Advertisment

Vastu Tips: ଐଶାନ୍ୟମୁଖି ଘରର ପୂର୍ବରେ ଉଚ୍ଚ କୋଠା ଅଛି କି… ଆସିପାରେ ଏମିତି ବିପଦ

ବାସ୍ତୁ ନିୟମ ଅନୁସାରେ ନିର୍ମାଣ ହୋଇଥିବା ଭବନ ସବୁବେଳେ ଆଧାର କଲ୍ୟାଣକାରୀ ହୋଇଥାଏ। କିନ୍ତୁ ଏହାର ନିୟମ ଯଦି ଅବହେଳିତ ହୋଇଥାଏ ତେବେ ଏଠାରେ ରହୁଥିବା ବ୍ୟକ୍ତିଙ୍କ ପକ୍ଷରେ ବିନାଶକାରୀ ହୋଇଥାଏ। ବାସ୍ତୁ ନିୟମରେ ନିର୍ମାଣ ଗୃହରେ ଉଭୟ ମାନସିକ ଓ ଶାରୀରିକ ସୁଖ ମିଳିଥାଏ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
Vastu Remedies for Peace at Home

Vastu Tips; Why is there unpeace in the house

ନାରଦ ସଂହିତାରେ କୁହାଯାଇଛି ଯେ ଗୃହରେ ନିବାସ କରୁଥିବା ଗୃହସ୍ୱାମୀ ଏବଂ ଗୃହରେ ଅନ୍ୟ ସଦସ୍ୟମାନଙ୍କୁ ସବୁ କ୍ଷେତ୍ରରେ ଶୁଭଫଳ ପ୍ରଦାନ ଏବଂ ସୁଖ ସମୃଦ୍ଧି ପାଇଁ ବାସ୍ତୁର ଆବଶ୍ୟକତା ରହିଛି। ଏହା ବିଜ୍ଞାନ ଓ ଆଧ୍ୟାତ୍ମିକ ଉଭୟର ଏକ ସମନ୍ୱୟର ଆଧାର।

Advertisment

ବାସ୍ତୁ ନିୟମ ଅନୁସାରେ ନିର୍ମାଣ ହୋଇଥିବା ଭବନ ସବୁବେଳେ ଆଧାର କଲ୍ୟାଣକାରୀ ହୋଇଥାଏ। କିନ୍ତୁ ଏହାର ନିୟମ ଯଦି ଅବହେଳିତ ହୋଇଥାଏ ତେବେ ଏହିଠାରେ ରହୁଥିବା ବ୍ୟକ୍ତିଙ୍କ ପକ୍ଷରେ ବିନାଶକାରୀ ହୋଇଥାଏ। ବାସ୍ତୁ ନିୟମରେ ନିର୍ମାଣ ଗୃହରେ ଉଭୟ ମାନସିକ ଓ ଶାରୀରିକ ସୁଖ ମିଳିଥାଏ।

ଅଧିକ ପଢ଼ନ୍ତୁ: ଘରେ ବାସ୍ତୁଦୋଷ ଅଛି କି; ଜାଣନ୍ତୁ ଏହି ୫ଟି ସଂଶୋଧନ ନିୟମ

ଆମେ ବହୁତ ବାସ୍ତୁର ନିୟମ ବିଷୟରେ ପୂର୍ବ ଲେଖାମାନଙ୍କରୁ ଜାଣିଲେଣି। ଏବେ ଆସନ୍ତୁ କେତେକ ଗୁରୁତ୍ୱପୂର୍ଣ୍ଣ ନିୟମ ବିଷୟରେ ଜାଣିବା।

Advertisment

ଐଶ୍ୱାନ୍ୟମୁଖି ଭୂଖଣ୍ଡରେ ଗୃହର ସମ୍ମୁଖ ଭାଗ ନୀଚ ହେଲେ ସୁଖ ସମୃଦ୍ଧି ଏବଂ ଧନ ଆଗମନରେ ସାହାଯ୍ୟ ମିଳିଥାଏ। ଏଣୁ ଏହି ପଟକୁ ଅନ୍ୟପଟ ଅପେକ୍ଷା ନିଚା କରିବେ। ଯଦି ନିଚା ହୋଇ ନଥାଏ ତେବେ ଏହି ପଟକୁ ଗୃହର ପାଣି ନିଷ୍କାସନ ପାଇଁ ସ୍ଲୋପ୍ ତିଆରି କରିପାରିବେ, ଯାହାଦ୍ୱାରା ଏହି ପଟଟି ଅନ୍ୟ ପଟ ଅପେକ୍ଷା ନୀଚା ହେବ।

