Advertisment

Vastu Tips: ଅନେକ ଲୋକ ବାସ୍ତୁଶାସ୍ତ୍ର ନ ମାନି ଘର କରିଥିଲେ ବି ସୁଖରେ ରୁହନ୍ତି; କାହିଁକି…

ବାସ୍ତୁତୃଟି ରହିଲେ ଗୃହବାସୀଙ୍କ ପାଇଁ ସମସ୍ୟା ଆସିଥାଏ ବୋଲି ବାସ୍ତୁବିତମାନେ ମତ ଦିଅନ୍ତି। କିନ୍ତୁ ଅନେକ ସମୟରେ ଦେଖାଯାଏ ଯେ କେତେକ ଗୃହରେ ବାସ୍ତୁତୃଟି ଥାଇ ମଧ୍ୟ ଗୃହର ଅଧିବାସୀ ସୁଖ ଓ ଶାନ୍ତିରେ ରୁହନ୍ତି। ଏହା ପଛର କାରଣ କ’ଣ ?

ଅଦ୍ୟତନ ହୋଇଛି
Many people live in happiness even if they live in a house without obeying the vastu, why

Many people live in happiness even if they live in a house without obeying the vastu, why

Advertisment

ସଂସାରରେ ଗୃହସ୍ଥ ହେବା ପାଇଁ ପ୍ରଥମେ ଗୃହଟିଏ ଦରକାର। ସେହି ଗୃହଟିଏ ଯଦି ବିଶୁଦ୍ଧ ବାସ୍ତୁ ନିୟମରେ ହୋଇଥାଏ ତେବେ ଗୃହସ୍ଥ ଜୀବନରେ ସୁଖ ସମୃଦ୍ଧି ଆସିଥାଏ। ନିଜର ବାସସ୍ଥଳି ହେଉ କି ବାଣିଜ୍ୟ ସ୍ଥଳି ହେଉ ଯଦି ସେଥିରେ କୌଣସି ବାସ୍ତୁଦୋଷ ଥାଏ ତେବେ ଅନେକ ଦୁଃଖ କଷ୍ଟ ଭୋଗିବାକୁ ପଡିଥାଏ। ଏହା ଶାସ୍ତ୍ର ତ କହୁଛି ତତ୍ ସହିତ ପ୍ରତ୍ୟକ୍ଷ ଅନୁଭବ ମଧ୍ୟ ହେଉଛି।

Advertisment

ଏଣୁ ସର୍ବ ପ୍ରଥମେ ଗୃହ ନିର୍ମାଣ ପୂର୍ବରୁ ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ଗୃହ ନକ୍‌ସା ପ୍ରସ୍ତୁତି ଏବଂ ନିର୍ମାଣ କାର୍ଯ୍ୟ କରାଇବା ଭଲ। ବାସ୍ତୁଶାସ୍ତ୍ର ଅତି ପ୍ରାଚୀନ ଶାସ୍ତ୍ର ହୋଇଥିବାରୁ ଧାର୍ମିକ ପ୍ରବୃତିର ଲୋକମାନେ ଏବଂ ପ୍ରାଚୀନ ମୁନି-ଋଷିଙ୍କ ପରମ୍ପରାକୁ ମାନ୍ୟତା ଦେଉଥିବା ଲୋକମାନେ ଏହି ଶାସ୍ତ୍ର ପ୍ରତି ବିଶେଷ ବିଶ୍ୱାସ ରଖନ୍ତି ଏବଂ ବାସ୍ତୁନିୟମରେ ଗୃହ ନିର୍ମାଣ କରନ୍ତି। ଏହାରି ଭିତରେ କିନ୍ତୁ ଅନେକ ଲୋକ ଅଛନ୍ତି ନିଜକୁ ବିଜ୍ଞାନ ଯୁଗର ବ୍ୟକ୍ତି କହି ଏହି ପ୍ରାଚୀନ ପରମ୍ପରା ଏବଂ ଋଷି-ମୁନିଙ୍କ ଜ୍ଞାନକୁ ମାନନ୍ତି ନାହିଁ।

ଅଧିକ ପଢ଼ନ୍ତୁ: ଗୃହ ନିର୍ମାଣ ଅଧାରେ କାହିଁକି ରହିଯାଏ; ଜାଣନ୍ତୁ କାରଣ ଓ ପ୍ରତିକାର

ତେବେ କାହାର ମାନିବା, ନ ମାନିବାରେ ବାସ୍ତୁର ନିୟମ ବଦଳେ ନାହିଁ କି ପ୍ରଭାବ ମଧ୍ୟ ବଦଳେ ନାହିଁ। ଆମ ଦେଶର ଶିକ୍ଷିତ ଲୋକ ଯେଉଁମାନେ ବିଦେଶ ଏବଂ ବିଦେଶ ସଭ୍ୟତା ଏବଂ ପରମ୍ପରାକୁ ଆପଣଉଛନ୍ତି ସେହି ବିଦେଶବାସୀ ଆମ ହିନ୍ଦୁ ଧର୍ମ ପ୍ରତି ବିଶେଷ ଆକୃଷ୍ଟ ହେବାର ଦେଖାଯାଉଛି, ତା’ ସହିତ ଆମର ବାସ୍ତୁଶାସ୍ତ୍ରକୁ ବିଦେଶୀମାନେ ମଧ୍ୟ ପ୍ରୟୋଗ କରୁଥିବା ଦେଖାଯାଏ।

