• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସ ଆଣିଛି ବଡ ଅଭିଯୋଗ । ଦଳ କହିଛି ଯେ କଂଗ୍ରେସ ଏବଂ ଯୁବ କଂଗ୍ରେସର ବ୍ୟାଙ୍କ୍‌ ଆକାଉଣ୍ଟକୁ ଫ୍ରିଜ୍ କରିଦିଆଯାଇଛି । ସାମ୍ବାଦିକ ସମ୍ମିଳନୀ କରି ଅଜୟ ମାକେନ୍ ଏହି ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, ଏହି ସବୁ ଆକାଉଣ୍ଟ ଫ୍ରିଜ୍‌ ହେବା ଫଳରେ, ଆମେ କାହାକୁ ଦରମା ଦେଇପାରୁ ନାହୁଁ କିମ୍ବା କୌଣସି ପ୍ରକାର ବିଲ୍‌ ପେମେଣ୍ଟ କରିପାରୁ ନାହୁଁ ।

ଅଜୟ ମାକେନ୍ କହିଛନ୍ତି, 'କଂଗ୍ରେସ ଦଳର ଆକାଉଣ୍ଟ ଫ୍ରିଜ୍ ହୋଇଯାଇଛି । ଆମ ଦେଶରେ ଏବେ ଲକ୍‌ ଡାଉନ୍‌ ହୋଇଛି । ଆମ ଦେଶର ଗଣତନ୍ତ୍ର ସ୍ଥାଣୁ ପାଲିଟିଯାଇଛି । ନିର୍ବାଚନ ତାରିଖ ଘୋଷଣା ପାଇଁ ଆଉ ମାତ୍ର ସପ୍ତାହେ ବାକି ଅଛି । ଠିକ୍‌ ଏହି ସମୟରେ ସରକାର ଏଭଳି ପଦକ୍ଷେପ ନେଇ କ’ଣ ପ୍ରମାଣ କରିବାକୁ ଚାହୁଁଛନ୍ତି ବୋଲି ମାକେନ ପ୍ରଶ୍ନ କରିଛନ୍ତି । ଦେଶର ପ୍ରମୁଖ ଦଳର ଆକାଉଣ୍ଟ ସିଜ୍‌ କରାଯାଉଛି । ଖାଲି ସେତିକି ନୁହେଁ ଇନ୍‌କମ୍‌ଟାକ୍ସ ବିଭାଗ ୨୧୦ କୋଟି ଟଙ୍କାର ରିକଭରୀ ମାଗିଛି । କ’ଣ ଚାଲିଛି ଏ ଦେଶରେ ବୋଲି କଂଗ୍ରେସ ପକ୍ଷରୁ ପ୍ରଶ୍ନ କରିଛନ୍ତି ମାକେନ୍ ।

ଇନ୍‌କମ୍‌ ଟାକ୍ସ ପୈଠ ସହ ମାମଲା ଜଡ଼ିତ

କଂଗ୍ରେସ ନେତା ଆହୁରି କହିଛନ୍ତି ଯେ ୨୦୧୮-୧୯ର ଆୟକର ଦାଖଲ ଆଧାରରେ କୋଟି କୋଟି ଟଙ୍କା ଦାବି କରାଯାଉଛି । ଏହା ଅତ୍ୟନ୍ତ ଲଜ୍ଜାଜନକ ଏବଂ ଏହା ଗଣତନ୍ତ୍ରର ହତ୍ୟା । ଲୋକସଭା ନିର୍ବାଚନ ପୂର୍ବରୁ ଆମ ଆକାଉଣ୍ଟ ଫ୍ରିଜ୍ କରିଦିଆଯାଇଛି । କଂଗ୍ରେସ ଦଳ ସଦସ୍ୟତା ସଂଗ୍ରହ ମାଧ୍ୟମରେ ଯୁବ କଂଗ୍ରେସରୁ ଟଙ୍କା ସଂଗ୍ରହ କରିଥାଏ ଏବଂ ସେଗୁଡିକ ମଧ୍ୟ ଫ୍ରିଜ୍ କରିଦିଆଯାଇଛି ।

ବ୍ୟାଙ୍କରୁ ଟଙ୍କା କାଢ଼ି ପାରୁନି ଦଳ

ମାକେନ୍ କହିଛନ୍ତି ଯେ ଆୟକର ରିଟର୍ଣ୍ଣ ଦାଖଲ କରିବାରେ ଦଳକୁ ବିଳମ୍ବ ହୋଇଛି । କିନ୍ତୁ ୪୫ ଦିନ ପର୍ଯ୍ୟନ୍ତ ଦଳକୁ ସମୟ ଦିଆଯାଇଥିଲା । ଏହାର ଅର୍ଥ ନୁହେଁ ଯେ ଆକାଉଣ୍ଟ ଫ୍ରିଜ୍ କରିଦେବେ । ସେ ଆହୁରି ମଧ୍ୟ କହିଛନ୍ତି, ଆକାଉଣ୍ଟ ଫ୍ରିଜ୍‌ ହେବା ଦ୍ୱାରା ଅନେକ କିଛି ପ୍ରଭାବିତ ହୋଇଛି । ଆମେ ବିଦ୍ୟୁତ୍ ବିଲ୍ ଦେଇ ପାରୁ ନାହୁଁ କି କର୍ମଚାରୀଙ୍କୁ ଦରମା ବି ଦେଇ ପାରୁନୁ । ବ୍ୟାଙ୍କରେ ଟଙ୍କା ଜମା କରି ପାରୁନୁ କି ଟଙ୍କା କାଢ଼ି ପାରୁନୁ । ଏମିତିକି ଘରଭଡ଼ା ବି ଦେଇପାରି ନାହୁଁ ।