• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ipsita Pradhan

ସାଧାରଣତଃ ଚାଲିବା( ୱାକି°) ଓ ଦୌଡିବା(ରନି°) ଚଳପ୍ରଚଳ ବା ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସ୍ଥାନାନ୍ତର ହେବାର ମାଧ୍ୟମ। କିନ୍ତୁ ଯେହେତୁ ଏହି ଦୁଇଟି କ୍ରିୟା ସମୟରେ ଆମ ଶରୀରର ଅନେକ ମା°ସପେଷୀ ବ୍ୟବହାରରେ ଆସେ ଓ ଶକ୍ତି (energy) ଖର୍ଚ୍ଚ ହୁଏ ତେଣୁ ବ୍ୟାୟାମ ଅର୍ଥରେ ମଧ୍ୟ ବ୍ୟବହାର ହୁଏ। ହେଲେ ଅନ୍ୟ ସବୁ ବ୍ୟାୟାମ ପରି ଚାଲିବା, ଦୌଡିବା ଓ ଜଗି° ଭିତରୁ କେଉଁଟି ନିଜ ପାଇଁ ଦରକାର ଓ ଉପାଦେୟ ଏହାକୁ ନେଇ ସମସ୍ତେ ଦ୍ୱନ୍ଦ୍ୱରେ ରୁହନ୍ତି।

ୱାକି°, ଜଗି° ଓ ରନି° ମଧ୍ୟରେ ଫରକ କ'ଣ:

ଚାଲିବା ହେଉଛି ଏକ ପ୍ରାକୃତିକ ଗତିବିଧି ଯାହା ମଣିଷ ସାଧାରଣତଃ ଧିର ଗତି ପାଇଁ ବ୍ୟବହାର କରେ। ମଣିଷର ଚାଲିବା ପଦ୍ଧତିକୁ "ଇନ୍‌ଭର୍ଟେଡ୍ ପେଣ୍ଡୁଲମ୍" କୁହାଯାଏ। ଚାଲିବା ଆରମ୍ଭ କରିବା ସମୟରେ ଗୋଡଟି ପ୍ରଥମେ ହିପ୍ ଜଏଣ୍ଟ ପାଖରୁ ଆଗକୁ ଝୁଲିବା ଅବସ୍ଥାରେ ବଢେ। ଏବଂ ଭୂମିକୁ ଫେରିବା ସମୟରେ ପ୍ରଥମେ ପାଦର ଗୋଇଠି ଭୂମି ଉପରେ ପଡିବା ପରେ ଯାଇ ପାଦର ଆଙ୍ଗୁଠିଗୁଡିକ ଭୂମିକୁ ଛୁଅନ୍ତି। ଚାଲିବା ସମୟରେ ଗୋଟିଏ ସମୟରେ ମଣିଷର କେବଳ ଗୋଟିଏ ପାଦ ଆଗକୁ ବଢେ, ଗୋଟିଏ ପାଦ ଶୂନ୍ୟରେ ଥିବା ସମୟରେ ଅନ୍ୟଟି ମାଟି ଉପରେ ଥାଏ।

ଦୌଡିବାକୁ ମଣିଷ ସାଧାରଣତଃ ଅଧିକ ବେଗ ପାଇଁ ବ୍ୟବହାର କରେ। ଦୌଡିବା ସମୟରେ ଗୋଟିଏ ମୁହୂର୍ତ୍ତ ଏମିତି ଆସେ ଯେତେବେଳେ ଆମର ଉଭୟ ପାଦ ଭୂମିଠୁ ଛାଡି ଶୂନ୍ୟରେ ଥାଏ ଯାହାକୁ କି ଏରିଆଲ୍ ଫେଜ୍ କୁହାଯାଏ। ଜଗି° ପକ୍ରିୟା ରନି°ର ଅନୁରୂପ ହୋଇଥିଲେ ମଧ୍ୟ ଏହା ରନି°ର ମାଇଲ୍ଡ ବା ଧିର ସ°କରଣ। ୱାକି°କୁ ଆମେ ଅଧିକ ସମୟ ପର୍ଯ୍ୟନ୍ତ କରିପାରିବା କିନ୍ତୁ ରନି° ଦ୍ୱାରା ମଣିଷ ଶୀଘ୍ର ଥକିଯାଏ। ଜଗି°କୁ ମଧ୍ୟ ରନି° ଅପେକ୍ଷା ଅଧିକ ସମୟ ପର୍ଯ୍ୟନ୍ତ କରାଯାଇ ପାରେ।

