Advertisment

Vastu Tips on Valentines Day: ନିଜର ଶୁଭ ଚିନ୍ତକଙ୍କୁ ପ୍ଲାଷ୍ଟିକ୍ ଫୁଲ ଦେଉଛନ୍ତି କି… ସାବଧାନ; ହୋଇପାରେ ଏହି କ୍ଷତି

ବାସ୍ତୁବିଦ୍ୟା ଆମର ପ୍ରାଚୀନ ଶାସ୍ତ୍ର ବିଦ୍ୟାମଧ୍ୟରୁ ଏକ ପ୍ରମୁଖ ବିଦ୍ୟା ଏହାର ମହାନତା ଉପରେ କାହାର ସଂନ୍ଧେହ ବି ନାହିଁ। ବାସ୍ତୁଶାସ୍ତ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରିବେଶ ଅନୁକୂଳ ଗୃହଟେ ନିର୍ମାଣ କରିବା ଏବଂ ସେଥିରେ ବସବାସ କରିବା। ଯଦି ଏହି ଗୃହର ପରିବେଶ ବାସ୍ତୁ ଅନୁକୂଳ ହୋଇଥାଏ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
Vastu Tips on Valentines Day

Vastu Tips on Valentines Day

ବାସ୍ତୁବିଦ୍ୟା ଆମର ପ୍ରାଚୀନ ଶାସ୍ତ୍ର ବିଦ୍ୟାମଧ୍ୟରୁ ଏକ ପ୍ରମୁଖ ବିଦ୍ୟା ଏହାର ମହାନତା ଉପରେ କାହାର ସଂନ୍ଧେହ ବି ନାହିଁ । ବାସ୍ତୁଶାସ୍ତ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରିବେଶ ଅନୁକୂଳ ଗୃହଟେ ନିର୍ମାଣ କରିବା ଏବଂ ସେଥିରେ ବସବାସ କରିବା। ଯଦି ଏହି ଗୃହର ପରିବେଶ ବାସ୍ତୁ ଅନୁକୂଳ ହୋଇଥାଏ । ତେବେ ଗୃହ ବାସୀଙ୍କୁ ସୁଖ ଏବଂ ସମୃଦ୍ଧି ପ୍ରଦାନ କରିଥାଏ । ବାସ୍ତୁତୃଟିରେ ନିର୍ମାଣ ହୋଇଥିଲେ, ଏହା ସବୁବେଳେ ଦୁଃଖ ଦେଇଥାଏ । ଗୃହ ନିର୍ମାଣ ସରିଲା ପରେ ଆମେ ଗୃହର ସାଜସଜା ଉପରେ ଧ୍ୟାନ ଦେଇଥାଉ, ଯେଉଁଥିରେ ବିଭିନ୍ନ ପ୍ରକାର ଫଟୋ, ମୃତ୍ତି, ହାତ କାରିଗରୀ ବସ୍ତୁ ଇତ୍ୟାଦି ବ୍ୟବହାର କରିଥାଉ।

Advertisment

ଏହିସବୁ ବସ୍ତୁର ପ୍ରଭାବ ମଧ୍ୟ ଗୃହ ବାସୀଙ୍କ ଉପରେ ପଡ଼ିଥାଏ । ଘରେ ଲଗାଯାଇଥିବା ହିଂସ୍ରଜନ୍ତୁଙ୍କର ଫଟୋ ଗୃହବାସୀଙ୍କ ମଧ୍ୟରେ କଳି ଝଗଡ଼ାର କାରଣ ହୋଇଥାଏ । ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ଯେ ଫଟୋଟିଏ ଲଗାଇଦେଲେ ଏମିତି କ’ଣ ହେବ, ଯାହଦ୍ୱାରା ଗୃହର ପରିବେଶରେ ଅଶାନ୍ତି ସୃଷ୍ଟିହେବ! ଗୃହ ମଧ୍ୟରେ ଥିବା ପ୍ରତ୍ୟେକଟି ବସ୍ତୁର ପ୍ରଭାବ ଗୃହବାସୀଙ୍କୁ ପ୍ରଭାବିତ କରିଥାଏ । କାରଣ ଆମ ମନ ଦୁଇ ଭାଗରେ ବିଭକ୍ତ । ଗୋଟିଏ ଚେତନ ମନ ଏବଂ ଅନ୍ୟଟି ଅବଚେତନ ମନ।

