Advertisment

ଓଭର୍‌ହେଡ୍‌ ପାଣି ଟାଙ୍କି ନିର୍ମାଣ ପାଇଁ ବାସ୍ତୁର ୧୦ ନିୟମ

ବାସ୍ତୁରେ ଅନିୟମିତତା ହେଲେ ଓଭର୍‌ହେଡ୍ ପାଣି ଟାଙ୍କି ଆଣିଥାଏ ଘୋର ଆର୍ଥିକ ସମସ୍ୟା। ଖାଲି ଏମିତି ନୁହେଁ, ଘରେ ବିବାଦ ସୃଷ୍ଟି କରିବା ସହ ସମ୍ମାନରେ ମଧ୍ୟ ହାନୀ ଆଣିଥାଏ। ତେବେ ଏନେଇ କ’ଣ ରହିଛି ବାସ୍ତୁ ନିୟମ ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Vastu Tips for Home

Vastu Tips For Overhead Water Tank

ପ୍ରାଚୀନ କାଳରେ ମଣିଷ ବଣ ଜଙ୍ଗଲରେ ରହୁଥିଲା। ଧିରେ ଧିରେ ମଣିଷ ବୁଦ୍ଧିର ବିକାଶ ହେବାଦ୍ୱାରା ନିଜର ସୁରକ୍ଷା ପାଇଁ ସ୍ଥାୟୀ ବାସସ୍ଥାନକୁ ନେଇ ଚିନ୍ତାକଲା। ପରେ ଘରଟିଏ ନିର୍ମାଣ କରି ରହିବାକୁ ଲାଗିଲା। ଏହି ଘରଟିରେ ବିଭିନ୍ନ ସୁବିଧା ଅସୁବିଧା ଦେଖିଲା ପରେ ଘର ନିର୍ମାଣର କେତେଗୁଡିଏ ନିୟମ ଜାଣି ଏହାକୁ ନିର୍ମାଣ କରିବା ଦ୍ୱାରା ଅନେକ ସମସ୍ୟାର ସମାଧାନ ମଧ୍ୟ କରିପାରିଲା।

Advertisment

ବାସସ୍ଥାନ ସମ୍ବନ୍ଧୀୟ ନିର୍ମାଣ କୌଶଳକୁ ନେଇ ଯେଉଁ ଶାସ୍ତ୍ର ରଚନା ହେଲା ତାକୁ ବାସ୍ତୁଶାସ୍ତ୍ର କୁହାଗଲା। ବାସ୍ତୁ କୌଣସି ମାମୁଲି ଶାସ୍ତ୍ର ନୁହେଁ। ଏହା ଭାରତୀୟ ମୁନୀଋଷିଙ୍କର ଦାନ। ଏହି ନିୟମରେ ଗୃହନିର୍ମାଣରେ ଶୟନ କକ୍ଷ, ରୋଷେଇଶାଳ, ଶୌଚାଳୟ ଆଦି ନିର୍ମାଣର ନିୟମମାନ ଦିଆଗଲା। ପୂର୍ବରୁ ନଦି ପୋଖରୀରୁ ପାଣି ଆଣି ଲୋକମାନେ ଘରେ ବ୍ୟବହାର କରୁଥିଲେ। ତା’ପରେ କୂପମାନ ଖୋଳି ପାଣି ବ୍ୟବହାର କଲେ।

ଯେତେବେଳେ ଆଧୁନିକ ଯୁଗରେ ସହର ଠାରୁ ନେଇ ଗାଁମାନଙ୍କରେ ମଧ୍ୟ ଜାଗାର ମୂଲ୍ୟ ଅତ୍ୟଧିକ ହେଲା ସେତେବେଳେ ଅଳ୍ପ ଜାଗାରେ ଏକାଧିକ ମହଲାର ଘର ନିର୍ମାଣ ହେଲା ଏବଂ କୂଅର ସ୍ଥାନରେ ନଳକୂଅ ବା ବୋର୍‌ୱେଲ୍ ଖୋଳାଗଲା। ଏହି ନଳକୂଅରୁ ପାଣି ଷ୍ଟୋର୍‌ କରିବା ପାଇଁ ଓଭର୍‌ହେଡ୍‌ ଟାଙ୍କିମାନ ନିର୍ମାଣ କରାଗଲା। ଏହି ଓଭେର୍‌ହେଡ୍ ଟାଙ୍କିର ମଧ୍ୟ ବାସ୍ତୁ ନିୟମ ରହିଛି। ଏହାର ବ୍ୟତିକ୍ରମରେ ମଧ୍ୟ ଘରେ ଅନେକ ଅଶୁଭ ଲକ୍ଷଣ ଦେଖାଯାଏ। ତେବେ ଓଭର୍‌ହେଡ୍‌ ଟାଙ୍କିଙ୍କୁ ନେଇ ଆସନ୍ତୁ ଜାଣିବା କିଛି ବାସ୍ତୁ ନିୟମ