ଯଦିଓ ୱାକି°, ରନି° ଓ ଜଗି° ତିନୋଟିଯାକ ପ୍ରକ୍ରିୟା ସ୍ୱାସ୍ଥ୍ୟ ପାଇଁ ହିତକର ଓ ତିନୋଟିକୁ ବ୍ୟାୟମ ହିସାବରେ ଗଣାଯାଏ, କିନ୍ତୁ ବିଶେଷଜ୍ଞମାନେ ୱାକି°କୁ ହିଁ ଓଜନହ୍ରାସ ଓ ସ୍ୱାସ୍ଥ୍ୟ ରକ୍ଷା ପାଇଁ ବେଶୀ ଉପାଦେୟ ମାନିଥାନ୍ତି। କାରଣ ଦୈନନ୍ଦିନ କାର୍ଯ୍ୟ ବ୍ୟବସ୍ଥା ଭିତରେ ଯେଉଁଠି ଆମେ ରନି° ଓ ଜଗି° ପାଇଁ ସମୟ ବାହାର କରିବା ସମ୍ଭବ ହୁଏନି, ୱାକି°କୁ ଆମେ ନିତିଦିନିଆ କାମ ଭିତରେ ମଧ୍ୟ କରିପାରୁ ଓ ଏହା ସହଜ ମଧ୍ୟ। କେବଳ ଯେ ଥକା କମଲାଗେ ତା' ନୁହେଁ ରନି° ଓ ଜଗି°ପରି ଏଥିରେ ଟେଣ୍ଡନ୍, ଲିଗାମେଣ୍ଟ କିମ୍ବା ଗଣ୍ଠି (ଜଏଣ୍ଟ) ଗୁଡିକରେ ଆଘାତ ଲାଗେ ନାହିଁ।

ନିୟମିତ ବ୍ୟାୟମ କରୁଥିବା ବ୍ୟକ୍ତି ସାଧାରଣତଃ ୱାକି° କିମ୍ବା ଜଗି°କୁ ୱାର୍ମ୍-ଅପ୍‌ ପାଇଁ ବ୍ୟବହାର କରନ୍ତି। ୱାକି° ଶରୀରକୁ "ଗେଟ୍ ଗୋ" ସିଗ୍‌ନାଲ୍‌ ଦେଇଥାଏ। ଜଗି° ଶରୀରକୁ ଅଧିକ ବେଗ ଓ କଠିନ ପରିଶ୍ରମ ସହ ଖାପଖୁଆଇବା ପାଇଁ ଧୀରେଧୀରେ ପ୍ରସ୍ତୁତ କରେ। କିନ୍ତୁ ୱାର୍ମ-ଅପ୍‌ ନକରି ସିଧା ଦୌଡିବା ବା କଠିନ ବ୍ୟାୟାମ କରିବା ଦ୍ୱାରା ମା°ସପେଶୀ ଆଘାତପ୍ରାପ୍ତ ଓ ସ୍ପ୍ରେନ୍ ହେବାର ଆଶଙ୍କା ଅନେକ ବଢିଯାଏ। ଯଦିଓ ଦୌଡିବା ଓ ଜଗି° ଅପେକ୍ଷା ଚାଲିବା ଦ୍ୱାରା ମଣିଷ ଗୋଟିଏ ଦୂରତାକୁ ପୂରା କରିବା ପାଇଁ ଅଧିକ ସମୟ ନେଇଥାଏ, କିନ୍ତୁ ୱାକି°କୁ ମଣିଷ ଅଧିକ ସମୟ ପର୍ଯ୍ୟନ୍ତ କରିପାରେ।