Advertisment

ତେବେ ଜଣେ ଯଦି ବାସ୍ତୁ ନିୟମକୁ ନ ମାନି ଗୃହର ଶୁଭଦିଏ ଏବଂ ନିର୍ମାଣ ଆରମ୍ଭ କରେ, ତୁରନ୍ତ ଅନେକ ସମସ୍ୟା ପହଞ୍ଚିଯାଏ। ଗୃହ ସ୍ୱାମୀଙ୍କ ପ୍ରତି ଅନେକ ବିପଦ ଆସିଥାଏ। ଗୃହ କାମ ଅଧାରୁ ବନ୍ଦ ହୋଇଯାଏ।

ଅନେକ ସମୟରେ ଏହା ମଧ୍ୟ ଦେଖାଯାଏ ଯେ କିଛି ନ ମାନି ଗୃହ ନିର୍ମାଣ ଆରମ୍ଭ କଲେ ମଧ୍ୟ ଗୃହକାମ ଭଲ ଭାବରେ ଆରମ୍ଭ ହୋଇ ଖୁବ୍ ଶୀଘ୍ର ନିର୍ମାଣ କାର୍ଯ୍ୟ ବିନା ବ୍ୟାଘାତରେ ସମ୍ପୂର୍ଣ୍ଣ ମଧ୍ୟ ହୋଇଥାଏ। ଏହା ସହିତ ଗୃହକର୍ତ୍ତାଙ୍କର ଉନ୍ନତି ମଧ୍ୟ ହୋଇଥାଏ। ଏଥିପାଇଁ ଜାତକ ସହିତ ବାସ୍ତୁର ସମ୍ପର୍କ ରହିଛି।

Advertisment

ଏହି ବାସ୍ତୁର ପ୍ରଭାବ ଗ୍ରହମାନଙ୍କ ଦ୍ୱାରା ଆମକୁ ମିଳିଥାଏ। ଯଦି ଗୃହକର୍ତ୍ତାଙ୍କ ଜାତକରେ ଚତୁର୍ଥାଧିପତି ବଳବାନ ଏବଂ ଶୁଭ ହୋଇଥାନ୍ତି ତେବେ ବିନା ଚେଷ୍ଟାରେ ଶୁଭ ଭୂମିଟିଏ ଯୋଗରେ ମିଳିଥାଏ ଏବଂ ବାସ୍ତୁ ତୃଟି ଥିଲେ ମଧ୍ୟ ଗୃହ ନିର୍ମାଣ  ହୋଇଥାଏ।

ଜାତକରେ ବୃହଷ୍ପତି, ମଙ୍ଗଳ ଏବଂ ଶନି ଅତ୍ୟନ୍ତ ଶୁଭରେ ଥିଲେ ଗୃହକର୍ତ୍ତା ନିଜ ମନରୁ ଯାହାବି ଗୃହନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରେ, ନକ୍ସାଟିଏ ନିର୍ମାଣ କରେ ତାହା ମନକୁ ମନ ବାସ୍ତୁ ନିୟମରେ ପଡିଯାଇଥାଏ। ଆଉ ଗୋଟେ ପ୍ରକାର ହେଲା, ଯଦି ଶୁଭ ଗ୍ରହଙ୍କର ମହାଦଶା ଚାଲିଥାଏ ତେବେ ବାସ୍ତୁତୃଟି ଥିଲେ ମଧ୍ୟ ଗୃହଟିଏ ନିର୍ମାଣ ହୋଇଯାଏ। କିଛି ପ୍ରଭାବ ପଡେ ନାହିଁ, କାରଣ ଶୁଭ ଦଶା ଯୋଗୁଁ ଆମକୁ ଜଣାପଡ଼େ ନାହିଁ।

ଅଧିକ ପଢ଼ନ୍ତୁ: ଗୃହରେ କେଉଁ ବାସ୍ତୁଦୋଷ ଥିଲେ ଆକସ୍ମିକ ମୃତ୍ୟୁ ଆସିଥାଏ

ଯେତେବେଳେ ଅଶୁଭ ମହାଦଶାର ପ୍ରଭାବ ଆସେ ସେତେବେଳେ ତୁରନ୍ତ ପ୍ରଭାବ ଜଣାପଡେ। ଏଣୁ ସମାଜରେ ଅନେକ ବ୍ୟକ୍ତି ବିଶେଷଙ୍କୁ ଦେଖିଥିବେ ଯେ ଗୋଟେ ସମୟରେ ରାଜା ପରି ଜୀବନ ଯାପନ କଲାବେଳେ ସମୟ କ୍ରମେ ରାସ୍ତାରେ ଭିକାରୀ ଅବସ୍ଥା ମଧ୍ୟ ହୋଇଯାଏ। ଏଣୁ ଆମେ ସମସ୍ତେ ଭାବିବା ଭୁଲ ଯେ ଅମୁକ ଲୋକ ବାସ୍ତୁ ନ ମାନି ଘର କରିଛନ୍ତି। ତାଙ୍କର କିଛି ଅସୁବିଧା ହେଉନି ତ। ଏଠାରେ ମନେ ରଖିବା ଉଚିତ ଯେ ଅସୁବିଧା ଆଗରୁ କହିକି ଆସେ ନାହିଁ।

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