ରିସର୍ଚ୍ଚରୁ ଜଣାଯାଇଛି ଯେ ଅବଚେତନ ମନ ଆମକୁ ଅଧିକାଂଶ କ୍ଷେତ୍ରରେ ପ୍ରଭାବିତ କରିଥାଏ । ଅବଚେତନ ମନରେ ସୁ-ପ୍ରଭାବ ପଡ଼ିଲେ ଏହା ଆମକୁ ଶୁଭଫଳ ଦେଇଥାଏ କିନ୍ତୁ ଅବଚେତନ ମନରେ ନକାରାତ୍ମକ ବା ନେଗେଟିଭ୍ ଭାବରେ ପ୍ରଭାବିତ ହେଲେ ଆମକୁ ଅସୁଭ ଫଳ ମିଳିଥାଏ । ଆମର ଅବଚେତନ ମନ ବିଭିନ୍ନ କାରଣ ଦ୍ୱାରା ପ୍ରଭାବିତ ହୋଇଥାଏ । ବିଭିନ୍ନ କାରଣ ମଧ୍ୟରୁ ଗୋଟିଏ କାରଣ ହେଲା, ଆମ ଗୃହ ଭିତରେ ବିଭିନ୍ନ ପ୍ରକାର ରଖାଯାଇଥିବା ବସ୍ତୁ ଏବଂ ଆମେ ନିଜେ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାର ବସ୍ତୁ।

Advertisment

ଏହି ସବୁ ବସ୍ତୁର ଆକାର ଏବଂ ରଙ୍ଗ ବିଶେଷ ଭାବରେ ପ୍ରଭାବ ପକାଇଥାଏ । ବିଭିନ୍ନ ପ୍ରକାର ବସ୍ତୁ ଆମ ଘରକୁ ଆମେ କିଣିକରି ଆଣିଥାଉ କିମ୍ବା ଆମକୁ ଉପହାର ମାଧ୍ୟମରେ ମିଳିଥାଏ । ଆମେ ଉପହାର ବିଭିନ୍ନ ସମୟରେ ଦେଇଥାଉ ଏବଂ ପାଇଥାଉ ମଧ୍ୟ, ଯେମିତିକି ଜନ୍ମଦିନ, ନୁଆବର୍ଷ, ବିଭିନ୍ନ ପୂଜା ଓ ପର୍ବପର୍ବାଣୀ ସମୟରେ ଆମ ପାଖକୁ କିଏ ଆସିଲେ କିମ୍ବା ଆମେ କାହା ପାଖକୁ ଗଲେ ଉପହାର ଦବା-ନବାର ପ୍ରଥା ରହିଛି।

ଯେହେତୁ ଉପହାର ଏକ ବସ୍ତୁ ଏବଂ ସମସ୍ତ ବସ୍ତୁ ଆମର ଅବଚେତନ ମନକୁ ପ୍ରଭାବିତ କରିଥାଏ,ଏଣୁ ଏହି ଉପହାର ମଧ୍ୟ ଆମ ମନକୁ ପ୍ରଭାବିତ କରିଥାଏ । ସେଥିପାଇଁ ଉପହାର ଚୟନ କଲାବେଳେ ଆମକୁ ସାବଧାନ ରହିବାକୁ ପଡ଼ିବ । ଏବେ ଯେଉଁ ଭ୍ୟାଲେନ୍‌ଟାଇନ୍ ଡ଼େ’ର ସମୟ ଚାଲିଛି, ଏହା ପ୍ରେମିକ ପ୍ରେମିକା ମାନଙ୍କ ଦିନ ଭାବରେ ପ୍ରସିଦ୍ଧ।

