Advertisment

ଆପଣଙ୍କ ଘର ଐଶାନ୍ୟ ମୁହାଁ କି...ଜାଣନ୍ତୁ କ’ଣ କରିବେ ପ୍ରତିକାର

ଆପଣଙ୍କ ଘର ବା ଭୂଖଣ୍ଡ ଉତ୍ତର-ପୂର୍ବ ମୁହାଁ କି? ଏହାକୁ ନେଇ ଦୈନିକ ଜୀବନରେ କିଛି ନକରାତ୍ମକ ପ୍ରଭାବ ପଡୁଛି କି? ତେବେ ଆସନ୍ତୁ ଜାଣିବା ଏହାର ପ୍ରତିକାର।

author-image
Saroj Kumar Maharana
ଅଦ୍ୟତନ ହୋଇଛି
Vastu Tips for North-East House and Land

The Vastu Tips for North-East house and land

ଆମ ପାଖରେ ଥିବା ଜାଗାଟିରେ ଆମେ ଯେତେବେଳେ ଘର ତିଆରି ପାଇଁ ଚିନ୍ତା କରୁ ସେତେବେଳେ ବାସ୍ତୁଶାସ୍ତ୍ର କଥା ମନେପଡେ। ଏହି ସମୟରେ ଆମେ ବାସ୍ତୁ ସିଦ୍ଧାନ୍ତକୁ ମାନି ଘର କରିବାକୁ ନେଇ ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇଥାଉ। ଅନେକ ଲୋକ ମଧ୍ୟ ବିନା ବାସ୍ତୁ ସିଦ୍ଧାନ୍ତରେ ଘର ନିର୍ମାଣ କରିଦେଇଥାନ୍ତି ଏବଂ ଯେତେବେଳେ ଅସୁବିଧା ହୋଇଥାଏ ସେତେବେଳେ ଭାବନ୍ତି କି କିଛି ବାସ୍ତୁଦୋଷ ରହିଗଲା କି?

Advertisment

ଅଧିକ ପଢ଼ନ୍ତୁ: ଆପଣଙ୍କ ଘର ଦକ୍ଷିଣ ମୁହାଁ କି? ଆସିପାରେ ବିପଦ; ମାନନ୍ତୁ ଏହି ନିୟମ

ଯେତେବେଳେ ଘର ତିଆରି କରାଯାଏ ସେତେବେଳେ ପ୍ରଥମେ ଭୁଖଣ୍ଡର ଦିଗକୁ ବିଚାର କରାଯାଏ। ତା’ ପରେ ଦିଗକୁ ନେଇ ବାସ୍ତୁ ସିଦ୍ଧାନ୍ତକୁ ମାନି ଘରର ପ୍ଳାନ୍‌ କରାଯାଏ। ଅନେକ ଭୁଖଣ୍ଡ ସିଧା ଦିଗକୁ ଥାଏ। ମାନେ ସିଧା ପୂର୍ବ ପଶ୍ଚିମ, ଉତ୍ତର କିମ୍ୱା ଦକ୍ଷିଣ ଦିଗକୁ ଥାଏ। କିନ୍ତୁ ଅନେକ ଏମିତି ବି ଭୁଖଣ୍ଡ ବା ପ୍ଳଟ୍‌ ଥାଏ ଯାହା କୋଣକୁ ମୁହଁ କରିଥାଏ ଅର୍ଥାତ୍ ଉତ୍ତର-ପୂର୍ବ (ଐଶାନ୍ୟ) କୋଣ, ଉତ୍ତର-ପଶ୍ଚିମ (ବାୟବ) କୋଣ ଦକ୍ଷିଣ-ପୂର୍ବ)ଆଗ୍ନେୟ କୋଣ ବା ଦକ୍ଷିଣ-ପଶ୍ଚିମ (ନୈଋତ) କୋଣ।

କହିବାର ଅର୍ଥ ଯେ ଏହି ଭୁଖଣ୍ଡର ମୁଖ୍ୟ ଦ୍ୱାର ଏହି କୋଣକୁ କରିବାକୁ ପଡେ କାରଣ ଏହି ପଟକୁ ମୁଖ୍ୟ ରାସ୍ତା ଥାଏ। ତେବେ ଏହି କୋଣକୁ ମୁଖ କରିଥିବା ଭୂମିକୁ ଆମେ ବିଦିଶା ଭୂମି କହିଥାଉ।

Advertisment

ଏହିପରି ସ୍ଥିତି ଥିଲେ ଏବଂ ଯଦି ବାସ୍ତୁଦୋଷ ଦେଖାଦିଏ ତେବେ ଏହା ଗୃହବାସୀଙ୍କ ଉପରେ ଅତ୍ୟଧିକ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହି ବିଦିଶା ଭୂମିରୁ ଆମେ ଏବେ ଐଶାନ୍ୟ ଭୁଖଣ୍ଡ ବିଷୟରେ ଜାଣିବା। ଏହାର ବାସ୍ତୁ ସିଦ୍ଧାନ୍ତଗୁଡିକ ନିମ୍ନରେ ଦିଆଗଲା। ଏହି ହିସାବରେ ଆପଣମାନେ ଜାଣିପାରିବେ ଯେ ଯଦି ଆପଣଙ୍କର ଘର ଐଶାନ୍ୟ ମୁହାଁ ତେବେ କ’ଣ ରହିଛି ବାସ୍ତୁଦୋଷ।