କେଉଁଥିରେ ଅଧିକ କ୍ୟାଲୋରୀ ବର୍ନ ହୁଏ:

ଯେତେବେଳେ ଆମେ ଚଳପ୍ରଚଳ କିମ୍ବା ଗୋଟିଏ ଜାଗାରୁ ଅନ୍ୟ ଯାଗାକୁ ଯିବା ଛଡା ବ୍ୟାୟାମ କିମ୍ବା ଓଜନ ହ୍ରାସ ପାଇଁ ୱାକି°, ଜଗି° ଓ ରନି°ର ପ୍ରୟୋଗ କରିଥାଉ ସେତେବେଳେ ଏହିସବୁ ପ୍ରକ୍ରିୟା ଦ୍ୱାରା ଶରୀରରୁ କେତେ କ୍ୟାଲୋରୀ ଶକ୍ତି ଖର୍ଚ୍ଚ ହେଉଛି ଓ କେଉଁଥିରେ ଅଧିକ ଖର୍ଚ୍ଚ ହେଉଛି ଜାଣିବା ନିହାତି ଦରକାର।

ଗୋଟିଏ କାର୍ଯ୍ୟ ବା ବ୍ୟାୟାମରେ କେତେ ଶକ୍ତି ବା କ୍ୟାଲୋରୀ ଖର୍ଚ୍ଚ ହେଉଛି ଜାଣିବାର ବା ମାପିବାର ସବୁଠାରୁ ସହଜ ଉପାୟ ହେଉଛି ଆମର ଶ୍ୱାସର ଗତି। ଆମେ ଶ୍ୱାସ ନେବା ସମୟରେ ଅମ୍ଳଜାନ/ ଅକ୍ସିଜେନ୍ ପ୍ରତି ଲିଟର ପିଛା ପ୍ରାୟ ୫ କ୍ୟାଲୋରୀ ଶକ୍ତି ଖର୍ଚ୍ଚ ହୁଏ। ଏବଂ ମଣିଷର ମା°ସପେଶୀ ଯେତେ ଅଧିକ କାମ କରନ୍ତି ଦେହର ଅମ୍ଳଜାନ ଆବଶ୍ୟକତା ବଢେ ଓ ଆମର ନିଶ୍ୱାସ-ପ୍ରଶ୍ୱାସ ଜୋର ଓ ପ୍ରଗାଢ ହୁଏ। କିନ୍ତୁ ଏଥିରେ ଜଣେ ମଣିଷର ଅଭ୍ୟାସ, ଆବଶ୍ୟକତା ଓ ଫିଟନେସ୍‌କୁ ନେଇ ଫରକ ମଧ୍ୟ ଆସିପାରେ। ଯେମିତିକି ଜଣେ ଟ୍ରେଣ୍ଡ୍ ଆଥ୍‌ଲେଟ୍ କିମ୍ବା ଦୌଡାଳିଙ୍କ ସାଧାରଣ ଜଗି°ର ଗତି ଜଣେ ସାଧାରଣ ମଣିଷର ରନି° ବା ଦୌଡିବା ସହ ସମାନ କିମ୍ବା ଅଧିକ ବେଗବାନ ମଧ୍ୟ ହୋଇପାରେ।

