Advertisment

ଅନିୟମିତ ଋତୁସ୍ରାବକୁ ଦୂର କରିବ ଏହିସବୁ ଯୋଗାସନ

ମାସିକ ଧର୍ମରେ ଅନିୟମିତତା ହେତୁ ଅନେକ ପ୍ରକାରର ଶାରୀରିକ ସମସ୍ୟା ମଧ୍ୟ ହେବାର ସମ୍ଭାବନା ଥାଏ। ତେବେ ଅନେକ ଯୋଗାସନ ରହିଛି ଯାହା ଏ କ୍ଷେତ୍ରରେ ଅନେକ ଉପାକାରୀ ହୋଇଥାଏ। ଆସନ୍ତୁ ସେ ବିଷରେ ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
Yoga poses to cure irregular periods problems

Yoga poses to cure irregular periods problems

ମାସିକ ଋତୁସ୍ରାବ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନେକ ମହିଳାମାନେ ଏହି ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପେଟ ଯନ୍ତ୍ରଣା, ପ୍ରବଳ ରକ୍ତସ୍ରାବ, ଅନିୟମିତତା ଏବଂ ମୁଡ୍ ସୁଇଙ୍ଗ୍ ଭଳି ସମସ୍ୟା ମହିଳାମାନଙ୍କ ପାଇଁ ସାଧାରଣ ହୋଇଯାଏ। ମାସିକ ଧର୍ମରେ ଅନିୟମିତତା ହେତୁ ଅନେକ ପ୍ରକାରର ଶାରୀରିକ ସମସ୍ୟା ମଧ୍ୟ ହେବାର ସମ୍ଭାବନା ଥାଏ। ତେବେ ଅନେକ ଯୋଗାସନ ରହିଛି ଯାହା ଏ କ୍ଷେତ୍ରରେ ଅନେକ ଉପାକାରୀ ହୋଇଥାଏ। ଆସନ୍ତୁ ସେ ବିଷରେ ଜାଣିନେବା।

Advertisment

ମଳାସନ:

ଋତୁସ୍ରାବରେ ଅନିୟମିତତା ଦେଖାଦେଲେ ମଳାସନ ଅଭ୍ୟାସ ଏଥିରୁ ମୁକ୍ତି ଦେଇପାରେ। ଏହା କରିବାକୁ ହେଲେ ପ୍ରଥମେ ବସନ୍ତୁ। ଏହାପରେ ଶ୍ୱାସ ନେଇ ଗୋଇଠିକୁ ଭୂମିରୁ ଉଠାନ୍ତୁ। ଏହା ପରେ ଜଙ୍ଘ ମଝିରେ ଫାଙ୍କ ରଖି ଆଗକୁ ଝୁଙ୍କନ୍ତୁ। ଉଭୟ ହାତକୁ ମୋଡି କହୁଣୀକୁ ଜଙ୍ଘ ଉପରେ ରଖନ୍ତୁ। ବର୍ତ୍ତମାନ ହାତକୁ ବୁଲେଇ ଗୋଇଠିକୁ ଟିକିଏ ଉପରକୁ ଉଠାନ୍ତୁ। ସ୍କାଟ୍ ସ୍ଥିତିରେ ରୁହନ୍ତୁ।

ଉଷ୍ଟ୍ରାସନ:

ପ୍ରଥମେ ଆଣ୍ଠେଇ ହାତକୁ ପିଚା ଉପରେ ରଖନ୍ତୁ। ଗଭୀର ଶ୍ୱାସ ନେଇ ଅଣ୍ଟା ପାଖରୁ ଆଗକୁ ନିଅନ୍ତୁ। ଦୁଇ ହାତକୁ ବୁଲାଇ ପାଦ ବା ଗୋଇଠି ଉପରେ ରଖନ୍ତୁ। ପିଠିକୁ ବଙ୍କା କରନ୍ତୁ। କିଛି ସମୟ ରଖି ମୂଳ ଅବସ୍ଥାକୁ ଆସନ୍ତୁ।

Advertisment

ଧନୁରାସନ:

ପ୍ରଥମେ ପେଟ ଉପରେ ଶୋଇଯାଆନ୍ତୁ ଏବଂ ଗୋଡକୁ ଟିକିଏ ଚଉଡା କରନ୍ତୁ। ଆଣ୍ଠୁ ପାଖରୁ ଭାଙ୍ଗି ଦୁଇ ଗୋଡ ଉପରକୁ ଉଠାନ୍ତୁ ଏବଂ ପାଦ ତଳୁ ହାତରେ ଧରନ୍ତୁ। ଗଭୀର ଶ୍ୱାସ ନେଇ, ଛାତି ଏବଂ ଗୋଡକୁ ଉପରକୁ ଉଠାନ୍ତୁ। ଏହି ଅବସ୍ଥାରେ କିଛି ସମୟ ରହି ମୂଳ ଅବସ୍ଥାକୁ ଆସନ୍ତୁ।

ମତ୍ସ୍ୟାସନ:

ପିଠି ଉପରେ ଶୋଇ ହାତକୁ ପିଚା ତଳେ ରଖନ୍ତୁ। କହୁଣୀରେ ଭାର ଦେଇ ଛାତିକୁ ଉପରକୁ ଉଠାନ୍ତୁ। କିଛି ସମୟ ରହି ମୂଳ ଅବସ୍ଥାକୁ ଆସନ୍ତୁ।

Yogasana Yoga Poses For Irregular Periods
Advertisment
Advertisment