ଗୃହର ଚତୁଃପାର୍ଶ୍ୱରେ ପଶ୍ଚିମ ଅପେକ୍ଷା ପୂର୍ବରେ ଏବଂ ଦକ୍ଷିଣ ଅପେକ୍ଷା ଉତ୍ତର ଦିଗରେ ଅଧିକ ଖାଲିସ୍ଥାନ ରହିବା ଶୁଭ ହୋଇଥାଏ। ଏହାର ବିପରୀତରେ ଯଦି ନିର୍ମାଣ ହୋଇଥାଏ ଅର୍ଥାତ୍ ପୂର୍ବ ଓ ଉତ୍ତର ଦିଗରେ, ପଶ୍ଚିମ ଓ ଦକ୍ଷିଣ ଦିଗ ଅପେକ୍ଷା କମ ଜାଗା ରଖାଯାଇଥାଏ ତେବେ ଗୃହରେ ଅଶାନ୍ତି ସବୁବେଳେ ଦେଖାଦେଇଥାଏ। ଏଣୁ ଏହି ପରିସ୍ଥିତିରେ ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ପ୍ରତିକାର କରିବା ଆବଶ୍ୟକ।

ଐଶାନ୍ୟମୁଖୀ ଗୃହରେ ଘରର ପୂର୍ବରେ ଅତିବଡ଼ ଉଚ୍ଚକୋଠମାନ ଯଦି ଥାଏ ତେବେ ପୂର୍ବଦିଗର ବାସ୍ତୁଦୋଷ ସୃଷ୍ଟି ହୋଇଥାଏ, ଯାହା ଘରର ମୁଖ୍ୟ ବ୍ୟକ୍ତି, ବଡ ପୁଅ, ବଡ଼ ବୋହୁମାନଙ୍କ ଉପରେ ଅତି ଖରାପ ପ୍ରଭାବ ପଡ଼ିଥାଏ। ଯଦି ଏହି ପରିସ୍ଥିତି ଥାଏ ତେବେ ଏ ଦିଗରେ ପୂର୍ବଦିଗ ବାସ୍ତୁଦୋଷ ନିବାରଣ ଯନ୍ତ୍ରକୁ ବିଧିବିଧାନର ସହ ସ୍ଥାପନ କଲେ ଶୁଭଫଳ ମିଳିଥାଏ।

ପୂର୍ବଦିଗରେ ବାସ୍ତୁଦୋଷ ଥିଲେ ଗୃହବାସୀ ବିଭିନ୍ନ ପ୍ରକାର ରୋଗର ସାମ୍ନା କରିଥାନ୍ତି । ଏହିପରି ଘରେ ସମସ୍ତ ସଦସ୍ୟମାନେ ନିତ୍ୟ ସୂର୍ଯ୍ୟଙ୍କୁ ସକାଳ ୮ଟା ଭିତରେ ଅର୍ଘ୍ୟ ପ୍ରଦାନ କରିବା କଥା ଏବଂ ପ୍ରତ୍ୟେକ ସଂକ୍ରାନ୍ତିରେ ହୋମ କରିବା ମଧ୍ୟ ନିହାତି ଭାବରେ ଆବଶ୍ୟକ। ଫଳରେ ଗୃହରେ ସକରାତ୍ମକ ଶକ୍ତିର ବିକାଶ ହୋଇ ଗୃହବାସୀଙ୍କୁ ଶୁଭଫଳ ମିଳିଥାଏ।

ଅଧିକ ପଢ଼ନ୍ତୁ: ଘର ପାର୍ଶ୍ୱରେ ହସ୍ପିଟାଲ୍ ଥିଲେ ସାଂଘାତିକ; ଜାଣନ୍ତୁ କ’ଣ ହୁଏ କ୍ଷତି

ଗୃହର ସାମ୍ନାରେ କେବେବି ଅଳିଆ-ଆବର୍ଜନା ଠୁଳ ହେବାକୁ ଦେବେ ନାହିଁ। ଯଦି ରଖାଯାଉଛି ତେବେ ସେ ଗୃହରେ ରହୁଥିବା ଲୋକଙ୍କର ଉନ୍ନତିରେ ବହୁତ ବାଧାବିଘ୍ନ ଆସିଥାଏ। ଏହିପରି ଅନେକ ନିୟମ ବିଷୟରେ ଆଗକୁ ଜାଣିବା ଯାହା ଆପଣଙ୍କର ବାସ୍ତୁରେ ଶୁଭଫଳ ଦେବ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips In Odia Vastu Tips Vastu Shastra
Advertisment
Advertisment