ତେଣୁ ୱାକି°, ଜଗି° ଓ ରନି° ସମୟରେ ଶ୍ୱାସ କେତେ ପ୍ରଖର କିମ୍ବା ଅଧିକ ହେଉଛି ତାହା ସେହି ମଣିଷର ମା°ସପେଶୀ ଉପରର ଚାପ, ଟ୍ରେନିଂ ଓ ନିଜ ଫୁସ୍‌ଫୁସ୍‌ର ଅମ୍ଳଜାନ ଚାହିଦା ଉପରେ ନିର୍ଭର କରେ। ସେଥିପାଇଁ ଅନେକ ସମୟରେ ଜଗି° ଓ ରନି° ମଧ୍ୟରେ ସହଜରେ ପାର୍ଥକ୍ୟ ଜାଣିବା ପାଇଁ କୁହାଯାଏ ଯେ ଜଗି° ହେଉଛି ସେହି ଗତି ଯେଉଁଥିରେ ଜଣେ ମଣିଷ ବାର୍ତ୍ତାଳାପ କରିପାରେ। ଅର୍ଥ ଜଗି° ସମୟରେ ମା°ସପେଶୀ କିମ୍ବା ଫୁସ୍‌ଫୁସ୍‌ ଉପରେ ଅମ୍ଳଜାନ ପାଇଁ ସେତେ ବେଶୀ ଯୋର ପଡେ ନାହିଁ।

ଚାଲିବା ବା ୱାକି° ହେଉଛି ଏକ ଅଳ୍ପ ଶକ୍ତି ବା କ୍ୟାଲୋରୀ ଖର୍ଚ୍ଚ ହେଉଥିବା କାର୍ଯ୍ୟ। କିନ୍ତୁ ଚାଲିବାରେ ମଧ୍ୟ ଗତି ବଢିବା ସହ ଆମର ନିଶ୍ୱାସ-ପ୍ରଶ୍ୱାସ ପ୍ରଖର ହୁଏ ଓ ଶରୀରର ଅମ୍ଳଜାନ ଆବଶ୍ୟକତା ବଢିଥାଏ। ଅର୍ଥାତ ଶରୀରର ଉର୍ଜା ଖର୍ଚ୍ଚ ବା କ୍ୟାଲୋରୀ ବର୍ନ ବଢେ। ଏହି ପ୍ରକ୍ରିୟା ସେଇ ପର୍ଯ୍ୟନ୍ତ ଜାରୀ ରୁହେ ଯେପର୍ଯ୍ୟନ୍ତ ଶରୀର ଦ୍ୱାରସୀମା ବା ଶକ୍ତିଖର୍ଚ୍ଚର ଏକ ନିର୍ଦ୍ଦିଷ୍ଟ ସୀମାରେ ନ ପହଞ୍ଚିଚି। ୟା ପରେ ଶରୀରରେ ଅପ୍ଟିମାଇଜେସନ୍ ହୁଏ ଓ ଗାଡି ପରି ମଣିଷର ମଧ୍ୟ ଗିଅର ପରିବର୍ତ୍ତନ ଘଟି, ଚାଲିବା ପ୍ରକ୍ରିୟା ଜଗି° କିମ୍ବା ରନି°ରେ ପରିବର୍ତ୍ତିତ ହୁଏ।

ଜଣେ ବ୍ୟକ୍ତି ଯଦି ୫ କିଲୋମିଟର ପ୍ରତି ଘଣ୍ଟା ହିସାବରେ ଚାଲେ ତାହେଲେ ତା’ର ଅମ୍ଳଜାନର ଆବଶ୍ୟକତା ଜଣେ ସେହି ଗତିରେ ଦୌଡୁଥିବା ବ୍ୟକ୍ତିଠାରୁ ଅଧିକ ହୋଇଥାଏ। ସେଥିପାଇଁ ଯେତେବେଳେ ଚାଲିବାର ଗତି ବଢି ଦ୍ୱାରସୀମାରେ ପହଞ୍ଚେ ତାହା ଆପେ ଜଗି° କିମ୍ବା ରନି°ରେ ପରିବର୍ତ୍ତିତ ହୋଇଯାଏ ଓ ଶରୀରରେ ଶକ୍ତିର ଖର୍ଚ୍ଚ ବା କ୍ୟାଲୋରୀ ବର୍ନ ସାଙ୍ଗେସାଙ୍ଗେ ହ୍ରାସ ପାଏ।

