Advertisment

‘ମୁଖ୍ୟମନ୍ତ୍ରୀଙ୍କ କାହିଁକି ଏ ଅକ୍ଷମତା...ତାଙ୍କର କ’ଣ ହୋଇଛି, ରାଜ୍ୟବାସୀ ଜାଣିବା ଦରକାର’

5T ସଚିବଙ୍କୁ ବିରୋଧୀ ଟାର୍ଗେଟ ପରେ ଥମୁନି ରାଜନୀତି । ଟ୍ୱିଟ୍ କରି ପ୍ରଶ୍ନ ଉଠାଇଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।

ଅଦ୍ୟତନ ହୋଇଛି
MP Aparajita Sarangi

MP Aparajita Sarangi

Advertisment

5T ସଚିବଙ୍କୁ ବିରୋଧୀ ଟାର୍ଗେଟ ପରେ ଥମୁନି ରାଜନୀତି । ବର୍ତ୍ତମାନ ନବୀନ ବାବୁ ନିଜେ ସବୁଆଡ଼େ ଯାଇ ପାରୁ ନଥିବାରୁ ସେ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ପଠାଉଥିବା ବିଜେଡିର ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ କହିବା ପରେ ଏହାକୁ ନେଇ ଟ୍ୱିଟ କରି ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

Advertisment

ମୁଖ୍ୟମନ୍ତ୍ରୀ ସବୁଆଡେ ଯାଇପାରୁ ନଥିବା ମନ୍ତବ୍ୟକୁ ନେଇ ପ୍ରଶ୍ନ ଉଠାଇବା ସହ ଚିନ୍ତିତ ବୋଲି ଲେଖିଛନ୍ତି । ଏହା ଏକ ଗୁରୁତର ଘଟଣା । କାହିଁକି ଏ ଅକ୍ଷମତା ? ଏହାର କାରଣ କଣ ? ଏ ସମ୍ପର୍କରେ ଓଡିଶାବାସୀ ଜାଣିବାକୁ ଚାହୁଁଛନ୍ତି ବୋଲି ଅପରାଜିତା ଟ୍ୱିଟ୍ କରିଛନ୍ତି । ତେବେ ଏନେଇ ପ୍ରଫୁଲ୍ଲ ସାମଲ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment

ଏହାପୂର୍ବରୁ ଓଡ଼ିଶାର ଶାସନ ବ୍ୟବସ୍ଥା ହାଇଜାକ୍ ହୋଇଥିବା କଥା ଅପରାଜିତା କହିଥିଲେ । ସଚିବ ସ୍ତରର ଅଧିକାରୀ ହାଇଜାକ୍ କରିଛନ୍ତି । 5T ସଚିବ ଭି.କେ. ପାଣ୍ଡିଆନଙ୍କ ନାଁ ନ ନେଇ ଏମିତି ସାଂଘାତିକ ଅଭିଯୋଗ ଆଣିଥିଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସାମ୍ବାଦିକ ସମ୍ମିଳନୀ କରି ଅପରାଜିତା ଆହୁରି ଅଭିଯୋଗ ଆଣିଛନ୍ତି ଯେ, ଓଡ଼ିଶାରେ ବିଚିତ୍ର ଶାସନ ବ୍ୟବସ୍ଥା ଦେଖିବାକୁ ମିଳୁଛି ।

ସେ କହିଛନ୍ତି ଯେ ନିର୍ବାଚିତ ଲୋକ ପ୍ରତିନିଧି ଦେଖିବାକୁ ମିଳୁନାହାନ୍ତି । ସଚିବସ୍ତରର ଅଧିକାରୀ ଉଡାଜାହଜରେ ବୁଲୁଛନ୍ତି, ସବୁଠି ପ୍ରାୟୋଜିତ ସମ୍ବର୍ଦ୍ଧନା ଗ୍ରହଣ କରୁଛନ୍ତି । ସାଧାରଣ ସଭାରେ ସରକାରୀ ପ୍ରକଳ୍ପ ଘୋଷଣା କରୁଛନ୍ତି । ଯାହାକି ଅଲ୍ ଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲର ଉଲ୍ଲଂଘନ ବୋଲି ଅଭିଯୋଗ ଆଣିଛନ୍ତି ଅପରାଜିତା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ବୁଲୁଛନ୍ତି ବୋଲି କହୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ସାଂସଦ ।

Advertisment
CM Naveen Patnaik MP Aparajita Sarangi Odisha Politics VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