• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଲୋକସଭା ନିର୍ବାଚନ ଲଢ଼ିବେନି କି ସୋନିଆ ଗାନ୍ଧି ? ଜାତୀୟ ଗଣମାଧ୍ୟମରେ କିଛି ଏଭଳି ଚର୍ଚ୍ଚା ହେଉଛି । ହିମାଚଳ ପ୍ରଦେଶ କିମ୍ବା ରାଜସ୍ଥାନରୁ ସୋନିଆ ଗାନ୍ଧି ରାଜ୍ୟସଭାକୁ ନିର୍ବାଚିତ ହେବା ନେଇ ଖବର ପ୍ରସାରିତ ହେଉଛି । ସୋନିଆଙ୍କ ପାରମ୍ପରିକ ସିଟ୍ ଉତ୍ତରପ୍ରଦେଶ ରାୟବରେଲୀକୁ ପ୍ରିୟଙ୍କାଙ୍କ ପାଇଁ ଛାଡ଼ିବେ ।

ଯଦି ଏପରି ହୁଏ ତାହେଲେ ସୋନିଆ ରାଜ୍ୟସଭାରୁ ପ୍ରତିନିଧିତ୍ୱ କରି ପ୍ରତକ୍ଷ୍ୟ ରାଜନୀତିରୁ ଦୂରେଇ ରହିବେ । ରାୟବରେଲୀ ହେଉଛି କଂଗ୍ରେସ ଓ ଗାନ୍ଧି ପରିବାରର ଗଡ଼ । ୧୯୫୨ରେ ଫିରୋଜ ଗାନ୍ଧି, ତାଙ୍କ ପରେ ଇନ୍ଦିରା ଏବଂ ପରେ ସୋନିଆ ୨୦୦୪ରୁ ଏହାର ପ୍ରତିନିଧିତ୍ୱ କରି ଆସୁଛନ୍ତି । ଯଦି ଏଥର ପ୍ରିୟଙ୍କା ସେଠୁ ଲଢ଼ନ୍ତି ତାହେଲେ ଏହା ହେବ ତାଙ୍କ ପାଇଁ ପ୍ରଥମ ନିର୍ବାଚନ ।

ଏଇ ମାତ୍ର କିଛିଦିନ ତଳେ ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡି ବଡ଼ ଖୁଲାସା କରିଥିଲେ । ରେବନ୍ତ କହିଥିଲେ, ଆସନ୍ତା ନିର୍ବାଚନରେ ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ନିର୍ବାଚନ ଲଢ଼ିବେ । ସୋନିଆ ଗାନ୍ଧି ତେଲେଙ୍ଗାନାରୁ ନିର୍ବାଚନ ଲଢ଼ିବାକୁ ଥିବାବେଳେ ପ୍ରିୟଙ୍କା ଗାନ୍ଧି ରାୟବରେଲିରୁ ନିର୍ବାଚନ ଲଢ଼ିବେ ବୋଲି ସିଧାସିଧା କହିଥିଲେ ରେବନ୍ତ । ପ୍ରେସମିଟ୍‌ ଯୋଗେ ରେବନ୍ତ ରେଡ୍ଡୀ ଏହି ସୂଚନା ଦେବା ସହ ଗଣମାଧ୍ୟମ ଆଗରେ ଆହୁରି ଅନେକ କିଛି କହିଥିଲେ ।

ହେଲେ ରେବନ୍ତ ରେଡିଙ୍କ ଏହି ବଡ଼ ବୟାନ ପରେ ମଧ୍ୟ ସୋନିଆଙ୍କ ୨୦୨୪ ନିର୍ବାଚନ ଲଢ଼ିବା ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ଜାତୀୟ ଗଣମାଧ୍ୟମରେ ସୋନିଆ ନିର୍ବାଚନ ଲଢ଼ିବା ପ୍ରସଙ୍ଗକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି । ହିମାଚଳ ପ୍ରଦେଶ କିମ୍ବା ରାଜସ୍ଥାନରୁ ସୋନିଆ ଗାନ୍ଧି ରାଜ୍ୟସଭାକୁ ନିର୍ବାଚିତ ହେବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି ।