Advertisment

କାହିଁକି ଦେଖାଦିଏ ଆର୍ଥିକ ଓ ପାରିବାରିକ ସଂକଟ; ଜାଣନ୍ତୁ ନିରାକରଣ

ପାରିବାରିକ କଳହ ମୁଖ୍ୟତଃ ରୋଷେଇ ଘର ଏବଂ ଆର୍ଥୀକ ସମସ୍ୟା କାରଣରୁ ଲାଗି ରହିଥାଏ। ଏବେ ଆସନ୍ତୁ ଜାଣିବା ଆଗ୍ନେୟ କୋଣରେ କେଉଁ କାରଣ ଦୋଷତୃଟି ଉତ୍ପନ୍ନ କରିଥାଏ ଓ ଏହାକୁ କିପରି ନିରାକରଣ କରାଯାଇ ପାରିବ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
Vastu Tips For Financial Crisis

Why do financial and family crises occur

ନିଜ ଗୃହର ନିର୍ମାଣ ଶୈଳୀ ଗୃହବାସୀମାନଙ୍କ ଉପରେ ପ୍ରଭାବ ପକାଉଥିବା ବେଳେ ଏହାର ଦିଗ ଓ କୋଣରେ ହେଉଥିବା ଦୋଷତୃଟି ଏହାର ଖରାପ ପ୍ରଭାବକୁ ବହୁଗୁଣିତ କରାଇଥାଏ। ଏହି ଦିଗ ଓ କୋଣ ମଧ୍ୟରୁ ଆଜି ଆଗ୍ନେୟ କୋଣ ବା ଦକ୍ଷିଣ-ପୂର୍ବ କୋଣର ଦୋଷତୃଟି ବିଷୟରେ ଜାଣିବା ଏବଂ ଏହାର ସମାଧାନ କିପରି କରିହେବ ସେ ବିଷୟରେ ସଚେତନ ହେବା। ପାରିବାରିକ କଳହ ମୁଖ୍ୟତଃ ରୋଷେଇ ଘର ଏବଂ ଆର୍ଥୀକ ସମସ୍ୟା କାରଣରୁ ଲାଗି ରହିଥାଏ। ଏବେ ଆସନ୍ତୁ ଜାଣିବା ଆଗ୍ନେୟ କୋଣରେ କେଉଁ କାରଣ ଦୋଷତୃଟି ଉତ୍ପନ୍ନ କରିଥାଏ।

