Advertisment

ଗୃହର ଶୌଚାଳୟ ଏହି ଦିଗରେ ଥିଲେ ହୋଇଥାଏ ଅନେକ ସମସ୍ୟା

ଘର ଭିତରେ ଯଦି ଶୋଚାଳୟ ନିର୍ମାଣ କରୁଛନ୍ତି ତେବେ କେତେକ ବାସ୍ତୁ ନିୟମ ମାନିବାକୁ ହୋଇଥାଏ। ଯଦି ଭୁଲ୍ ବାସ୍ତୁ ଥାଏ ତେବେ ଅନେକ ସମସ୍ୟା ହୋଇଥାଏ। ଯଦି ବି ଶୋଚାଳୟ ନିର୍ମାଣରେ ଭୁଲ ହୋଇଥାଏ ତେବେ କେତେକ ପ୍ରତିକାର ବିଷୟରେ ନଜର ପକାନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
Vastu tips for toilet

Vastu tips for toilet

ବାସ୍ତୁଶାସ୍ତ୍ର ଏକ ପ୍ରାଚୀନ ଶାସ୍ତ୍ର। ଗୃହ ନିର୍ମାଣ ବେଳେ ଏହି ବିଦ୍ୟାର ପ୍ରଚଳନ ବର୍ତ୍ତମାନ ସୟରେ ଅତି ଲୋକପ୍ରିୟତା ହାସଲ କରିଛି। କାରଣ ଏହି ବିଦ୍ୟାର ପ୍ରୟୋଗ କରି ଯେଉଁ ନିର୍ମାଣ କରାଯାଏ ସେଠାରେ ରହୁଥିବା ଗୃହବାସୀମାନେ ଅନେକ ଶୁଭଫଳ ପାଇଥାନ୍ତି। ଅପରପକ୍ଷରେ ବାସ୍ତୁ ନିୟମ ବିରୁଧରେ ନିର୍ମାଣ ହୋଇଥିବା ଗୃହରେ ବସବାସ କରୁଥିବା ଗୃହବାସୀଙ୍କର ଅନେକ କ୍ଷତି ହୋଇଥାଏ। ଏହା ପରିକ୍ଷିତ। ଏଥିରେ ତିଳେ ବି ସନ୍ଦେହ ନାହିଁ।

Advertisment

ଗୋଟେ ଗୃହରେ ଅନେକ ରୁମ୍ ଥାଏ ଯେମିତି ଶୟନ କକ୍ଷ, ପୂଜା ଘର, ଗେଷ୍ଟ୍‌ରୁମ୍, ଷ୍ଟୋର୍‌ ରୁମ୍, ସ୍ନାନାଘର, ଓ ଶୌଚାଳୟ। ଆଗରୁ ଘରର ବାହାରେ ଶୌଚାଳୟ ତିଆରି କରାଯାଉଥିଲା। ବର୍ତ୍ତମାନ ଘର ଭିତରେ ତିଆରି କରାଯାଉଛି। ଶୌଚାଳୟ ଯଦି ଠିକ୍ ନିୟମରେ କରା ନଯାଏ ତେବେ ଅନେକ ସମସ୍ୟା ଘରକୁ ଆସିଥାଏ। କାରଣ ଏହି ସ୍ଥାନରୁ ନେଗେଟିଭ୍‌ ଏନର୍ଜି ସୃଷ୍ଟି ହୋଇ ସମଗ୍ର ଘରେ ପ୍ରବେଶ କରିଥାଏ।

ପ୍ରାଚିନ ବାସ୍ତୁଶାସ୍ତ୍ରରେ ସ୍ନାନଘରର ବ୍ୟବସ୍ଥା ଥିଲେ, ଶୌଚାଳୟର ନିୟମ ନଥିଲା। ଯେହେତୁ ଏହାର ବ୍ୟବସ୍ଥା ଘରର ବାହାରେ ଥିଲା। ଏଣୁ ଆଧୁନିକ ବାସ୍ତୁରେ ବହୁତ ରିସର୍ଚ୍ଚ କରାଯାଇ ସ୍ୱତନ୍ତ୍ର ନିୟମ କରାଯାଇଛି ଏବଂ ଭୁଲ ଥିଲେ ଏହାର ପ୍ରତିକାର ବ୍ୟବସ୍ଥା ମଧ୍ୟ ଅଛି। ସବୁ ବାସ୍ତୁଦୋଷ ଗୋଟେ ପଟେ ଏବଂ ଶୌଚାଳୟର ବାସ୍ତୁ ଦୋଷ ଗୋଟେ ପଟେ। ତେବେ ଏହା କେତେ ଗୁରୁତ୍ୱପୂର୍ଣ୍ଣ ଏଥିରୁ ଅନୁମାନ। ଆପଣି ଯଦି ଘର ଭିତରେ ଶୌଚାଳୟ ଟିଏ ନିର୍ମାଣ କରିବାକୁ ଚାହୁଁଛନ୍ତି ତେବେ ଏହି ବାସ୍ତୁ ନିୟମକୁ ଦେଖନ୍ତୁ…

