Advertisment

Health Tips: ଲାଇଟ୍ ପିରିୟଡ୍‌: ସାଧାରଣ ନା ସଙ୍କେତ

ଅନେକ ସମୟରେ ମହିଳାମାନେ ଋତୁସ୍ରାବ ସମୟରେ କମ୍ ରକ୍ତସ୍ରାବ ହେବା ବା ଲାଇଟ୍ ପିରିୟଡ୍‌ର ଅଭିଯୋଗ କରନ୍ତି। କିନ୍ତୁ ବେଳେବେଳେ କିଛି କାରଣ ନ ଥାଇ ଲାଇଟ୍ ପିରିୟଡ୍‌ ହେବା କୌଣସି ଚିନ୍ତାର କାରଣ ନ ହୋଇଥିବା ବେଳେ ଆଉ କିଛି ସମୟରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସଠିକ୍ କାରଣ ଜାଣି ଚିକିତ୍ସା କରିବା ସୁସ୍ଥ ଜୀବନ ପାଇଁ ଦରକାର କରେ।

ଅଦ୍ୟତନ ହୋଇଛି
Health Tips on Light Period

Light period, normal or symbol

Advertisment

ରିପ୍ରଡକ୍ଟିଭ୍ ବୟସରେ (୧୦- ୪୫ ବର୍ଷ ବୟସ୍କା) ମହିଳାମାନଙ୍କର ପ୍ରତି ୨୧-୩୫ ଦିନ ଅନ୍ତରାଳରେ, ୨-୭ ଦିନ ପର୍ଯ୍ୟନ୍ତ ଋତୁସ୍ରାବ ବା ମେନଷ୍ଟ୍ରୁଆଲ୍ ସାଇକଲ୍ ବା ପିରିୟଡ଼ ହେବା ଏକ ପ୍ରାକୃତିକ ଏବଂ ସ୍ୱାଭାବିକ କଥା। ଗୋଟିଏ ସ୍ୱାଭାବିକ ପିରିୟଡ୍‌ ସମୟରେ ୨-୩ ଟେବୁଲ୍-ସ୍ପୁନ୍‌ ପରିମାଣର ରକ୍ତସ୍ରାବ ହୋଇଥାଏ। କିନ୍ତୁ ପ୍ରତ୍ୟେକ ମହିଳାଙ୍କର ଋତୁସ୍ରାବ ବା ପିରିୟଡ୍‌ ସ୍ୱଭାବ ଭିନ୍ନଭିନ୍ନ ହୋଇଥାଏ ବା ସମସ୍ତଙ୍କର ଅନୁଭବ ଗୋଟିଏ ପ୍ରକାରର ହୋଇ ନଥାଏ।

Advertisment

ତେଣୁ ଜଣେ ମହିଳାଙ୍କର ପ୍ରକୃତରେ କେତେ ପରିମାଣର ରକ୍ତହାନୀ ଘଟିଛି ଆକଳନ କରିବା ମୁସ୍କିଲ୍ ହୋଇଯାଏ। ଅନେକ ପରିସ୍ଥିତିରେ ସମୟ ଏବଂ ପରିସ୍ଥିତି ଅନୁସାରେ ସମାନ ମଣିଷରେ ମଧ୍ୟ ପିରିୟଡ୍‌ରେ ଭିନ୍ନତା ଲକ୍ଷ୍ୟ କରାଯାଇପାରେ। ଅନେକ ସମୟରେ ମହିଳାମାନେ ଋତୁସ୍ରାବ ସମୟରେ କମ୍ ରକ୍ତସ୍ରାବ ହେବା ବା ଲାଇଟ୍ ପିରିୟଡ୍‌ର ଅଭିଯୋଗ କରନ୍ତି। କିନ୍ତୁ ସମୟ ସମୟରେ ଏବଂ କିଛି କାରଣ ନ ଥାଇ ଲାଇଟ୍ ପିରିୟଡ୍‌ ହେବା କୌଣସି ଚିନ୍ତାର କାରଣ ନ ହୋଇଥିବା ବେଳେ ଆଉ କିଛି ସମୟରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସଠିକ୍ କାରଣ ଜାଣି ଚିକିତ୍ସା କରିବା ସୁସ୍ଥ ଜୀବନ ପାଇଁ ଦରକାର କରେ।

