Advertisment

Vastu Tips: ଘରର ମୁଖ୍ୟ ଦ୍ୱାରା କିପରି ହେଲେ ଶୁଭ ଫଳ ମିଳେ

ଯଦି ପ୍ରତ୍ୟେକ ବ୍ୟକ୍ତି ବାସ୍ତୁର ନିୟମ ମାନି ଘରଟିଏ କରନ୍ତି ତେବେ ସମସ୍ତଙ୍କ ଚିନ୍ତାଧାରା ଏବଂ ଜୀବନଶୈଳୀରେ ବହୁତ ଉନ୍ନତି ଦେଖାଦେବ । ଆଜି ଏହି ‘ବାସ୍ତୁର ବାସ୍ତବତା’ର ସ୍ତମ୍ଭରେ ଜାଣିବା ବାସ୍ତୁରେ ଘରର ଦ୍ୱାର ଓ ଝରକା କିପରି ହେବା ଉଚିତ।

ଅଦ୍ୟତନ ହୋଇଛି
Vastu Tips For Home Main Door

Main door of house

Advertisment

ଭାରତୀୟ ବାସ୍ତୁଶାସ୍ତ୍ର ଅତି ପ୍ରାଚୀନ ଓ ବିଶାଳ । ଦୁର୍ଗ ବାସ୍ତୁ, ରାଜପ୍ରସାଦ ବାସ୍ତୁ, ନଗର, ସହର, ମନ୍ଦିର ଓ ଗୃହ ବାସ୍ତୁ ଆଦି ପ୍ରତ୍ୟେକ ପ୍ରକାର ବାସ୍ତୁର ସିଦ୍ଧାନ୍ତରେ ପାର୍ଥକ୍ୟ ରହିଛି ସତ କିନ୍ତୁ ଉଦ୍ଦେଶ୍ୟ ଏକ। ତାହା ହେଉଛି ସବୁ କ୍ଷେତ୍ରରେ ମଙ୍ଗଳ। ଆମ ପ୍ରଚୀନ ଋଷି-ମୁନୀଙ୍କ ଉଦ୍ଦେଶ୍ୟ ହିଁ ଏହା ଥିଲା ଯେ ସବୁ କିଛି ଭଲରେ ହେଉ ଏବଂ ସମସ୍ତେ ଭଲରେ ରୁହନ୍ତୁ।

Advertisment

ତେବେ ପରବର୍ତ୍ତୀ ସମୟରେ ଏହି ବିଦ୍ୟାର ଅନେକ ଗ୍ରନ୍ଥ ମୋଗଲ ଓ ବ୍ରିଟିଶ୍‌ମାନଙ୍କ ଦ୍ୱାରା ଲୋପ କରାଯାଇଛି। କିନ୍ତୁ ଅନ୍ୟପକ୍ଷରେ ଦେଖିଲେ ଏହି ବିଦ୍ୟା ଭାରତ ବାହାରକୁ ଯାଇ ବିଦେଶରେ ମଧ୍ୟ ବ୍ୟବହାର କରାଯାଇଛି। ଏହାର ବ୍ୟବହାର କରି ବିଦେଶ ମଧ୍ୟ ପ୍ରଗତିରେ ଆମଠାରୁ ଆଗରେ।

ଅଧିକ ପଢ଼ନ୍ତୁ: ଘରେ ଜୀବଜନ୍ତୁ ବାସ କରୁଛନ୍ତି କି; ଜାଣନ୍ତୁ କ’ଣ ହୁଏ ସମସ୍ୟା

କାଳକ୍ରମେ ଦେଶ ସ୍ୱାଧୀନତା ପରେ ଏବେ ପୁନର୍ବାର ବହୁ ବିଦ୍ୱାନମାନଙ୍କ ଦ୍ୱାରା ଏହି ଶାସ୍ତ୍ରକୁ ପୁନର୍ବାର ଆମ ଦେଶରେ ପ୍ରଚାର ପ୍ରସାର କରାଯାଉଛି ଏବଂ ଏହାର ବ୍ୟବହାର କରି ଲୋକମାନେ ଅନେକ ଲାଭ ମଧ୍ୟ ପାଉଛନ୍ତି। ସେଥିପାଇଁ ଆମ ଦେଶ ପ୍ରଗତି ପଥରେ ଅଗ୍ରଗତିର ଗୋଟେ ପରେ ଗୋଟେ ପାହାଚ ଚଢ଼ିଚାଲିଛି।