Advertisment
  • ଓଭର୍‌ହେଡ୍ ପାଣିଟାଙ୍କି ଘରେ ଚାପ ସୃଷ୍ଟି କରିଥାଏ।ଏଣୁ ବାସ୍ତୁ ନିୟମ ଅନୁଯାୟୀ ଏହାକୁ ନୈଋତ ବା ଦକ୍ଷିଣ ପଶ୍ଚିମ କୋଣରେ କରାଯାଇଥାଏ। ଏହି ଦିଗରେ ଓଭରହେଡ୍ ପାଣି ଟାଙ୍କି ରହିଲେ ଏହା ଆର୍ଥିକ ସମୃଦ୍ଧି ଆଣିଥାଏ।
  • ଓଭର୍‌ହେଡ୍ ପାଣି ଟାଙ୍କି ଦକ୍ଷିଣ ଦିଗରେ କଲେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।
  • ପଶ୍ଚିମ ଦିଗରେ ଓଭର୍‌ହେଡ୍ ପାଣି ଟାଙ୍କି ଅନେକ ଶୁଭଫଳ ଦେଇଥାଏ।
  • ଐଶାନ୍ୟ କୋଣରେ ଏହା ରହିଲେ ମାନସମ୍ମାନରେ ହାନି କରାଇଥାଏ।
  • ପୂର୍ବ ଦିଗରେ ଓଭର୍‌ହେଡ୍ ପାଣି ଟାଙ୍କି ଥିଲେ ଘରେ ବିବାଦ ସୃଷ୍ଟି କରେ।
  • ଉତ୍ତର ଦିଗରେ ରହିଲେ ଆର୍ଥିକ କ୍ଷତି କରାଏ।
  • ବାୟୁକୋଣରେ ଅଶୁଭଫଳ ଦିଏ।
  • ଅଗ୍ନିକୋଣରେ ଅଗ୍ନି ଭୟ ସୃଷ୍ଟି କରେ।
  • ଓଭର୍‌ହେଡ୍‌ ପାଣି ଟାଙ୍କିର ରଙ୍ଗ କଳା ହେବା ଭଲ, କାରଣ ଏହା ସୂର୍ଯ୍ୟଙ୍କର ସମସ୍ତ ରଶ୍ମିକୁ ଗ୍ରହଣ କରେ ଯାହା ଜଳକୁ ଜୀବାଣୁ ମୁକ୍ତ କରାଇଥାଏ।
  • ଓଭର୍‌ହେଡ୍‌ ପାଣି ଟାଙ୍କିକୁ ଧଳାରଙ୍ଗ କରିବା ଉଚିତ ନୁହେଁ, କାରଣ ଏହା ସୂର୍ଯ୍ୟଙ୍କର ରଶ୍ମିକୁ ଧରିରଖି ପାରେନା।

ଯଦି ଓଭରହେଡ୍‌ ପାଣି ଟାଙ୍କିକୁ ଠିକ୍ ଦିଗରେ କରି ନାହାଁନ୍ତି, ତେବେ ଠିକ୍ ଯାଗାରେ କରନ୍ତୁ। ନହେଲେ ଏ ଦିଗରେ ବାସ୍ତୁବିଦ୍‌ଙ୍କ ପରାମର୍ଶ କ୍ରମେ ଉଚିତ ପ୍ରତିକାର ବ୍ୟବସ୍ଥା କରନ୍ତୁ, ଯାହା ଦ୍ୱାରା ଏହାର ଅଶୁଭ ପ୍ରଭାବକୁ କମ କରିହେବ।

(ବିଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ଆଷ୍ଟ୍ରୋ ବାସ୍ତୁ ବିଶେଷଜ୍ଞ

ଦୂରଭାଷ: ୯୩୪୮୬୮୨୪୭୯

Vastu Bichar Vastu Tips Vastu For Water Tank
Advertisment
Advertisment