ଶରୀରର ଏହି ଦୃତ ଚାଲିରୁ ଜଗି° ବା ରନି°କୁ ପରିବର୍ତ୍ତନ ହେବା ସମ୍ପୂର୍ଣ୍ଣ ପ୍ରାକୃତିକ, ଏହା ଶରୀରର ଏନର୍ଜି ସେଭି° ବା ଏନର୍ଜି ଅପ୍ଟିମାଇଜେସନ୍। ଯେଉଁମାନେ ନିଜ ଶରୀରର ଓଜନ ନିୟନ୍ତ୍ରଣରେ ରଖିବା ପାଇଁ ଏସବୁ କରନ୍ତି ସେମାନଙ୍କ ପାଇଁ ଏହା ବୁଝିବା ଜରୁରୀ। ଜଣେ ବ୍ୟକ୍ତି ଯିଏକି ଦୃତଗତିରେ ନିଜ ହାତ ଓ ଗୋଇଠିର ଓଜନ ଓ ଚାପ ବ୍ୟବହାର କରି ଚାଲନ୍ତି, ତାଙ୍କର ଜଗି° ଓ ସ୍ଲୋ ରନି° ଅପେକ୍ଷା ଅଧିକ କ୍ୟାଲୋରୀ ଖର୍ଚ୍ଚ ହୁଏ।

ଶରୀରର ଗଠନ ଓ ପ୍ରାକୃତିକ ଫିଜିଓଲୋଜି ହିସାବରେ ଯେଉଁ ସମୟରେ ମଣିଷ ଚାଲିବା ବା ସ୍ଲୋ ଜଗି° ଶେଷକରି ସ୍ୱାଭାବିକ ଅବସ୍ଥାକୁ ଆସେ, ସାଙ୍ଗେସାଙ୍ଗେ କ୍ୟାଲୋରୀ ବର୍ଣ୍ଣ ମଧ୍ୟ ସାଧାରଣ ବା ବେସ୍‌କୁ ଖସିଆସେ। କିନ୍ତୁ ରନି° କିମ୍ବା ହାଇ-ଇଣ୍ଟେସିଟି ୱାର୍କଆଉଟ୍ ଦ୍ୱାରା ଶରୀର ସେହି କାର୍ଯ୍ୟ ବନ୍ଦ କଲାପରେ ମଧ୍ୟ ଅଧଘଣ୍ଟା ପର୍ଯ୍ୟନ୍ତ ସେଇ ସମାନ ମାତ୍ରାରେ କ୍ୟାଲୋରୀ ବର୍ନ ବା ଉର୍ଜା ଖର୍ଚ୍ଚ ହେଉଥାଏ, ଯାହାକୁ ଆଫ୍ଟର ବର୍ନ କୁହାଯାଏ। ସେହି କାରଣରୁ ଯେଉଁମାନେ ଓଜନ ହ୍ରାସ ପାଇଁ ଏହି ବ୍ୟାୟମ କରନ୍ତି ସେମାନଙ୍କୁ ରନି° ଓ ହାଇ-ଇଣ୍ଟେସିଟି ୱାର୍କଆଉଟ୍ ର ୱାକି° ଓ ଜଗି° ଅପେକ୍ଷା ଶୀଘ୍ର ଓ ଭଲ ଫଳ ମିଳିଥାଏ।