ଏହି ଦିନ ମାନଙ୍କରେ ପ୍ରେମିକ ଏବଂ ପ୍ରେମିକା ନିଜର ସ୍ନେହ ଜାହିର୍ କରିବା ପାଇଁ କିଛି ଉପହାର ପରସ୍ପରକୁ ଦେଇଥାଆନ୍ତି । ଏଣୁ ମୁଖ୍ୟ ବିଷୟଟି ଜାଣିବାର ହେଲା କେଉଁ ଉପହାର ଦେବା କଥା ଏବଂ କେଉଁ ଉପହାର ଦେବାକଥା ନୁହେଁ । ଏହି ଉପହାର ମଧ୍ୟ ଜ୍ୟୋତିଷ, ବାସ୍ତୁ ଏବଂ ଅଙ୍କ-ଜ୍ୟୋତିଷ ବିଦ୍ୟାର ଆଧାରିତ ହେଲେ ଶୁଭଫଳ ମିଳିଥାଏ, ନଚେତ୍ ଅସୁଭଫଳ ମିଳିଥାଏ।

ଅଶୁଭ ଫଳ ଦେଉଥିବା ଉପହାର:

କୃତ୍ରିମ ତିଆରି ଫୁଲ ଏବଂ ମଉଳିଯାଇଥିବା ପ୍ରାକୃତିକ ଫୁଲ:

ପ୍ରକୃତି ଆମକୁ ଏକ ସୁନ୍ଦର ଉପହାର ଦେଇଛି, ତାହା ହେଉଛି ଫୁଲ । ଫୁଲ ହେଉଛି ଶାନ୍ତି ଏବଂ ପ୍ରେମର ପ୍ରତୀକ । ଫୁଲର ସୁନ୍ଦରତା ଏବଂ ସୁ-ଗନ୍ଧ ଆମର ମନ ମୋହିତ କରିଥାଏ । ଏଣୁ ପ୍ରତ୍ୟେକ ପର୍ବ ଯେମିତି ଜନ୍ମଦିନ, ନୁଆବର୍ଷ, ଭ୍ୟାଲେନ୍‌ଟାଇନ୍ ଦିନ ଇତ୍ୟାଦି ଏହିସବୁ ଦିନରେ ଫୁଲ ଉପହାର ମାଧ୍ୟମରେ ଦିଆ ନିଆ କରାଯାଇଥାଏ । ଏହି ଫୁଲ ଯେତେ ସୁନ୍ଦର ଓ ସୁ-ଗନ୍ଧଯୁକ୍ତ ହେବ ତାହା ସମ୍ପର୍କ ମଧ୍ୟରେ ସୁଭଫଳ ପ୍ରଦାନ କରିବ । ଯଦି ଏହା ଅସୁନ୍ଦର , ମଉଳିଯାଇଥିବା, ପ୍ଲାଷ୍ଟିକ୍ ଏବଂ କାଗଜ ନିର୍ମିତ କୃତ୍ରିମ ଫୁଲ ଦବା ନବା କଲେ ସମ୍ପର୍କ ମଧ୍ୟରେ ତିକ୍ତତା ସୃଷ୍ଟିହୋଇଥାଏ ବା ଅସୁଭ ଫଳ ପ୍ରାପ୍ତି ହୋଇଥାଏ।

ଧାର୍ମୀକ ମୂର୍ତ୍ତି:

ଆମେ ସମସ୍ତେ ନିଜ ନିଜର ଧର୍ମକୁ ସମ୍ମାନ ଏବଂ ଆଦର କରିବାହିଁ ପ୍ରଥମ ଧର୍ମ ବା କର୍ତ୍ତବ୍ୟ । ବେଳେବେଳେ ଆମେ ବିଭିନ୍ନ ପର୍ବ ଏବଂ ଉତ୍ସବରେ ମୂର୍ତ୍ତି ଏବଂ ଧାର୍ମିକ ଫଟୋ ଉପହାର ଦେଇଥାଉ । ଏହିପରି କରିବା ଜମା ଠିକ୍ ନୁହେଁ । କାରଣ ଆପଣ ଯେଉଁ ଦେବୀ ଦେବତାଙ୍କୁ ମାନୁଛନ୍ତି ବା ପସନ୍ଧ କରୁଛନ୍ତି, ସେହି ଫଟୋ ଏବଂ ମୂର୍ତ୍ତି ପ୍ରତି ଆପଣଙ୍କର ଶ୍ରଦ୍ଧା ଅଛି କିନ୍ତୁ ଯାହାକୁ ଉପହାର ଦେବେ ତାଙ୍କୁ ଯଦି ସେହି ଦେବାଦେବୀ ପ୍ରତି ଶ୍ରଦ୍ଧା ବା ବିଶ୍ୱାସ ନଥାଏ ତେବେ ସେହି ଫଟୋକୁ ଅନାଦର କରି ଏଣେ ତେଣେ ରଖିଦେବେ, ଯାହା ସେହି ଦେବା ଦେବୀଙ୍କ ପ୍ରତି ଏକ ଅବମାନନା, ଯାହା ବହୁତ ଅସୁଭଫଳ ପ୍ରଦାନ କରିଥାଏ । ଏଣୁ ଏହିସବୁ ଧାର୍ମିକ ମୂର୍ତ୍ତି ବା ଫଟୋ ଅନ୍ୟକାହାକୁ ଉପହାର ମାଧ୍ୟମରେ ଦେବା ଉଚିତ୍ ନୁହେଁ।

