• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ipsita Pradhan

ୟୁନିଭର୍ସିଟି ହସ୍ପିଟାଲ, କୋପେନହେଗେନରେ ହୋଇଥିବା ଏକ ଅନୁଧ୍ୟାନରୁ ଜଣାପଡିଛି ଯେ ବିଗତ କିଛି ବର୍ଷ ମଧ୍ୟରେ ଝିଅମାନଙ୍କ ମଧ୍ୟରେ ଖୁବ୍ କମ୍ ବୟସରୁ ବା ସମୟ ପୂର୍ବରୁ ପ୍ୟୁବର୍ଟି ବା ଋତୁସ୍ରାବ ଦେଖାଦେଉଛି। ଏହି ଟ୍ରେଣ୍ଡ୍ ଯେ କେବଳ କୋପେନହେଗେନରେ ଦେଖାଯାଉଛି ତା' ନୁହେଁ ବରଂ ଭାରତରେ ମଧ୍ୟ ସମାନ ପରିସ୍ଥିତି ରହିଛି।

Federation of Obstetrics' and Gynaecologists' Society of India ( FOGSI) ଦ୍ୱାରା ଚାରି ବର୍ଷ ବ୍ୟାପି କରାଯାଇଥିବା ଏକ ସର୍ଭେରେ ଦେଖାଯାଇଛି ଯେ ଭାରତୀୟ ସହରଗୁଡିକରେ ୮୦%ରୁ ଅଧିକ ଝିଅମାନଙ୍କ ମଧ୍ୟରେ ୮ - ୧୦ ବର୍ଷ ବୟସ ସୁଦ୍ଧା ଋତୁସ୍ରାବ ଦେଖାଯାଉଛି ଯାହାକୁ କି ପ୍ରିକସିଅସ୍ ପ୍ୟୁବର୍ଟି ( precocious puberty) କୁହାଯାଏ। ପ୍ରିକସିଅସ୍ ପ୍ୟୁବର୍ଟିର ଅର୍ଥ ୮ ବର୍ଷ ବୟସ ସୁଦ୍ଧା ଯୌନ ପରିପକ୍ୱତା ହାସଲ କରିବା। ଯୌନ ପରିପକ୍ୱତାର ଅର୍ଥ ବ୍ରେଷ୍ଟ-ଡେଭଲପମେଣ୍ଟ୍, ଆକ୍ଜିଲା ଏବଂ ପ୍ୟୁବିକ୍ ଏରିଆରେ ହେୟାର ଗ୍ରୋଥ୍ ଏବଂ ଋତୁସ୍ରାବ।

ଏତେ କମ୍ ବୟସରୁ ଋତୁସ୍ରାବ ଆରମ୍ଭ ହେବା ଦ୍ୱାରା ଏହି ଝିଅମାନଙ୍କର ସ୍ତନକର୍କଟ ତଥା ଅନ୍ୟ ଯୌନ ସ°କ୍ରମଣଗୁଡିକର ଆଶଙ୍କା ବଢିଯାଉଛି। ପ୍ରିକସିଅସ୍ ପ୍ୟୁବର୍ଟି ପାଇଁ ଏପର୍ଯ୍ୟନ୍ତ କୌଣସି ସଠିକ୍ କିମ୍ବା ଗୋଟିଏ କାରଣକୁ ଦାୟୀ କରା ଯାଇପାରି ନାହିଁ। ଏହା ଅନେକ କାରଣ ପାଇଁ ଦେଖାଯାଏ ବା ଏହା multifactorial; ଯେମିତିକି :