ଶୁଭଫଳ ପାଇଁ ବାସ୍ତୁ ସିଦ୍ଧାନ୍ତ:

  • ପ୍ରଥମେ ନିଜ ପ୍ଲଟ୍‌ର ମଧ୍ୟଭାଗରେ ଛିଡାହୋଇ ଘରର ମୁଖ୍ୟ ରାସ୍ତାକୁ କମ୍ପାସ ସାହାଯ୍ୟରେ ଦିଗ ନିଶ୍ଚୟ କରନ୍ତୁ। ଯଦି ଏହା ଉତ୍ତର-ପୂର୍ବ ଆଡକୁ ରହିଲା ତେବେ ଏହା ଐଶାନ୍ୟ ମୁହାଁ ଭୁଖଣ୍ଡ।
  • ଏହି ଘରର ଚାରିପଟେ ପ୍ରଥମେ ଦେଖିବା ଯେ ପଶ୍ଚିମ ଅପେକ୍ଷା ପୂର୍ବରେ ଏବଂ ଦକ୍ଷିଣ ଅପେକ୍ଷା ଉତ୍ତର ପଟରେ ଅଧିକ ଖାଲି ଯାଗା ଥିବା କଥା।
  • ଏହାର ମୁଖ୍ୟଦ୍ୱାର ଉତ୍ତର-ଐଶାନ୍ୟ କିମ୍ବା ପୂର୍ବ-ଐଶାନ୍ୟରେ ରହିବା ଭଲ।
  • ଏହି ଭୂଖଣ୍ଡରେ ଗୃହ ନିର୍ମାଣ ବେଳେ ଜଳ ନିଷ୍କାସନ ପାଇଁ ପୂର୍ବ କିମ୍ବା ଉତ୍ତରକୁ ଢାଲୁ କରିବା ଉଚିତ।
  • ଐଶାନ୍ୟ ମୁହାଁ ଭୂଖଣ୍ଡର ବିସ୍ତାର ବା ପୂର୍ବପଟକୁ ଅଧିକ ଜାଗାଥିଲେ ଏହି ଭୂମିରେ ଘର କଲେ ଅନେକ ଶୁଭଫଳ ମିଳିଥାଏ।

ବାସ୍ତୁ ସିଦ୍ଧାନ୍ତ ଅନୁସାରେ ଦୋଷ ଏବଂ ପ୍ରତିକାର :

  • ନୈଋତ କୋଣ ବା ଦକ୍ଷିଣ-ପଶ୍ଚିମ ପଟରେ ଗାତ ଥିଲେ ଏହାକୁ ତୁରନ୍ତ ପୋତି ଦେବେ କିମ୍ବା ଏହି ଦିଗରେ ରାହୁ ଯନ୍ତ୍ରକୁ ସ୍ଥାପନା କରିବେ।
  • ଦକ୍ଷିଣ କିମ୍ବା ପଶ୍ଚିମରେ ଅଧିକ ଖାଲିସ୍ଥାନ ଛାଡିଥିଲେ ଦରିଦ୍ରତା ଭୋଗ ଏବଂ ବଂଶନାଶ ହେବାପରି ପରିସ୍ଥିତି ସୃଷ୍ଟି ହୋଇଥାଏ। ଏଣୁ ପ୍ରତିକାର ପାଇଁ ସ୍ୱସ୍ତିକ ବିଧି ବିଧାନର ସହ ସ୍ଥାପନା କରିବେ।
  • ଗୃହର ସାମ୍ନାରେ ଅଳିଆ ଆବର୍ଜନା ଜମା ହେଉଥିଲେ ଏହା ନିୟମିତ ସଫାକରିବା ଦରକାର ଅନ୍ୟଥା ଶତ୍ରୁବୃଦ୍ଧି ହୋଇଥାଏ।
  • ଐଶାନ୍ୟ ମୁହାଁ ଘରରେ ପୂର୍ବରେ ଅତି ଉଚ୍ଚକୋଠା ଥିଲେ ଗୃହସ୍ୱାମୀ ଅନେକ ସମସ୍ୟାରେ ପଡନ୍ତି । ଏପରି ଥିଲେ ବୃହସ୍ପତିଙ୍କ ପ୍ରାଣ ପ୍ରତିଷ୍ଠିତ ଯନ୍ତ୍ରକୁ ସ୍ଥାପନା କରିବେ ଏବଂ ମୁଖ୍ୟଦ୍ୱାରରେ କଳସ ସ୍ଥାପନା କରିବେ ଏବଂ ଜଳକୁ ନିୟମିତ ବଦଳାଇବେ।
Vastu Tips For Home Vastu Tips
Advertisment
Advertisment