ଆକ୍ୱାରିୟମ ଏବଂ ୱାଟର୍ ଫାଉଣ୍ଟେନ୍‌:

ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ରରେ ଜଳକୁ ବିଶେଷ ମହତ୍ୱ ଦିଆଯାଇଛି । ଜଳକୁ ଚନ୍ଦ୍ରଗ୍ରହ ସହିତ ମଧ୍ୟ ଯୋଡ଼ାଯାଇଛି । ଚନ୍ଦ୍ର ଯେହେତୁ ମନ ଏବଂ ଧନର କାରକ, ଏଣୁ ଆକ୍ୱାରିୟମ୍ ଏବଂ ୱାଟର ଫାଉଣ୍ଟେନ୍ ଚନ୍ଦ୍ରଗ୍ରହକୁ ସୁଚାଇଥାଏ । ତେଣୁ ଏହି ଜିନିଷ ବା ବସ୍ତୁକୁ କାହାକୁ ଉପହାର ମାଧ୍ୟମରେ ଦେବା ଉଚିତ୍ ନୁହେଁ, କାରଣ ଉପହାର ଦେଉଥିବା ବ୍ୟକ୍ତିର ଚନ୍ଦ୍ରଗ୍ରହ ଦୂର୍ବଳ ହୋଇଯାଇଥାଏ ଫଳରେ ମାନସିକ ଅଶାନ୍ତି ବା ଆର୍ଥିକ କ୍ଷତିର ସମ୍ଭାବନା ଥାଏ।

ରୁମାଲ:

ରୂମାଲ ଏକ ଛୋଟ କପଡ଼ାଟିଏ କିନ୍ତୁ ଏହା ଆମକୁ ବହୁତ ସାହାଯ୍ୟ କରିଥାଏ କିନ୍ତୁ ଏହାକୁ ଅନ୍ୟକୁ ଉପହାର ମାଧ୍ୟରେ ଦେବା ଉଚିତ୍ ନୁହେଁ , କାରଣ ବିଶ୍ୱାସ ଅଛି ଯେ ଏହା ଉପହାର ଦେବାଦ୍ୱାରା ଉପହାର ଦେବା ଏବଂ ନେବା ବ୍ୟକ୍ତିଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥାଏ ।

ମନୀପର୍ସ:

ଧନ ସମ୍ପର୍କିତ କୌଣସିବି ବସ୍ତୁକୁ କାହାକୁ ଉପହାର ମାଧ୍ୟମରେ ଦେବା ଉଚିତ୍ ନୁହେଁ, କାରଣ ଏହା ଉପହାର ଦେବା ବ୍ୟକ୍ତିକୁ ପ୍ରଭାବିତ କରିଥାଏ, ଯାହାଦ୍ୱାରା ଖୁବ୍ ଶୀଘ୍ର ଧନହାନୀ ହେବାର ସୁଚନା ମିଳିଥାଏ । ଏଣୁ କାହାରିକୁ ବି ଉପହାର ମାଧ୍ୟମରେ ମନିପର୍ସ ଦେବା ଉଚିତ ନୁହେଁ ।

ଶୁଭ ଫଳ ଦେଉଥିବା ଉପହାର:

ସୁନ୍ଦର ଏବଂ ସୁଗନ୍ଧଯୁକ୍ତ ପ୍ରାକୃତିକ ଫୁଲ:

ଏହା ଯେହେତୁ ଶାନ୍ତି ଏବଂ ପ୍ରେମର ପ୍ରତୀକ ଏବଂ ସୁନ୍ଦର, ତାଜା ଏବଂ ସୁଗନ୍ଧିତ ଫୁଲର ଉପହାର ପରସ୍ପର ମଧ୍ୟରେ ସୁ-ସମ୍ପର୍କ ଏବଂ ମଦଧୁରତା ସ୍ଥାପନ କରିଥାଏ।

ପିତ୍ତଳର ନିର୍ମିତ ହଂସ ଯୋଡ଼ା:

ଏହିପରି ହଂସଯୋଡ଼ା ପିତ୍ତଳ ଧାତୁରେ ନିର୍ମିତ ହୋଇଥିଲେ ଏହା ଉପହାର ଦେବାଦ୍ୱାରା ପରସ୍ପର ମଧ୍ୟରେ ସୁ-ସମ୍ପର୍କ ବଢ଼ିଥାଏ । ଏହାକୁ ବେଡ୍‌ରୁମ୍‌ରେ ରଖିଲେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କରେ ମଧୂରତା ଆସିଥାଏ ।

ମିଠା ଜାତୀୟ ଖାଦ୍ୟ:

ଖାଦ୍ୟ ଆମର ମନକୁ ପ୍ରଭାବିତ କରିଥାଏ । ଏଣୁ ମିଠା ଜାତୀୟ ଯେତେ ବି ଖାଦ୍ୟ ରହିଛି, ତାହା ମନରେ ଶାନ୍ତି ଦେଇଥାଏ । ଏଣୁ ସବୁ ଧର୍ମର ଲୋକମାନେ ଏହାକୁ ଉପହାର ମାଧ୍ୟମରେ ଦେବା-ନେବା କରିଥାନ୍ତି । ଏହାଦ୍ୱାରା ସୁ-ସମ୍ପର୍କ ସ୍ଥାପନ ହୋଇଥାଏ।

ସୁନ୍ଦର ଚିତ୍ର:

ଆମେ ଜାଣିଛେ ଯେ, ଆମେ ଯାହାବି ଦେଖୁ ସେହି ଦୃଶ୍ୟ ଆମ ଆଖିଦ୍ୱାରା ଆମ ଅବଚେତନ ମନକୁ ପ୍ରଭାବିତ କରିଥାଏ । ଏଣୁ ପ୍ରତ୍ୟେକ ଛବିର ପ୍ରକୃତି ଆମ ଅବଚେତନ ମନ ଉପରେ ପଡ଼ିଥାଏ । ଏଣୁ ସବୁଜ ଭରା ପ୍ରକୃତିର ଫଟୋ, ସୁନ୍ଦର ଝରଣା, ପାହାଡ଼ ଆଦି ଥିବା ଫଟୋ ସବୁ ଗୃହରେ ରଖିଲେ ତାହା ବହୁତ ଶୁଭଫଳ ପ୍ରଦାନ କରିଥାଏ । ଏଣୁ ଏହା ଉତ୍ତମ ଉପହାର ଯାହା ଦେବାଦ୍ୱାରା ଶୁଭଫଳ ମିଳିଥାଏ।

ଉପହାରର କେତେକ ବିଶେଷ ନିୟମ:

  • ଉପହାର ସବୁବେଳେ ନିଜର ସାମର୍ଥ୍ୟ ହିସାବରେ ଖୋଲା ମନରେ ଏବଂ ସ୍ନେହରେ ଦେବା ଉଚିତ।
  • ଉପହାର ସବୁବେଳେ ଯତ୍ନର ସହିତ ରଖିବା ଉଚିତ।
  • ଏହିପରି ଶୁଭ ଉପହାର ଦେବାଦ୍ୱାରା ସମସ୍ତଙ୍କୁ ଶୁଭଫଳ ମିଳିଥାଏ

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Valentine's Day Vastu Tips Vastu Shastra
Advertisment
Advertisment