  • ଶାରୀରିକ ପରିଶ୍ରମ ଓ ବ୍ୟାୟମର ଅଭାବ ତଥା ଜଙ୍କ୍ ଏବଂ ଫାଷ୍ଟ୍ ଫୁଡ୍ କାରଣରୁ ଦିନୁଦିନ ବଢୁଥିବା ବାଲ୍ୟ ମେଦବହୁଳତା ।
  • ବିଭିନ୍ନ ହରମୋନ୍, ଆଣ୍ଟିବାୟୋଟିକସ୍ ତଥା ରସାୟନିକ ଦେଇ ବଡ କରାଯାଇଥିବା ପଲ୍ଟ୍ରି ତଥା ଅନ୍ୟାନ୍ୟ ଫାର୍ମ ପଶୁଜାତ ଦ୍ରବ୍ୟ ଏବଂ ଜେନେଟିକାଲି ଇଞ୍ଜିନିୟରଡ ପନିପରିବା କିମ୍ବା ଫଳ ସେବନ କରିବା।
  • ପ୍ଲାଷ୍ଟିକରେ ବିସଫେନଲ୍ ଏ (BPA) ପରି ଅପ୍ରାକୃତିକ ବା ମାନବକୃତ ରସାୟନିକ ମହଜୁଦ ରହିବା।
  • ଗନ୍ଧକର୍ପୂର, ଟେଲେଟ୍ ସଫାକାରୀ ସଲିଡ ବକ୍ସ, ଏୟାର ଫ୍ରେସନର୍ ଆଦିରେ ଥିବା ଡାଇକ୍ଲୋବେନଜିନ (Dichlobenzene); ପେଷ୍ଟିସାଇଡ୍ ବା ପୋକମରା ଔଷଧରେ ଥିବା ରସାୟନରେ; ଟେଫଲୋନ୍ ଏବଂ ନନଷ୍ଟିକ୍ କୁକୱେରରେ ମହଜୁଦ ଥିବା ପରଫ୍ଲୁରୋକେମିକାଲ୍ସ (Perfluorochemicals); ସ୍କିନ୍ ଏବଂ ପର୍ସନାଲ୍ କେୟାର ପ୍ରଡକ୍ଟରେ ଥିବା ପାରାବେନ୍ସ (Parabens), ଏମାନେ ଏଣ୍ଡୋକ୍ରାଇନ୍ ଡିସରପଟି° କେମିକାଲସ୍ ଶ୍ରେଣୀର ଅଟନ୍ତି। ଏହା ଦେହରେ ଗ୍ଲାଣ୍ଡଗୁଡିକର ବିକାଶ, ହରମୋନର କ୍ଷରଣ ଏବଂ ଗତିପଥକୁ ପ୍ରଭାବିତ କରେ।
  • ଗର୍ଭଧାରଣ ସମୟରେ ଅତ୍ୟଧିକ ସୋୟା ଡାଏଟ୍ ନେବା ଦ୍ୱାରା, ଗର୍ଭସ୍ଥ ଭୃଣର ଫାଇଟୋ-ଇଷ୍ଟ୍ରୋଜେନ୍ (phytoestrogen) ସ°ସ୍ପର୍ଶରେ ଆସିବା କାରଣରୁ ଭୃଣ ତଥା ଭବିଷ୍ୟତରେ ଶିଶୁର ଶାରୀରିକ ଏବଂ ହରମୋନାଲ୍ ବିକାଶପଥ ପ୍ରଭାବିତ ହୁଏ।
  • ପ୍ରାୟ ସମସ୍ତ ପାନୀୟ ଏବଂ ଜଳ ଯୋଗାଣ ପ୍ରକଳ୍ପଗୁଡିକରେ ଫ୍ଲୋରାଇଡ ମିଶାଯାଏ, ଏହା ଶରୀରରେ ପ୍ରବାହିତ ହେଉଥିବା ମେଲାଟୋନିନ୍ ମାତ୍ରାକୁ କମ୍ କରିଦିଏ, ଯାହାଦ୍ୱାରା ଜଲ୍‌ଦି ପ୍ୟୁବର୍ଟିର ସମ୍ଭାବନା ବଢିଯାଏ।
  • ଶିଶୁଟିର ଚାରିପାଖର ହି°ସା, ଗଣ୍ଡଗୋଳ ତଥା ସମ୍ବେଦନଶୀଳ ବାତାବରଣ ତଥା ଅତି କମ୍ ବୟସରୁ ଅତ୍ୟଧିକ ମାନସିକ ଚାପ ଉଭୟ ମାନସିକ ଏବଂ ଶାରୀରିକ ପରୀପକ୍ୱତା ଆଣିଦିଏ ।
  • ଅନେକ ସ୍ତ୍ରୀ ଓ ପ୍ରସୂତୀ ତଥା ସାଇକିଆଟ୍ରିଷ୍ଟଙ୍କ ମତରେ ଶୀଘ୍ର ପ୍ୟୁବର୍ଟି ଛୁଆଟିଏର ମସ୍ତିଷ୍କର ପରିପକ୍ୱତା ବା ମାଚ୍ୟୁରିଟିକୁ ମଧ୍ୟ ଦର୍ଶାଇଥାଏ। ଖୁବ୍ କମ୍ ବୟସରୁ ଟିଭି, ଫିଲ୍ମ ଏବଂ ଇଣ୍ଟରନେଟ ଦ୍ୱାରା ପରିଣତ ବୟଷ୍କ ପାଇଁ ନିମିତ୍ତ ସୂଚନା ବା ଆଡଲ୍ଟ ଇନଫରମେସନ୍ ଏବଂ କାର୍ଯ୍ୟକ୍ରମଗୁଡିକୁ ଏକ୍ସପୋଜ୍ ହେବାଦ୍ୱାରା ପିଟ୍ୟୁଟାରୀ ଗ୍ଲାଣ୍ଡ ଉପରେ ପ୍ରଭାବ ପକାଉଛି। ଏହି ପ୍ରଭାବ ନ୍ୟୁରୋଟ୍ରାନ୍ସମିଶନ୍ ଗୁଡିକୁ ରିଲିଜ୍ କରେ ଯାହା ସିଧାସଳଖ ଓଭାରି ଉପରେ ପ୍ରଭାବ ପକାଇ, ଶୀଘ୍ର ମସ୍ତିଷ୍କ ଏବଂ ଶାରୀରିକ (ଯୌନ) ପରିପକ୍ୱତାର କାରଣ ହୋଇଥାଏ।