Advertisment
  • ଶୌଚାଳୟ ଘରର ଦକ୍ଷିଣ ନୈରୁତ କୋଣରେ କରାଯିବା ଶ୍ରେଷ୍ଠ ହୋଇଥାଏ। ଏହି ଦିଗରେ ଶୌଚାଳୟ ଥିଲେ ଘରେ ଶୁଭ ଫଳ ପ୍ରାପ୍ତିହୁଏ।
  • ଶୌଚାଳୟ ଘରର ପଶ୍ଚିମ ବାୟବ୍ୟରେ କରିବାରେ ମଧ୍ୟ ଶୁଭଫଳ ପ୍ରାପ୍ତି ହୋଇଥାଏ।
  • ଆଗ୍ନେୟ ବା ଦକ୍ଷିଣ-ପୂର୍ବ କୋଣରେ ଶୌଚାଳୟ ହେଲେ ଗୃହକର୍ତ୍ତା ଘୋର ଆର୍ଥିକ ସମସ୍ୟା ଦେଇ ଗତି କରିଥାନ୍ତି।
  • ନୈରୁତ କୋଣରେ ବା ଦକ୍ଷିଣ-ପଶ୍ଚିମ କୋଣରେ ଶୌଚାଳୟ ହୋଇଥିଲେ ଗୃହବାସୀମାନେ ଅନେକ ସମସ୍ୟା ଯେମିତି ଘରେ ସନ୍ତାନମାନଙ୍କ ଉନ୍ନତିରେ ବାଧ୍ୟ ସୃଷ୍ଟି, ପିଲାମାନେ ବିପଥଗାମୀ ହେବା, ଘରେ ଚୋରିଭୟ ଆଦି ଦେଖାଦିଏ।
  • ଐଶାନ୍ୟ କୋଣରେ ବା ଉତ୍ତରର-ପୂର୍ବ ପଟରେ ଶୌଚାଳୟ ରହିଲେ ଗୃହକର୍ତ୍ତାଙ୍କ ଉପରେ ବିପତି ମାଡି ଆସେ, ଆର୍ଥିକ ଏବଂ ଶାରୀରିକ ସମସ୍ୟା ସୃଷ୍ଟି ହୋଇଥାଏ।
  • ଦକ୍ଷିଣ ଦିଗରେ ଶୌଚାଳୟ କରାଯାଇପାରେ କିନ୍ତୁ ପ୍ରତିକାର କରିବା ଦରକାର।
  • ପୂର୍ବ ପଟରେ ଶୌଚାଳୟ ଥିଲେ ମାନ ସମ୍ମାନରେ ହାନୀ ହୋଇଥାଏ।
  • ଉତ୍ତର ପଟରେ ଶୌଚାଳୟ ଅଶୁଭଫଳ ପ୍ରଦାନ କରେ; ଯେମିତି ଜୀବନରେ ସୌଭାଗ୍ୟ ପ୍ରାପ୍ତିରେ କମି ଆସିଥାଏ। ସବୁବେଳେ ଲାଗେ ଯେମିତି ଭାଗ୍ୟ ସାଥିରେ ନାହିଁ।

ଉପରୋକ୍ତ ବର୍ଣ୍ଣନାରୁ ଆପଣମାନେ ଶୌଚାଳୟର ସଠିକ ଦିଗ ବିଷୟରେ ଜାଣିପାରୁଥିବେ। ଏଣୁ ଯଦି ଜାଣୁଥିବେ ଆପଣଙ୍କ ଶୌଚାଳୟ ବାସ୍ତୁଶାସ୍ତ୍ର ମତରେ ହୋଇ ନାହିଁ ତେବେ ତୁରନ୍ତ ଅସୁବିଧା ହେବା ପୂର୍ବରୁ ବାସ୍ତବିତଙ୍କ୍ ପରାମର୍ଶ କ୍ରମେ ପ୍ରତିକାର କରି ନିଅନ୍ତୁ। ତତ୍‌ସହିତ ନିମ୍ନରେ କିଛି ପ୍ରତିକାର ଉପରେ ନଜର ପକାନ୍ତୁ। ଏମିତି କରିପାରିଲେ କିଛି ମାତ୍ରାରେ ଦୋଷର ସମାଧାନ ହୋଇଥାଏ।

  • ବଗଡା ଲୁଣ ଶୌଚାଳୟର ବାୟୁ କୋଣରେ ଗୋଟେ କାଚ ପାତ୍ରରେ ରଖିବେ ଏବଂ ପ୍ରତ୍ୟେକ ଶନିବାରକୁ ଶନିବାର ଏହି ବଗଡା ଲୁଣକୁ ଫୋପାଡି ନୂଆ ଲୁଣ ରଖିବେ।
  • ଶୌଚାଳୟରେ ଏକ ଶୌଚାଳୟ ପ୍ରୋଟେକ୍ଟର ଲଗାଇବେ ଯାହା ଶୌଚାଳୟର ନେଗେଟିଭ୍‌ ଏନର୍ଜିକୁ ସନ୍ତୁଳିତ କରି ପଜିଟିଭ୍‌ ଏନର୍ଜିରେ କନଭର୍ଟ କରିଥାଏ।
  • ଶୌଚାଳୟର କବାଟ ସବୁବେଳେ ବନ୍ଦ ରଖିବେ ଏବଂ ଏକ୍ଜିଷ୍ଟ୍‌ ଫ୍ୟାନ୍ ଲଗାଇବେ।
  • ଶୌଚାଳୟ ସବୁବେଳେ ପରିଷ୍କାର ଏବଂ ସୁଗନ୍ଧଯୁକ୍ତ ରଖିବେ।

(ବିଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ ମତ)

ଆଷ୍ଟ୍ରୋ ବାସ୍ତୁ ବିଶେଷଜ୍ଞ

ଦୂରଭାଷ: ୯୩୪୮୬୮୨୪୭୯

Vastu Bichar Vastu Tips
Advertisment
Advertisment