Advertisment

Vastu Tips: ଘରେ ବାସ୍ତୁଦୋଷ ଅଛି କି; ଜାଣନ୍ତୁ ଏହି ୫ଟି ସଂଶୋଧନ ନିୟମ

ଗୃହ ନିର୍ମାଣ ପରେ ଯଦି ବାସ୍ତୁଦୋଷ ଅଛି ବୋଲି ଜାଣିବାକୁ ମିଳେ ତେବେ ଭଙ୍ଗାରୁଜା ନ କରି ବାସ୍ତୁ ସଂଶୋଧନର ନିୟମକୁ ମାନିଲେ ବା ପ୍ରୟୋଗ କଲେ ମଧ୍ୟ ବାସ୍ତୁକୁ ଦୋଷମୁକ୍ତ କରିହେବ। ଆସନ୍ତୁ ଜାଣିବା କେତେକ ବାସ୍ତୁ ସଂଶୋଧନ ନିୟମ ଯାହା ଆପଣମାନେ ନିଜେ ପ୍ରୟୋଗ କରି ଲାଭ ପାଇପାରିବେ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
If there is vastu fault in hosue know 5 solving

If there is vastu fault in hosue know 5 solving

ଭାରତୀୟ ପ୍ରାଚୀନ ଶାସ୍ତ୍ରୀୟ ଜ୍ଞାନ ମଧ୍ୟରେ ବାସ୍ତୁବିଜ୍ଞାନ ଅନ୍ୟତମ। ଆମର ବେଦ ଓ ପୁରାଣରୁ ଏହାର ସୂଚନା ମିଳେ। ବାସ୍ତୁ ସିଦ୍ଧାନ୍ତର ଅନୁସରଣ ଏବଂ ନିୟମକୁ ପାଳନ କଲେ ଆମ ଜୀବନ ସରସ ଓ ସୁନ୍ଦର ହୋଇଥାଏ। ଆମ ପୂର୍ବ ପୁରୁଷମାନେ ବାସ୍ତୁ ନିୟମ ମାନି ଗୃହ ନିର୍ମାଣ କରୁଥିଲେ। ସଂସ୍କୃତରେ “ବାସ୍ତୁ” ଅର୍ଥ ଦେବତା ଓ ମାନବମାନଙ୍କର ନିବାସ ସ୍ଥଳୀ।

Advertisment

ଯଦି ବାସ୍ତୁ ବିରୋଧୀ ନିର୍ମାଣ କାର୍ଯ୍ୟ ହୋଇଥାଏ ତେବେ ସେ ଭବନରେ ନିବାସ କରୁଥିବା ଲୋକଙ୍କର ସ୍ୱାସ୍ଥ୍ୟ ଓ ବିଚାର ଶକ୍ତି କାର୍ଯ୍ୟରେ ବିଭିନ୍ନତା ଦେଖାଦିଏ। ଯଦି ଏହା ବାସ୍ତୁ ଅନୁକୁଳ ହୋଇଥାଏ ତେବେ ସେହିପରି ଗୃହରେ ସୁଖ-ଶାନ୍ତି ମିଳିଥାଏ। ଏଣୁ ଗୃହ ନିର୍ମାଣ ପୂର୍ବରୁ ବାସ୍ତୁର ସମସ୍ତ ନିୟମକୁ ମାନି ଗୃହ ନିର୍ମାଣ କଲେ ବାସ୍ତୁ ଦୋଷ ରୁହେ ନାହିଁ।

ଗୃହ ନିର୍ମାଣ ପରେ ଯଦି ବାସ୍ତୁଦୋଷ ଅଛି ବୋଲି ଜାଣିବାକୁ ମିଳେ ତେବେ ଭଙ୍ଗାରୁଜା ନ କରି ବାସ୍ତୁ ସଂଶୋଧନର ନିୟମକୁ ମାନିଲେ ବା ପ୍ରୟୋଗ କଲେ ମଧ୍ୟ ବାସ୍ତୁକୁ ଦୋଷମୁକ୍ତ କରିହେବ। ଆସନ୍ତୁ ଜାଣିବା କେତେକ ବାସ୍ତୁ ସଂଶୋଧନ ନିୟମ ଯାହା ଆପଣମାନେ ନିଜେ ପ୍ରୟୋଗ କରି ଲାଭ ପାଇପାରିବେ।