Advertisment

ଯଦି ପ୍ରତ୍ୟେକ ବ୍ୟକ୍ତି ବାସ୍ତୁର ନିୟମ ମାନି ଘରଟିଏ କରନ୍ତି ତେବେ ସମସ୍ତଙ୍କ ଚିନ୍ତାଧାରା ଏବଂ ଜୀବନଶୈଳୀରେ ବହୁତ ଉନ୍ନତି ଦେଖାଦେବ । ଆଜି ଏହି ‘ବାସ୍ତୁର ବାସ୍ତବତା’ର ସ୍ତମ୍ଭରେ ଜାଣିବା ବାସ୍ତୁରେ ଦ୍ୱାର ଓ ଝରକା କିପରି ହେବା ଉଚିତ।

ଘର ଛୋଟ ହେଉ କି ବଡ଼, ନିଜ ଘର ହେଉକି ଭଡ଼ାଘର, ଏହା ହେଉଛି ଆମ ନିବାସ ସ୍ଥଳ। ତେଣୁ ଏହାର ସଂରଚନା, ସାଜସଜ୍ଜା ବାତାବରଣକୁ ପ୍ରଭାବିତ କରିଥାଏ ଏବଂ ଏହି ବାତାବରଣ ଗୃହବାସୀଙ୍କ ଅବଚେତନ ମନକୁ ମଧ୍ୟ ପ୍ରଭାବିତ କରିଥାଏ। ଏଣୁ ଶାସ୍ତ୍ରକାରମାନେ କହନ୍ତି “ଜେଣେ ମତି ଶେଣେ ଗତି”। ଏହାର ଅର୍ଥ ମଣିଷର ମନ ଯେମିତି ସେମିତି ପରିସ୍ଥିତି ସେ ନିଜ ପାଇଁ ସୃଷ୍ଟି କରିଦିଏ।

Advertisment

ଘରର ମୁଖ୍ୟଦ୍ୱାର ଏବଂ ଝରକା ଦେଇ ଶୁଭ ଶକ୍ତି ଘରକୁ ଆସିଥାଏ ଏବଂ ଏହି ଶକ୍ତି ଆମ ମନର ଅବସ୍ଥାକୁ ପ୍ରଭାବିତ କରିଥାଏ । ଅଶୁଭ ଶକ୍ତି ଘରକୁ ଆସିଲେ ଆମ ପାଇଁ ଅମଙ୍ଗଳ ହୋଇଥାଏ। ପ୍ରବେଶ ଦ୍ୱାରର ଆକାର, ମାପ ଏବଂ ଦିଗ ନିର୍ଦ୍ଧାରଣ ଘରର ବାତାବରଣକୁ ସଂପୂର୍ଣ୍ଣ ରୂପେ ପ୍ରଭାବିତ କରେ।

ଅଧିକ ପଢ଼ନ୍ତୁ: Vastu Tips: ଆପଣଙ୍କ ଘରୁ ବାରମ୍ବାର ଚୋରି ହେଉଛି କି; ଜାଣନ୍ତୁ କାରଣ-ନିରାକରଣ

ତେଣୁ ପ୍ରବେଶ ଦ୍ୱାରର ଆକାର ସଠିକ୍ ଅନୁପାତରେ ହେବା ଆବଶ୍ୟକ। ଏହି ଅନୁସାରେ ଲମ୍ବ ଦୁଇ ଭାଗ ଏବଂ ପ୍ରସ୍ଥ ଏକ ଭାଗ ହେବା ଅତି ଶୁଭ। ଘରର ମୁଖ୍ୟ ଦ୍ୱାର ଅତି ବଡ଼ କିମ୍ବା ଅତି ଛୋଟ ହେବା ଅନୁଚିତ। କାରଣ ଅତି ଛୋଟ ହେଲେ ପର୍ଯ୍ୟାପ୍ତ ପରିମାଣର ବାୟୁ ଚଳାଚଳ ହୋଇପାରେନି ଏବଂ ଅତି ବଡ଼ ହେଲେ ଅତ୍ୟଧିକ ବାୟୁର ପ୍ରବେଶ ହୋଇଥାଏ। ଉଭୟ ଘରର ବାତାବରଣ ପାଇଁ ଶୁଭ ନୁହେଁ। ଏହା ସ୍ୱାସ୍ଥ୍ୟରେ ନକରାତ୍ମକ ପ୍ରଭାବ ପକେଇଥାଏ।

