Advertisment

ଜଣେ କହିଲେ ‘ମୋତେ ମନ୍ତ୍ରୀ ନକଲେ ମୁଁ ଇସ୍ତଫା ଦେବି, ଆଉ ଜଣେ କହିଲେ ‘ମୋତେ ମନ୍ତ୍ରୀ ପଦ ନିହାତି ଦରକାର’..!

ତା’ପରେ ଆଉ ଜଣେ ବିଧାୟକ କହିଲେ ଯେ,‘ମୋତେ ମନ୍ତ୍ରୀ ନକଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ତାଙ୍କୁ ଶେଷ କରିଦେବେ’ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Maharashtra Politics

Maharashtra Politics

ଆମେ ସମସ୍ତେ ଜାଣିଛନ୍ତି ମହାରାଷ୍ଟ୍ର ରାଜନୀତି କଥା । ଏଠି ଘଡ଼ିକେ ଘୋଡ଼ା ଛୁଟେ ନୀତିରେ ଚାଲେ ସରକାର । ସକାଳେ ଗୋଟିଏ ସରକାର ଗଢ଼ା ହୋଇଥିବା ବଳେ ସନ୍ଧ୍ୟାରେ ଆଉ କାହା ସରକାର ଚାଲେ । ଏଠି ଦେଖିବାକୁ ମିଳେ ଅନେକ ଟ୍ୱିଷ୍ଟ । ମୁହୁର୍ତ୍ତକ ମଧ୍ୟରେ ଏଠି ମୁଖ୍ୟମନ୍ତ୍ରୀ ବି ବଦଳିଯିବେନି, ତାହା କହିହେବ ନାହିଁ । ତେବେ ହଠାତ୍ ଆମେ ଆଜି ପୁଣି ମହାରାଷ୍ଟ୍ର ରାଜନୀତି କଥା କାହିଁକି କହୁଛୁ, ଆପଣ ଭାବୁଥିବେ । ତେବେ ଏହା ପଛରେ ଏକ ବଡ଼ କାରଣ ରହିଛି ।

Advertisment

ମହାରାଷ୍ଟ୍ର ରାଜନୀତିକୁ ନେଇ ଶିବସେନାର ଜଣେ ବରିଷ୍ଠ ବିଧାୟକଙ୍କ ବୟାନ ଏବେ ଖୁବ୍‌ ଚର୍ଚ୍ଚାରେ। ରାଇଗଡ଼ ବିଧାୟକ ତଥା ଶିବସେନାର ଚିଫ୍‌ ହ୍ୱିପ୍‌ ଭାରତ ଗୋଗାୱାଲେ ବୁଧବାର ଦେଇଛନ୍ତି ଏମିତି କିଛି ବୟାନ । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆଉ ଆପଣ ନହସି ରହିପାରିବେନି ।

ଗୋଗାୱାଲେ କହିଛନ୍ତି, ମହାରାଷ୍ଟ୍ରରେ ଅନେକ ନେତାଙ୍କୁ ମନ୍ତ୍ରୀପଦ ଦିଆଯିବା ପଛରେ ରହିଛି ଅଜବ କାରଣ । ଯେମିତିକି ଜଣେ ନେତା ଆସି କହିଲେ, ‘ମୋତେ ଯଦି ମନ୍ତ୍ରୀ ପଦ ନମିଳେ ତେବେ ମୋ ପତ୍ନୀ ଆତ୍ମହତ୍ୟା କରିଦେବେ’ । ଠିକ୍‌ ସେହିଭଳି ଆଉ ଜଣେ ବିଧାୟକ କହିଲେ ‘ମୋତେ ମନ୍ତ୍ରୀପଦ ନମିଳିଲେ ମୁଁ ବିଧାୟକ ପଦରୁ ଇସ୍ତଫା ଦେଇଦେବି’। ତାପରେ ଆଉ ଜଣେ ବିଧାୟକ ଦାବି କଲେ ଯେ,‘ମୋତେ ମନ୍ତ୍ରୀପଦ ନିହାତି ଦରକାର । ନଚେତ୍‌ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ତାଙ୍କୁ ଶେଷ କରିଦେବେ’

Advertisment

ବୁଧବାର ଏକ ସାଧାରଣ ସଭାରେ ଗୋଗାୱାଲେ ଭାଷଣ ଦେବା ବେଳେ ଏଭଳି କଥା କହିଛନ୍ତି । ସେ ଆହୁରି କହିଛନ୍ତି, ‘ଆଜି ଯଦି ଏକନାଥେ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦରେ ବସିଛନ୍ତି ତେବେ ଏହା ପଛରେ ଏଭଳି କିଛି ବିଧାୟକ ତଥା ନେତାଙ୍କ ହାତ ରହିଛି । ସିନ୍ଦେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ । ମୋ ଭଳି ନେତାଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ପଦରେ ବସିଛନ୍ତି ସିନ୍ଦେ’ ।

ଗୋଗାୱାଲେ ଗତ ୨୦୨୨ରୁ ମନ୍ତ୍ରୀ ହେବା ଅପେକ୍ଷାରେ ରହିଛନ୍ତି । ଯେତେବଳେ ୪୦ ଶିବସେନା ବିଧାୟକ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱକୁ ବିରୋଧ କରି ଦଳରେ ବିଦ୍ରୋହ କରିଥିଲେ । ଆଉ ତାପରେ ଅନାସ୍ଥା ଆଣି ନୂଆ ସରକାର ଗଢ଼ିବା ସହ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ ।

ତେବେ ଗୋଗାୱାଲେ ଆହୁରି କହିଛନ୍ତି ଯେ, ମୋତେ କାହିଁ ଲାଗୁଛି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବେ ବିପଦରେ ଅଛନ୍ତି । ଅର୍ଥାତ୍‌ ତାଙ୍କ ଚୌକି ବିପଦରେ ରହିଛି । ତେଣୁ ମୁଁ ନିଜକୁ ଏଇ ମନ୍ତ୍ରୀପଦ ରେସ୍‌ରୁ ବାଦ୍‌ ଦେଉଛି । 

ଗୋଗାୱାଲେ କହୁକହୁ ଆହୁରି ମଜାଦାର କଥା ମଧ୍ୟ କହିଛନ୍ତି, ସେ କହିଛନ୍ତି ମୁଁ ନିଜକୁ ମନ୍ତ୍ରୀପଦ ରେସ୍‌ରେ ରଖିଥିବା ସହ ମନ୍ତ୍ରୀପଦ ନିଶ୍ଚୟ ପାଇବି ବୋଲି ଆଶାବାଦୀ ଥିଲି । ଏମିତିକି ଶପଥ ଗ୍ରହଣ ସମାରୋହ ପାଇଁ ମୁଁ ନୂଆ ସୁଟ୍‌ ମଧ୍ୟ ଆଗୁଆ ସିଲେଇ କରିସାରିଛି । କିନ୍ତୁ ଏବେ ଏଭଳି ପରିସ୍ଥିତି ଦେଖିବା ପରେ ମୁଁ ନିଜକୁ ମନ୍ତ୍ରୀପଦ ରେସ୍‌ରୁ ବାଦ୍‌ ଦେଉଛି ।

Maharashtra Politics Eknath Shinde
Advertisment
Advertisment