ପ୍ରିକସିଅସ୍ ପ୍ୟୁବର୍ଟି ଚିନ୍ତାଜନକ କାହିଁକି:

  • ଗୋଟିଏ ଛୋଟ ଝିଅର କୋମଳମତି ମନ ହଠାତ ଏ ପ୍ରକାର ଶାରୀରିକ ଏବଂ ଫିଜିଓଲୋଜିକାଲ୍ ପରିବର୍ତ୍ତନକୁ ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇଥାଏ ନା' ପରିପକ୍ୱ। ତେଣୁ ସେମାନଙ୍କ ମଧ୍ୟରେ ତୀବ୍ର ମୁଡ୍-ସ୍ୱିଙ୍ଗ (PMS ପରି), ମାନସିକ ଉଦବେଗ, ଅବସାଦ, ଚିଡଚିଡା ହେବା, ଛୋଟଛୋଟ କଥାରେ କାନ୍ଦିବା, ଗୁମସୁମ ରହିବା ଆଦି ଦେଖାଯାଏ।
  • କମ୍ ବୟସରୁ ଯୌନ ପରିପକ୍ୱତା ହାସଲ କରୁଥିବା ଝିଅମାନେ ସାଧାରଣତଃ ନିଜ ଶାରୀରିକ ଗଠନ ଓ ଇମେଜକୁ ନେଇ ହଠାତ୍ ଖୁବ୍ ସମ୍ବେଦନଶୀଳ ହୋଇଉଠନ୍ତି। ଏହା ଅନେକ ସମୟରେ ସେମାନଙ୍କ ମନୋବଳ ଓ ଆତ୍ମବିଶ୍ୱାସର କମଜୋର କରିଦିଏ।
  • ବିଶେଷଜ୍ଞଙ୍କ ମତରେ ପ୍ରିକସିଅସ୍ ପ୍ୟୁବର୍ଟି କାରଣରୁ ଶୀଘ୍ର ଯୌନ କୌତୁହଳ ଏବଂ ଇଚ୍ଛା ମଧ୍ୟ ଜାଗ୍ରତ ହୁଏ। କିନ୍ତୁ ଏତେ କମ୍ ବୟସରୁ ଶିଶୁଟିର ମାନସିକ ଏବଂ ବୌଦ୍ଧିକ ପରିପକ୍ୱତା ନଥିବାରୁ, ଏ ପ୍ରକାର ପରିସ୍ଥିତିରେ ସେମାନେ ଅନେକ ଦୁର୍ଘଟଣାର ଶୀକାର ହିଁ ହୋଇଥାନ୍ତି। ଯୌନ ସ°କ୍ରମଣର ଆଶଙ୍କା ମଧ୍ୟ ଅଧିକ ଥାଏ।
  • ସେମାନଙ୍କ ଶୀଘ୍ର ଓ ଅପରିପକ୍ୱ ବୟସରେ ଶାରୀରିକ ବିକାଶ ଅନେକ ଅବାଞ୍ଛିତ ଦୃଷ୍ଟି ଆକର୍ଷଣର କାରଣ ହୁଏ।
  • ପ୍ରିକସିଅସ୍ ପ୍ୟୁବର୍ଟିରେ ପ୍ରଥମେ ହଠାତ ଝିଅମାନଙ୍କର ଉଚ୍ଚତା ବଢେ କିନ୍ତୁ ମେନାର୍କି ବା ଋତୁସ୍ରାବ ଆରମ୍ଭ ହୋଇଗଲେ ଆଉ ଉଚ୍ଚତା ବଢେ ନାହିଁ, ଫଳରେ ଝିଅମାନେ କମ ଉଚ୍ଚତା ବିଶିଷ୍ଟ ବା ବାଙ୍ଗରା ଦିଶନ୍ତି।