ମୁଖ୍ୟଦ୍ୱାର ସାମ୍ନାରେ କୌଣସି ବି ଅବରୋଧ ବସ୍ତୁ ନ ରହିବା ଭଲ।

ପାଚେରୀର ଦ୍ୱାର, ଘରର ମୁଖ୍ୟ ଦ୍ୱାର ଓ ଘରର ପଛ ଦ୍ୱାର ଏକ ସରଳ ରେଖାରେ ରହିବା ଠିକ୍ ନୁହେଁ। ଏହାଦ୍ୱାରା ଶୁଭ ଶକ୍ତି ଘରକୁ ପଶି ସିଧା ବାହାରକୁ ଚାଲିଯାଏ। ଫଳରେ ଶୁଭ ଶକ୍ତି ଘର ମଧ୍ୟରେ ପ୍ରବେଶ ହୋଇ ଅନ୍ୟାନ୍ୟ ଗୃହ ମଧ୍ୟକୁ ଯାଇପାରେ ନାହିଁ। ଫଳରେ ଘରେ ଶୁଭ ଶକ୍ତି ବଢିପାରେ ନାହିଁ। ଏହି କାରଣରୁ ଗୃହବାସୀଙ୍କ ଆର୍ଥିକ, ମାନସିକ ଓ ଶାରିରୀକ ଅବସ୍ଥା ଠିକ୍ ରୁହେ ନାହିଁ।

ଘରର ଦ୍ୱାର ସମୂହ ସଂଖ୍ୟକ ଯଥା ୨,୪,୬, ୮ ଇତ୍ୟାଦି ହେବା ଶୁଭ। ଘରର ମୁଖ୍ୟ ଦ୍ୱାର ଘରର ଦିଗର ଉଚିତ୍ ପଦରେ ହେବା ଆବଶ୍ୟକ। ଏହା ଉପରେ ଆଗାମୀ ଅଧ୍ୟ୍ୟାୟରେ ଜାଣିବା । ଏଣୁ ଘରର ଦିଗ ଯାହା ବି ହେଉ ଯେମିତି ଲୋକମାନଙ୍କ ମନରେ ଥାଏ ଯେ ଦକ୍ଷିଣ ଓ ପଶ୍ଚିମ ଦିଗ ଗୃହ ଅଶୁଭ ଫଳ ଦିଏ ଏହା କେବେବି ଠିକ୍ ନୁହେଁ।

ଗୃହର ମୁଖ୍ୟ ଦ୍ୱାର ପଶ୍ଚିମର ଓ ଦକ୍ଷିଣ ଦିଗରେ ଉଚିତ ପଦ ବା ସ୍ଥାନରେ ବାସ୍ତବିତଙ୍କ ପରାମର୍ଶ ନେଇ କଲେ ଶୁଭ ଫଳ ମିଳିଥାଏ । ଏଣୁ ଅଷ୍ଟଦିଗର ଦ୍ୱାର ଫଳ ବିଷୟରେ ଜାଣିବା- ଐଶାନ୍ୟରେ ବୁଦ୍ଧି ଓ ବାୟବ୍ୟରେ ନୂତନ କାର୍ଯ୍ୟ ହାସଲ, ଦକ୍ଷିଣ-ଖ୍ୟାତି ଓ ସମୃଦ୍ଧି, ଉତ୍ତରରେ ବ୍ୟବସାୟ ସଫଳତା, ପୂର୍ବରେ ସୁଖୀ ପାରିବାରିକ ଜୀବନ, ଏବଂ ପଶ୍ଚିମରେ ପ୍ରସିଦ୍ଧି ମିଳିଥାଏ । ଏଣୁ ବାସ୍ତୁ ଶାସ୍ତ୍ର ନିୟମରେ ଘର କଲେ ସମସ୍ତଙ୍କ ପାଇଁ ଶୁଭ ଫଳ ପ୍ରାପ୍ତି ହୋଇଥାଏ ।

ଅଧିକ ପଢ଼ନ୍ତୁ: ଘରେ ଏହିସବୁ ବାସ୍ତୁ ଦୋଷ ଥିଲେ ଗୃହବାସୀ ଋଣଗ୍ରସ୍ତ ହୋଇଥାନ୍ତି

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