ତେଣୁ ପ୍ରକୃତରେ ଜଣେ ଲାଇଟ୍ ପିରିୟଡ୍‌ ବା ସ୍କାଣ୍ଟି ମେନ୍‌ଷ୍ଟ୍ରୁଏସନ୍ ହେଉଛି କି ନାହିଁ ସିଦ୍ଧାନ୍ତରେ ଉପନୀତ ହେବା ପାଇଁ ଋତୁସ୍ରାବ ସମୟରେ କେତୋଟି ସାନିଟାରୀ ପ୍ୟାଡ୍ ବ୍ୟବହାର କରୁଛନ୍ତି ବା ବଦଳାଇବାକୁ ପଡୁଛି ତା’ର ଟ୍ରାକ୍ ରଖିପାରିବେ।

Advertisment

ଅଧିକ ପଢ଼ନ୍ତୁ: ଅନିୟମିତ ଋତୁସ୍ରାବକୁ ଦୂର କରିବ ଏହିସବୁ ଯୋଗାସନ

ଲାଇଟ୍ ପିରିୟଡ଼ର ଲକ୍ଷଣ:

  • ଦୁଇ ଦିନରୁ କମ୍ ଅବଧିର ରକ୍ତସ୍ରାବ ବା ପିରିୟଡ୍‌ ହେବା। କିମ୍ବା ଜଣେ ମହିଳାଙ୍କର ସାଧାରଣତଃ ହେଉଥିବା ଅବଧି ଠାରୁ କମ ଦିନ ପାଇଁ ରକ୍ତସ୍ରାବ ହେବା।
  • ସାଇକଲ୍‌ର ପ୍ରଥମ ଦୁଇଦିନ ଅଧିକ ସ୍ରାବ ନ ହୋଇ, ଆରମ୍ଭରୁ ଶେଷ ଦିନ ଯାଏଁ ହାଲକା ହାଲକା ରକ୍ତସ୍ରାବ ହେବା।
  • ଫ୍ଲୋ ନ ହୋଇ ୧ -୨ ଦିନ କିମ୍ବା କିଛି ଦିନ ପାଇଁ କେବଳ ସ୍ପଟି° ହେବା (୧ -୨ ବୁନ୍ଦା କିମ୍ବା ପ୍ୟାଡରେ ହାଲିକା ଚିହ୍ନ ଲାଗିବା)
  • ଜଣେ ମହିଳାଙ୍କର ନିଜ ଅନୁସାରେ ହେଉଥିବା ସାଧାରଣ ଫ୍ଲୋ’ର ପିରିୟଡ୍‌ ମିସ୍ ହେବା।
  • ସାଧାରଣ ୨୧-୩୫ ଦିନିଆ ସାଇକଲ୍ ମଧ୍ୟରେ ଲାଇଟ୍ ପିରିୟଡ୍‌ର ଫ୍ରିକ୍ୱେନ୍ସି ବଢିବା।
  • ପୂର୍ବରୁ ଆବଶ୍ୟକ ପଡୁଥିବା ପ୍ୟାଡ୍ ସ°ଖ୍ୟା ଲଗାତାର ହ୍ରାସ ହେବା।
  • ପୂର୍ବରୁ ଦେଖାଯାଉଥିବା ଅଣ୍ଟା ଏବଂ ତଳିପେଟ ବିନ୍ଧା ତଥା ମୁଡ୍ ସ୍ୱିଙ୍ଗ୍ ପରି ପ୍ରିମେନ୍‌ଷ୍ଟ୍ରୁଆଲ୍ ସିଣ୍ଡ୍ରୋମ୍‌ର ଲକ୍ଷଣରେ ହ୍ରାସ ଘଟିବା।

ଲାଇଟ୍ ପିରିୟଡ଼ର କାରଣ -

ବୟସ:

ଋତୁସ୍ରାବର ଅବଧି ଏବଂ ପରିମାଣ ସବୁଠାରୁ ଅଧିକ ପ୍ୟୁବର୍ଟି ବା ଯୌନପରିପକ୍ୱତାର ପ୍ରାରମ୍ଭ ଅବସ୍ଥାରେ ସବୁଠାରୁ ଅଧିକ ଦେଖାଯାଏ। ସେହିପରି ମେନୋପଜ୍ ସମୟରେ ମଧ୍ୟ ଇରେଗୁଲାର୍ (୨୧-୩୫ ଦିନିଆ ସାଇକଲ୍ ନ ହୋଇ, ତିନି-ଚାରି ମାସରେ ଥରେ କିମ୍ବା ହଠାତ୍ ପିରିୟଡ଼ ଦେଖାଯିବା) ଏବଂ ଲାଇଟ୍ ପିରିୟଡ୍‌ ଦେଖାଯାଏ। ଏହା ହରମୋନାଲ୍ ଇମ୍‌ବାଲାନ୍ସ କାରଣରୁ ହୋଇଥାଏ।

Advertisment

ଓଜନ ଏବଂ ଖାଦ୍ୟାଭ୍ୟାସ:

ଆନୋରେକ୍ସିଆ ନର୍ଭୋସା ପରି କିଛି ମାନସିକ ବ୍ୟାଧି ପରି କାରଣରୁ ଠିକ୍ ପରିମାଣର ଖାଦ୍ୟ ଗ୍ରହଣ ନ କରିବା ଦ୍ୱାରା କିମ୍ବା ଅନ୍ୟ କୌଣସି ସ୍ୱାସ୍ଥ୍ୟାବସ୍ଥା କାରଣରୁ ବୟସ ଏବଂ ଉଚ୍ଚତା ଅନୁପାତରେ ଓଜନ ଅତ୍ୟଧିକ କମ୍ ହୋଇଥିଲେ ହରମୋନ କ୍ଷରଣ ଏବଂ କାର୍ଯ୍ୟକାରିତା ସଠିକ ଭାବରେ ନ ହୋଇ ମଧ୍ୟ ଲାଇଟ୍ ପିରିୟଡ୍‌ ଦେଖାଯାଏ।

ସେହିପରି ହଠାତ୍ ଅତ୍ୟଧିକ ଓଜନ ହ୍ରାସ କିମ୍ବା ମେଦବହୁଳତା କାରଣରୁ ମଧ୍ୟ ଋତୁସ୍ରାବ ଇରେଗୁଲାର୍ ଏବଂ ଲାଇଟ୍ ହୋଇପାରେ। ସେହିପରି ବୁଲେମିଆ ବା ଅଧିକ ଖାଦ୍ୟଗ୍ରହଣ ଦ୍ୱାରା ମେଦବହୁଳତା ଦେଖାଯାଏ, ଏବଂ ଦେହର ଫ୍ୟାଟ୍‌ସେଲ୍ ପର୍ସେଣ୍ଟେଜ୍ ଋତୁସ୍ରାବକୁ ପ୍ରଭାବିତ କରିଥାଏ।

ବାର୍ଥ-କଣ୍ଟ୍ରୋଲ୍ ବା ଗର୍ଭନିରୋଧକ ଉପାୟ:

ହୋରମୋନାଲ୍ ବାର୍ଥ-କଣ୍ଟ୍ରୋଲ୍ ପିଲ୍ (ବଟିକା), ସଟ୍ (ଇଞ୍ଜେକସନ୍), ପ୍ୟାଚ୍ କିମ୍ବା ରିଙ୍ଗ୍ ବ୍ୟବହାର ଦ୍ଵାରା ମଧ୍ୟ ଦେହରେ ହରମୋନାଲ୍ ଇମବାଲାନ୍ସ ହୋଇ ଲାଇଟ୍ ପିରିୟଡ଼ ଦେଖାଯାଏ। ଗର୍ଭନିରୋଧର କିଛି ଉପାୟ ଓଭମ୍ ବା ଡିମ୍ବାଣୁକୁ ରିଲିଜ ହେବାକୁ ଦିଏ ନାହିଁ, ଯାହାଦ୍ୱାରା ଗର୍ଭାସୟର ଭିତର ଆବରଣର ମୋଟା ଅ°ଶ ତିଆରି ନହୋଇପାରି ଲାଇଟ୍ ପିରିୟଡ୍‌ ବା ସ୍କିପ୍ (ବିଲକୁଲ୍ ନହେବା) ପିରିୟଡ୍‌ ଦେଖାଯାଏ। ଗର୍ଭନିରୋଧକ ବଟିକା ଆରମ୍ଭ କିମ୍ବା ବନ୍ଦ କଲେ ମଧ୍ୟ ଲାଇଟ୍ ପିରିୟଡ୍‌ ଦେଖାଯାଏ।

ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ୍ ବା PCOS:

ଏଥିରେ ଓଭାରି ବା ଡିମ୍ବାଶୟରେ ସିଷ୍ଟ୍‌ ହୋଇଯାଏ, ଶରୀରରେ ହର୍‌ମୋନାଲ୍ ଇମ୍‌ବାଲାନ୍ସ ଦେଖାଯାଏ ଏବଂ ଡିମ୍ବାଣୁଗୁଡିକ ମାଚ୍ୟୁର୍‌ଡ୍‌ ହୋଇପାରନ୍ତି ନାହିଁ। ହର୍‌ମୋନାଲ୍ ଇମ୍‌ବାଲାନ୍ସ କାରଣରୁ ମେଦବହୁଳତା, ମୁଖବ୍ରଣ, ମୁହଁରେ ଅଧିକ ଲୋମ ଦେଖାଯିବା, ଇନ୍‌ଫର୍ଟିଲିଟି ଏବଂ ଇରେଗୁଲାର୍ ବା ଲାଇଟ୍ ପିରିୟଡ୍‌ ଦେଖାଯାଏ।

ଡାକ୍ତରଙ୍କ ପରାମର୍ଶ କ୍ରମେ ଓଜନ ହ୍ରାସ କରିବା, ବାର୍ଥ-କଣ୍ଟ୍ରୋଲ୍ ପିଲ୍ସ ଗ୍ରହଣ କରିବା, ଇନ୍ସୁଲିନ୍ କ୍ଷରଣର ନିୟନ୍ତ୍ରଣ ପାଇଁ ବଟିକା ନେବା (ଓଭୁଲେସନ୍ ପ୍ରକ୍ରିୟାକୁ ଠିକ୍ କରି ପିରିୟଡ୍‌କୁ ନିୟମିତ କରେ) ଆଦି PCOS କ୍ଷେତ୍ରରେ ଲାଭଦାୟକ ହୋଇଥାଏ।

ହର୍‌ମୋନାଲ୍ ଇମ୍‌ବାଲାନ୍ସ:

କେବଳ PCOS ନୁହେଁ, ଥାଏରଏଡ୍ ଡିଜ୍‌ଅର୍ଡର, କୁସିନ୍ ସିଣ୍ଡ୍ରୋମ୍, ପେରିମେନୋପଜ୍ ଆଦିରେ ମଧ୍ୟ ହର୍‌ମୋନାଲ୍ ଇମ୍‌ବାଲାନ୍ସ କାରଣରୁ ଲାଇଟ୍ ପିରିୟଡ୍‌ ବା ଅନିୟମିତତା ଦେଖାଯାଏ।

ଅତ୍ୟଧିକ ଶାରୀରିକ ବ୍ୟାୟାମ ବା Overexercise:

ଆଥ୍‌ଲେଟ୍ ବା ଖେଳାଳୀମାନଙ୍କର ଅତ୍ୟଧିକ ଶାରୀରିକ ପରିଶ୍ରମ ଏବଂ ବ୍ୟାୟାମ ଶରୀରରେ ଷ୍ଟ୍ରେସ୍ ଲେଭେଲ୍ ବଢାଇବା, ଓଜନ ହ୍ରାସ କରିବା ଆଦି କାରଣରୁ ଲାଇଟ୍ ପିରିୟଡ୍‌ ଦେଖାଯାଏ।