ମା'-ବାପା ଦାୟିତ୍ୱ:

ବିଶେଷଜ୍ଞମାନଙ୍କ ମତରେ ପ୍ରିକସିଅସ୍ ପ୍ୟୁବର୍ଟି ବା ଜଲ୍ଦି ଋତୁସ୍ରାବକୁ ସାଧାରଣତଃ ସ୍ୱାଭାବିକ ପ୍ରକ୍ରିୟା ଧରିନିଆଯାଏ ଏବଂ ଖୁବ୍ କମ୍ ସମୟରେ ସମସ୍ୟା ବୋଲି ଭାବି ମା'-ବାପା ପରାମର୍ଶ ପାଇଁ ବିଶେଷଜ୍ଞଙ୍କ ପାଖକୁ ଯାଆନ୍ତି। କିନ୍ତୁ ପ୍ରିକସିଅସ୍ ପ୍ୟୁବର୍ଟି କ୍ଷେତ୍ରରେ ମା'-ବାପାଙ୍କ ଦାୟିତ୍ୱ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯଦିଓ କେଉଁ ପଦକ୍ଷେପ ନେଲେ ଏହି ସମସ୍ୟାର ମୂଳୋତ୍ପାଟନ ହୋଇପାରିବ, ଏପର୍ଯ୍ୟନ୍ତ ଏହାର କୌଣସି ବୈଜ୍ଞାନିକ ସନ୍ଧାନ ମିଳିନି; ତଥାପି ଆମ ଦୈନନ୍ଦିନ ଜୀବନରେ ଆମେ କିଛି ପରିବର୍ତ୍ତନ ଆଣି ଏ ସମସ୍ୟାକୁ କିଛି ମାତ୍ରାରେ ଏଡାଇ ପାରିବା:

  • ଗର୍ଭବତୀ ଥିବା ସମୟରେ ଫରମେଣ୍ଟେଡ୍ ସୋୟା ପ୍ରଡକ୍ଟ ଏବଂ ସୋୟା ଉତ୍ପାଦରୁ ତିଆରି ଶିଶୁ ଖାଦ୍ୟଠୁ ଦୂରେଇ ରୁହନ୍ତୁ। ଶୈଶବରେ ମା' କ୍ଷୀର ଗ୍ରହଣ କରିବା ମଧ୍ୟ ଏଇ ସମସ୍ୟାରୁ ରକ୍ଷା କରିପାରେ ବୋଲି ବିଶେଷଜ୍ଞ ମତ ଦିଅନ୍ତି।
  • ଅର୍ଗାନିକ୍ ମିଟ୍ ପ୍ରଡକ୍ଟ ବା ପ୍ରାକୃତିକ ଉପାୟରେ ପାଳନ କରାଯାଇଥିବା ପଶୁ-ମା°ସ ଗ୍ରହଣ କରନ୍ତୁ। ପ୍ୟାକେଜ୍ଡ ଫୁଡ୍ ଅପେକ୍ଷା ତଟକା ଖାଦ୍ୟ ଖାଇବାକୁ ପ୍ରାଧାନ୍ୟ ଦିଅନ୍ତୁ।
  • ଖାଦ୍ୟ ପଦାର୍ଥକୁ କାଚ କିମ୍ବା ଷ୍ଟିଲ ଡବାରେ ରଖନ୍ତୁ, ପ୍ଲାଷ୍ଟିକ ଡବା ଏବଂ କଣ୍ଟେନରକୁ ତ୍ୟାଗକରି ଆପଣ BPA ସ°ସ୍ପର୍ଶରେ ଆସିବାରୁ ରକ୍ଷା ପାଇପାରିବେ।
  • ଜେନେଟିକାଲି ଇଞ୍ଜିନିୟର୍ଡ ବୋଭାଇନ୍ ହରମୋନ୍ ଥିବା କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ।
  • ନିଜ ଶିଶୁ ପାଇଁ BPA free ଖେଳନା କିଣନ୍ତୁ।
  • ପ୍ରାକୃତିକ ବା ଅର୍ଗାନିକ୍ ବଡିକେୟାର ଉତ୍ପାଦ ବ୍ୟବହାର କରନ୍ତୁ; ସିନ୍ଥେଟିକ୍ ରୁମ୍ ଏବଂ ଏୟାର ଫ୍ରେସନରଠୁ ଦୂରେଇ ରୁହନ୍ତୁ।
  • ଶିଶୁମାନଙ୍କୁ ବଜାରରେ ଉପଲବ୍ଧ ଜଙ୍କ ଏବଂ ଫାଷ୍ଟଫୁଡଠାରୁ ଦୂରେଇ ରଖିନ୍ତୁ; ଘରେ ହିଁ ସେମାନଙ୍କ ପାଇଁ କିଛି ଚଟପଟା ଏବଂ ପାଟି-ସୁଆଦିଆ ଜଳଖିଆ ବନାନ୍ତୁ।
  • ପ୍ରିକସିଅସ୍ ପ୍ୟୁବର୍ଟି କାରଣରୁ ହେଉଥିବା ତା'ର ମୁଡ୍-ସ୍ୱିଙ୍ଗ, ଅବସାଦ, ଚିଡଚିଡ୍ ହେବାକୁ ଗ୍ରହଣ କରି ତାକୁ ମାନସିକ ସ୍ତରରେ ଏସବୁ ପାଇଁ ପ୍ରସ୍ତୁତ କରନ୍ତୁ। ଜଣେ ମା' ହିଁ ଏସବୁ ବିଷୟରେ ଝିଅଟିଏକୁ ସଠିକ୍ ଶିକ୍ଷା ଦେଇପାରେ। ତା'ର ସବୁ କୌତୁହଳକୁ ଧର୍ଯ୍ୟର ସହ ଉତ୍ତର ଦିଅନ୍ତୁ।
  • ଦେହରେ ହେଉଥିବା ହରମୋନାଲ୍ ପରିବର୍ତ୍ତନ କାରଣରୁ ପ୍ରିକସିଅସ୍ ପ୍ୟୁବର୍ଟିରେ ଯୌନ କୌତୁହଳ ଏବଂ ଇଚ୍ଛା ମଧ୍ୟ ଦେଖାଯାଇପାରେ। ଏହାକୁ ଆଖି ବୁଜିଦେଇ ଏଡାଇ ହେବନି। ବର° ନିଜ ସନ୍ତାନକୁ ଯୌନଶିକ୍ଷା ଦିଅନ୍ତୁ, ଏବଂ ଅସାବଧାନତାର କୁପରିଣାମ ବିଷୟରେ ବୁଝାନ୍ତୁ। ଆପଣଙ୍କ ସନ୍ତାନ ଝିଅ ହେଉ ବା ପୁଅ, ଯୌନରୋଗ ଏବଂ ସ°କ୍ରମଣ ବିଷୟରେ ଜାଣିବା ହିଁ ତା'ର ସୁରକ୍ଷିତ ଭବିଷ୍ୟତ ପାଇଁ ଜରୁରୀ।

ଭୁବନେଶ୍ୱର

(ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)