ଷ କରିଥିବା ବେଳେ ଗତକାଲି ଟାର୍ଗେଟ କରିଥିଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ଆଜି ପୁଣି ସୌମ୍ୟଙ୍କୁ ଟାର୍ଗେଟ କରିଛନ୍ତି ମନ୍ତ୍ରୀ ପ୍ରତାପ ଦେବ। ସେ କହିଛନ୍ତି, ସୌମ୍ୟ ବାବୁ ଜଣେ ଶିକ୍ଷିତ ଓ ଜ୍ଞାନୀ ଗୁଣି ଲୋକ। ତାଙ୍କୁ ଉପଦେଶ ଦେବା ମୋର କିଛି ଦରକାର ନାହିଁ। ସୌମ୍ୟ ବାବୁ ବିଜୁ ଜନତା ଦଳର ବିଧାୟକ ଅଛନ୍ତି। ବିଜେଡି ବିଧାୟକ ହୋଇ ନିରନ୍ତର ଭାବେ ସରକାର ଓ ଦଳକୁ ସମାଲୋଚନା କରୁଛନ୍ତି। ଯଦି ସମାଲୋଚନା କରିବାର ଅଛି ଦଳରୁ ବାହାରି କରନ୍ତୁ।

Advertisment

ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଲୋକଙ୍କ ପାଖକୁ ଯାଉଛି। ନିର୍ଦ୍ଦିଷ୍ଟ କେଉଁ ବ୍ୟକ୍ତି ବିଶେଷ ଯାଉ ନାହିଁ। ମୁଖ୍ୟମନ୍ତ୍ରୀ ଏହି କଥାକୁ ସ୍ପଷ୍ଟ କରିଛନ୍ତି। ଏତେସବୁ ପରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଓ ସରକାରଙ୍କୁ ସମାଲୋଚନା କରିବା ବିଲକୁଲ ସମୀଚିନ ନୁହେଁ ଓ ଏହା ସମ୍ପୂର୍ଣ୍ଣ ଭୁଲ୍। ଦଳୀୟ ପ୍ଲାଟ ଫର୍ମରେ ରହି ଏକ ପାଖିଆ ଭାବରେ ସୌମ୍ୟ ବାବୁ ସବୁକଥାରେ ସରକାରଙ୍କୁ ସମାଲୋଚନା କରୁଛନ୍ତି। ଏହାକୁ ଆମେ ବ୍ଲାକମେଲିଂ ବୋଲି କହିବା। ଯଦି ସୌମ୍ୟ ବାବୁ କିଛି କହିବାକୁ ଚାହୁଁଛନ୍ତି ତାହାହେଲେ ସେହିକଥା ଫୋରମ ଭିତରେ ଉଠାଇବା କଥା।। କିନ୍ତୁ ସେ ଏପରି କରୁ ନାହାନ୍ତି। ତାହାହେଲେ ସେ ଦଳରେ ନ ରହିବା ଅନୁଚିତ। ଘରେ ଭିତରେ ଥାଇକି ଆଲୋଚନା ଓ ସମାଲୋଚନା କରିବା ଠିକ୍ ନୁହେଁ।

ପ୍ରତାପ ଦେବଙ୍କ ମନ୍ତବ୍ୟ ଉପରେ କଡ଼ା ଜବାବ ଦେଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। ଗଣମାଧ୍ୟମକୁ ସୂଚନା ଦେଇ ସୌମ୍ୟ କହିଛନ୍ତି, ପ୍ରତାପଙ୍କୁ ଧନ୍ୟବାଦ ଦେବି। କାରଣ ମୋ’ କଥା କିଛି ପରିମାଣରେ ତାଙ୍କୁ ଆଘାତ ଦେଉଛି। ପ୍ରତାପ ଦେବ ଯେଉଁ ପରାମର୍ଶ ଦେଇଛନ୍ତି, ତାହା କ’ଣ ବେଦର ଗାର। ମୁଁ ତିନିଟି ଭୂମିକାରେ ଅଛି। ତେଣୁ ଦ୍ୱନ୍ଦ୍ୱ ରହିବା ସ୍ୱାଭାବିକ। ଯାହା ସଂପାଦକୀୟରେ ଲେଖୁଛି, ତାହା କିଭଳି ଅନୁଶାସନ ବାହାରେ ବୁଝିପାରୁନି। ମୁଁ ଦଳ କାହିଁକି ଛାଡ଼ିବି? ନିଲମ୍ବନ ଅଧିକାର ସେମାନଙ୍କର ଅଛି। ଦଳ ଶକ୍ତିଶାଳୀ ଅଛି ବୋଲି ଆମେ ନାହିରେ ତେଲ ଦେଇ ବସିବା ନାହିଁ ବୋଲି ସୌମ୍ୟରଞ୍ଜନ କହିଛନ୍ତି।

BJD Soumya Ranjan Patnaik Odisha Politics Pratap Dev
Advertisment
Advertisment