ଯଦି ଆପଣ ୱାକି°କୁ ହିଁ ଆପଣଙ୍କ ସ୍ୱାସ୍ଥ୍ୟ, ଓଜନ ନିୟନ୍ତ୍ରଣ ଓ ହୃଦରୋଗ ନିୟନ୍ତ୍ରଣ ପାଇଁ ମୂଳ ବା ମୁଖ୍ୟ ବ୍ୟାୟାମ ଭାବେ ବ୍ୟବହାର କରୁଛନ୍ତି ତାହେଲେ ଆପଣଙ୍କୁ ମନେରଖିବାକୁ ପଡିବ ଯେ ଦୌଡିବା ବା ରନି° ୱାରା ଶରୀର ୱାକି° ଅପେକ୍ଷା ୨ ଗୁଣା ଅଧିକ କ୍ୟାଲୋରୀ ବର୍ନ କରିଥାଏ। ଅର୍ଥାତ ପ୍ରତି ୧ କିଲୋମିଟର ଦୌଡିବା ସମୟରେ ଖର୍ଚ୍ଚ ହେଉଥିବା କ୍ୟାଲୋରୀ ପାଇଁ ଆପଣଙ୍କୁ ୨ କିଲୋମିଟର ଚାଲିବାକୁ ପଡିଥାଏ। ଯଦିଓ ଜଗି° ୱାକି° ଓ ରନି°ର ଗୋଟିଏ ମଧ୍ୟବତି ସ୍ଥାନ ଗ୍ରହଣକରେ, ତଥାପି ଜଗି° ଦ୍ୱାରା ଦୃତ ଗତିରେ ଚାଲିବାରେ ଅଧିକ ଉର୍ଜା ବା କ୍ୟାଲୋରୀ ବର୍ନ ହୁଏ।

ଏସବୁ ପରେ ଆପଣଙ୍କୁ ଶରୀରର ଆଡପ୍ଟିଭ ବା ଅପ୍ଟିମାଇଜେସନ୍ ପ୍ରକ୍ରିୟାକୁ ମଧ୍ୟ ମନେରଖିବାକୁ ପଡିବ। ଶରୀର ପ୍ରତି ମୁହୂର୍ତ୍ତରେ ନିଜର ଉର୍ଜା ଖର୍ଚ୍ଚ କରିବାର ପ୍ରକ୍ରିୟାକୁ ଅପ୍ଟିମାଇଜ୍ କରିବାରେ ଲାଗିଥାଏ। ଅର୍ଥାତ ଯଦି ଆପଣ ସମାନ ଦୂରତାକୁ ଗୋଟିଏ ପେସ୍ ବା ଗତିରେ ଲଗାତାର ୱାକି°, ଜଗି° କିମ୍ବା ରନି° ଦ୍ୱାରା ଅତିକ୍ରମ କରନ୍ତି, ତାହେଲେ ୩ ମାସ ପରେ ଶରୀରର ଅପ୍ଟିମାଇଜେସନ୍ ପ୍ରକ୍ରିୟା ଦ୍ୱାରା କ୍ୟାଲୋରୀ ବର୍ନର ପରିମାଣ ଧିରେଧିରେ କମିବା ସହ ଶରୀରକୁ ଆଉ ପୂର୍ବ ପରି ଉପକାର ମିଳେ ନାହିଁ।

ତେଣୁ ବ୍ୟାୟାମ ଅଭ୍ୟାସ କରିବା ସମୟରେ ଆପଣଙ୍କୁ ଧୀରେଧୀରେ ୱାକି°ରୁ ଜଗି° ଓ ତାପରେ ରନି°କୁ ସିଫ୍ଟ କରିବାକୁ ପଡିବ ଓ ୟାପରେ ହାଇ-ଇଣ୍ଟେସିଟି ବ୍ୟାୟାମ କରିବାକୁ ପଡିବ। ୱାକି° କିମ୍ବା ରନି° ସମୟରେ ମଝିରେ ମଝିରେ ପେସ୍ ବଦଳାଇବା ଦ୍ୱାରା ମଧ୍ୟ ଶରୀର ଦ୍ୱାରସୀମାରେ ପହଞ୍ଚିବାକୁ ସମୟ ନେଇଥାଏ ଓ ଦୀର୍ଘଦିନ ପର୍ଯ୍ୟନ୍ତ ସୁଫଳ ମିଳିଥାଏ।