Advertisment

ସଂଶୋଧନ ନିୟମ:

ଉତ୍ତର-ପୂର୍ବ କୋଣ ବା ଐଶାନ୍ୟ କୋଣରେ କୌଣସି ଖୁଣ୍ଟି , ବଡ ଗଛ ବା ବଡ କାନ୍ଥ ଥିଲେ ତାହା ଉଠାଇ ଦିଅନ୍ତୁ। ଏହି ଦିଗରେ ଯଦି ଭୂମିର ପାଚେରୀ ଏବଂ ଗୃହକୁ ଲାଗି ନିର୍ମାଣ କରାଯାଇଥାଏ ତେବେ ଏହାକୁ ଯଦି ଭାଙ୍ଗିକି ଉଠାଇ ହେବ ଭଲ, ଯଦି ଏହା ନ କରି ହୁଏ ତେବେ ଏହି ସ୍ଥାନରେ ବିଧିବିଧାନରେ ବାସ୍ତୁ ଦୋଷ ନିବାରଣ ଯନ୍ତ୍ର ସ୍ଥାପନା କଲେ ଶୁଭ ଫଳ ମିଳିଥାଏ।

ପଶ୍ଚିମ ଦିଗରେ ଅନ୍ୟ ଦିଗ ଅପେକ୍ଷା ଅଧିକ ଖୋଲାସ୍ଥାନ ଛାଡିବା ଭଲ ନୁହେଁ। ଏହି ଦିଗରେ ଝରକା ଯେତେ କମ ରଖିବେ ଭଲ। ଏହି ପଟରେ ପାଚେରୀକୁ ଉଚ୍ଚା କରିପାରିଲେ ଭଲ।

ଯଦି କୂଅ, ନଳକୂଅ ବା କୌଣସି ଜଳ ଉତ୍ସ ଦକ୍ଷିଣ-ପୂର୍ବରେ ଥାଏ ତେବେ ଏହା ତୁରନ୍ତ ବନ୍ଦ କରିଦିଅନ୍ତୁ। କାରଣ ଦକ୍ଷିଣ-ପୂର୍ବ କୋଣ ହେଉଛି ଅଗ୍ନିକୋଣ। ଏଣୁ ଏହି ଦିଗରେ ଯଦି ଜଳ ଉତ୍ସ ରୁହେ ତେବେ ଏହା ବାସ୍ତୁଦୋଷ ଉତ୍ପନ୍ନ କରିଥାଏ।

ଦକ୍ଷିଣ ଦିଗରେ ପାଚେରୀକୁ ଉଚ୍ଚା କରିବେ ଏବଂ ବଡ ବଡ ଗଛ ଲଗାଇବାକୁ ଇଚ୍ଛା କଲେ ବାସ୍ତୁରେ ଯେଉଁ ଗଛ ଶୁଭ ସେସବୁ ଏହି ଦିଗରେ ରଖିଲେ ଭଲ।

ଗୃହର ପୂର୍ବପଟ କାନ୍ଥରେ ଝରକା କିମ୍ବା କବାଟ ନ ଥିଲେ ଏହି ଦିଗରେ ଦ୍ୱାର ଏବଂ ଝରକା କରାନ୍ତୁ। ଏହା ଅନେକ ବାସ୍ତୁଦୋଷକୁ ଦୂର କରିଥାଏ। କାରଣ ପୂର୍ବପଟରୁ ସୂର୍ଯ୍ୟଙ୍କ କିରଣ ଗୃହ ମଧ୍ୟକୁ ପ୍ରବେଶ କରିଥାଏ। ଫଳରେ ଗୃହ ମଧ୍ୟରେ ପଜିଟିଭ ଏନର୍ଜି ସୃଷ୍ଟି ହୋଇଥାଏ ଏବଂ ନେଗେଟିଭ୍ ଏନର୍ଜି ନଷ୍ଟ ହୋଇଥାଏ।

ଏହିପରି କେତେକ ନିୟମକୁ ପ୍ରୟୋଗରେ ଆଣିପାରିଲେ ଆମେ ଗୃହକୁ ବାସ୍ତୁଦୋଷରୁ ମୁକ୍ତ ରଖିପାରିବା ଏବଂ ଶୁଭ ଫଳ ପାଇପାରିବା ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips Vastu Tips In Odia Vastu Bichar Vastu Tips For Home Vastu Shastra
Advertisment
Advertisment