ଅତ୍ୟଧିକ ମାନସିକ ଚାପ ବା ଷ୍ଟ୍ରେସ୍:

ଅତ୍ୟଧିକ ଚିନ୍ତା ବା ମାନସିକ ଚାପ ମଧ୍ୟ ଶରୀରରେ ହର୍‌ମୋନାଲ୍ ଇମ୍‌ବାଲାନ୍ସ ଘଟାଇ ଲାଇଟ୍ ପିରିୟଡ୍‌ର କାରଣ ହୋଇଥାଏ।

ଗର୍ଭାବସ୍ଥା:

ଗର୍ଭାବସ୍ଥାରେ ଋତୁସ୍ରାବ ଦେଖାଯାଏ ନାହିଁ, କିନ୍ତୁ ବେଳେବେଳେ ପ୍ରାରମ୍ଭିକ ଅବସ୍ଥାରେ ଥରେ - ଦୁଇଥର ସ୍ପଟି° ଦେଖାଯାଏ, ଏହାକୁ ଇମ୍ପ୍ଲାଣ୍ଟେସନ୍ (ଫର୍ଟିଲାଇଜ୍ଡ ଏଗ୍ ବା ଡିମ୍ବାଣୁ ଗର୍ଭାସୟରେ ପ୍ରତିରୋପିତ ହେବା) ବ୍ଲିଡି° କୁହାଯାଏ। ଏହା ସାଧାରଣତଃ ୧-୨ ଦିନ ପର୍ଯ୍ୟନ୍ତ ହୋଇଥାଏ (ଅପେକ୍ଷା ନ କରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ)।

ବ୍ରେଷ୍ଟ୍‌-ଫିଡି°:

ପ୍ରସବ ପରେ ବ୍ରେଷ୍ଟ୍‌-ଫିଡି° ବା ସ୍ତନ୍ୟପାନ ସମୟରେ ମଧ୍ୟ ଲାଇଟ୍ ପିରିୟଡ୍‌ ବା ଅନିୟମିତତା ଦେଖିବାକୁ ମିଳିଥାଏ। ଶରୀରରେ ମିଲ୍କ ସିକ୍ରେଟି° ହର୍‌ମୋନ୍‌ କାରଣରୁ ଓଭୁଲେସନ୍ ନ ହେବା କାରଣରୁ ଋତୁସ୍ରାବରେ ଡେରି, ଅନିୟମିତତା, ଲାଇଟ୍ ପିରିୟଡ୍‌ ଆଦି ଦେଖାଯାଏ।

ବେଳେବେଳେ କୌଣସି କାରଣ ନ ଥାଇ ଲାଇଟ୍ ପିରିୟଡ୍‌ ହୋଇଯାଏ। କିନ୍ତୁ ଯଦି ଆପଣ ଗର୍ଭବତୀ ନ ଥାଇ ମଧ୍ୟ ଲଗାତାର ତିନୋଟି ଋତୁସ୍ରାବ ହୋଇ ନାହିଁ, ବାରମ୍ବାର ପିରିୟଡ୍‌ରେ ଅନିୟମିତତା, ବାରମ୍ବାର ସାଇକଲ୍‌ର ମଝିରେ ରକ୍ତସ୍ରାବ, ଆପଣଙ୍କ ଋତୁସ୍ରାବ ସମୟରେ ଦେଖୁଥିବା ନିୟମିତ ଲକ୍ଷଣଠାରୁ ହଠାତ୍ କିଛି ଭିନ୍ନ ଲକ୍ଷଣ ଦେଖିବା କିମ୍ବା ମେନୋପଜ୍ ପରେ ହଠାତ ପୁଣି ଋତୁସ୍ରାବ ଦେଖୁଛନ୍ତି ତାହେଲେ ଡାକ୍ତରଙ୍କ ପରାମର୍ଶ ଜରୁରୀ।

Health Tips Menstrual Health
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