Advertisment

ଅଧିକ ପଢ଼ନ୍ତୁ: ଉତ୍ତର ଦିଗରେ ବାସ୍ତୁଦୋଷ ଆଣିଥାଏ ଘୋର ବିପଦ; ଏମିତି କରନ୍ତୁ ପ୍ରତିକାର

  • ଗୃହର ଦକ୍ଷିଣ-ପୂର୍ବ ବା ଆଗ୍ନେୟ କୋଣ ବଡ ଥିଲେ ଏହି ଦିଗରୁ ଆସୁଥିବା ଉର୍ଜା ଅସନ୍ତୁଳିତ ହେବା କାରଣରୁ ଚୋରୀ, ମାଲି ମକଦ୍ଦମା ଆଦି ଲାଗିରହେ। ଗୃହରେ ମହିଳାମାନଙ୍କ ମଧ୍ୟରେ କଳିଝଗଡା ଲାଗି ରହିଥାଏ।
  • ଗୃହରେ ଅଗ୍ନି କୋଣରେ ରୋଷେଇ ଘର ଥାଇ ଏହାକୁ ଲାଗି କୂଅ ଥିଲେ, ଗୃହସ୍ୱାମୀ ଚଞ୍ଚଳ ସ୍ୱାଭାବର ହୁଅନ୍ତି ଏବଂ ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ଚାପ ଅନୁଭବ କରନ୍ତି। ଶ୍ୱାସଜନିତ ରୋଗରେ ପଡିବାର ମଧ୍ୟ ଦେଖାଯାଏ।
  • ଗୃହର ଅନ୍ୟ କୋଣଗୁଡିକ ତୁଳନାରେ ଯଦି ଆଗ୍ନେୟ କୋଣ କଟି ଯାଇଥାଏ ତେବେ ଗୃହବାସୀଙ୍କ ମଧ୍ୟରେ କଳହ, ଅଗ୍ନିଭୟ ଦେଖାଦିଏ।
  • ଯଦି ଦକ୍ଷିଣ-ଆଗ୍ନେୟ ନିଚ୍ଚା ହୋଇ, ନୈଋତ, ବାୟବ୍ୟ ଓ ଐଶାନ୍ୟ ଉଚ୍ଚା ହେବ ସେହି ଘରେ ଗୃହବାସୀମାନେ ଅସୁସ୍ଥ ଓ ଦରିଦ୍ର ହୋଇଥାନ୍ତି।
  • ଯଦି ଆଗ୍ନେୟ କୋଣ ଉଚ୍ଚା ହୋଇ, ନୈଋତ (ଦିକ୍ଷଣ-ପଶ୍ଚିମ), ବାୟବ୍ୟ (ଉତ୍ତର-ପଶ୍ଚିମ) ଓ ଐଶାନ୍ୟ (ଉତ୍ତର-ପୂର୍ବ) ନିଚ୍ଚା ହେବ ତେବେ ଗୃହବାସୀମାନେ ବଦନାମ ହୋଇଥାନ୍ତି।
  • ଯଦି ଗୃହର ମୁଖ୍ୟ ଦ୍ୱାର ପୂର୍ବ-ଆଗ୍ନେୟ (ଦକ୍ଷିଣ-ପୂର୍ବ)ରେ ଥାଏ ତେବେ ଗୃହରେ ଚୋରୀ ଓ ଅଗ୍ନି ଭୟ ଦେଖାଦିଏ।
  • ଯଦି ଆଗ୍ନେୟ କୋଣର ପୂର୍ବ ପଟ ଉଚ୍ଚ ହୋଇଥାଏ ତେବେ ସମ୍ପତି ନଷ୍ଟ ହେବା ସହିତ ସନ୍ତାନ ପକ୍ଷରୁ କଷ୍ଟ ମିଳିଥାଏ।
  • ଯଦି ଗୃହର ଆଗ୍ନେୟ କୋଣର କେବଳ ଦକ୍ଷିଣ ପଟ ଉଚ୍ଚା ଥାଏ ତେବେ ଗୃହରେ ଝଗଡା ହୁଏ, ଆର୍ଥିକ ସ୍ଥିତି ଖରାପ ସହିତ ପାରିବାରିକ ଅଶାନ୍ତି ଦେଖାଦେଇଥାଏ।
  • ଯଦି ଦକ୍ଷିଣ-ମୁଖୀ ଘର ହୋଇଥାଏ, ପୂର୍ବ-ଉତ୍ତର ସୀମାରେ ନିର୍ମାଣ କାର୍ଯ୍ୟ ହୋଇଥାଏ ତେବେ ଅଗ୍ନି କୋଣକୁ ନେଇ କଷ୍ଟ ସହିବାକୁ ପଡିପାରେ।
  • ଯଦି ପୂର୍ବରେ ଗୃହର ମୁଖ୍ୟଦ୍ୱାର ଥାଇ ଆଗ୍ନେୟ କୋଣରେ କୂଅ ବା ନଳକୂଅ କରାଯାଇଥାଏ ତେବେ ସେହି ଘରେ ଦୁର୍ଘଟଣାଜନିତ କ୍ଷୟକ୍ଷତି ହୋଇଥାଏ।
  • ଆଗ୍ନେୟ କୋଣରେ ଶୌଚାଳୟ କରିବା ଉତିତ ନୁହେଁ। ଏହି ଦିଗରେ ଶୌଚାଳୟ କଲେ ଅକସ୍ମାତ ଧନହାନି ବାରମ୍ବାର ହୋଇ ଗୃହସ୍ୱାମୀ ଉପରେ ଅତ୍ୟଧିକ ମାନସିକ ଚାପ ପଡିଥାଏ।
  • ଆଗ୍ନେୟ କୋଣରେ ସେପ୍ଟି ଟ୍ୟାଙ୍କ୍ ଥିଲେ ଗୃହକର୍ତ୍ତାଙ୍କର ସ୍ୱାସ୍ଥ୍ୟହାନୀ ହୋଇଥାଏ ଏବଂ ସେମାନେ ଅସାଧ୍ୟ୍ୟ ରୋଗରେ ପିଡିତ ହୋଇଥାନ୍ତି।
Advertisment

ଆଗ୍ନେୟ କୋଣର ପ୍ରତିକାର:

ଆଗ୍ନେୟ କୋଣରେ ଦୋଷତୃଟି ଥିଲେ ତୁରନ୍ତ ବାସ୍ତୁବିତ୍‌ଙ୍କ ପରାମର୍ଶ ନେବା ଉଚିତ। ଏହା ସହିତ ନିଜେ ମଧ୍ୟ ଏହି ଉପଚାର ଶିଘ୍ର ଆରମ୍ଭ କରି ନିଅନ୍ତୁ।

  • ଗୃହରେ ପ୍ରଭୁ ଶ୍ରୀଗଣେଷଙ୍କୁ ନିତ୍ୟ ପୂଜା କରିବେ
  • ଗୃହର ମୁଖ୍ୟଦ୍ୱାର ଉପରେ ଭିତରେ ଓ ବାହାରେ ସ୍ୱସ୍ତିକ ଚିହ୍ନ ବିଧି ବିଧାନର ସହ ଲଗାଇବେ
  • ଅଗ୍ନିକୋଣରେ ନାଲି ରଙ୍ଗର ବଲ୍‌ଟିଏ ଜଳାଇବେ
  • ଗୃହରେ ବାସ୍ତୁଦୋଷ ନିରାକରଣ ଯନ୍ତ୍ରଟିଏ ସ୍ଥାପନା କରିବେ
Vastu Tips Vastu Tips For Home
Advertisment
Advertisment