Advertisment

Vastu Tips: ଗୃହରେ ଥିଲେ ଏମିତି ବାସ୍ତୁଦୋଷ ବ୍ୟବସାୟରେ ହୋଇଥାଏ ସାଂଘାତିକ କ୍ଷତି; ଜାଣନ୍ତୁ ପ୍ରତିକାର

ପୂର୍ବ ଦିଗରେ ବାସ୍ତୁଦୋଷ ଥିଲେ ସେହି ଗୃହରେ ସୂର୍ଯ୍ୟଙ୍କର ଶୁଭଫଳ ମିଳି ନ ଥାଏ। ଏଣୁ ସେହିପରି ଗୃହରେ ବ୍ୟବସାୟୀ ଲୋକମାନେ ଉନ୍ନତି କରିପାରନ୍ତି ନାହିଁ ଫଳରେ ଅର୍ଥାଭାବ ଲାଗି ରହିଥାଏ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
Know the vastu solution if lose in business

Know the vastu solution if lose in business

ଯଦି ଗୃହରେ ବାସ୍ତୁଶାସ୍ତ୍ରଜନିତ ଦୋଷ ତୃଟି ଥାଏ ତେବେ ସେହି ଗୃହରେ ଶାନ୍ତି ମିଳେ ନାହିଁ। ସବୁବେଳେ ଅଶାନ୍ତି ଲାଗି ରହିଥାଏ। ଅଭାବ ଅନଟନ ସବୁବେଳେ ଲାଗି ରହିଥାଏ। ସ୍ତ୍ରୀ ଲୋକମାନେ ରୋଗଗ୍ରସ୍ତ ହୋଇଯାଇଥାନ୍ତି, କାରଣ ସ୍ତ୍ରୀ ଲୋକମାନେ ଗୃହରେ ବେଶି ସମୟ ରହିଥାନ୍ତି। ଏଣୁ ବାସ୍ତୁଦୋଷ ପ୍ରଭାବରେ ସ୍ତ୍ରୀ ଲୋକମାନେ ବେଶୀ ପ୍ରଭାବିତ ହୋଇଥାନ୍ତି।

Advertisment

ଗୃହରେ ଅଗ୍ନି ଭୟ, ଚୋର ଭୟ, ବଜ୍ରପାତ ଭୟ ଆଦି ଦ୍ୱାରା ପ୍ରଭାବିତ ହୋଇଥାଏ। ଅକାଳ ମୃତ୍ୟୁ ମଧ୍ୟ ହୋଇଥାଏ। ଏଣୁ ବାସ୍ତୁଶାସ୍ତ୍ର ସମ୍ମତ ହୋଇ ଗୃହ ନିର୍ମାଣ କଲେ ନାନା ପ୍ରକାର ଅସୁବିଧାରୁ ମୁକ୍ତି ମିଳିଥାଏ। ଆମେ ଜାଣୁ ଯେ ଯେଉଁ ଦିଗରେ ସୂର୍ଯ୍ୟ ଉଦୟ ହୁଅନ୍ତି ତାକୁ ପୂର୍ବ ଦିଗ ଏବଂ ଯେଉଁ ଦିଗରେ ଅସ୍ତ ହୁଅନ୍ତି ତାକୁ ପଶ୍ଚିମ ଦିଗ କୁହନ୍ତି। ପୂର୍ବ ଆଡ଼କୁ ମୁହଁ କରି ଛିଡାହେଲେ ଆମର ବାମହାତ ଯେଉଁ ଦିଗରେ ରହେ ତାକୁ ଉତ୍ତର ଦିଗ ଏବଂ ଆମର ଡାହାଣ ହାତ ଯେଉଁ ଦିଗକୁ ରହିବ ତାହା ଦକ୍ଷିଣ ଦିଗ।

ସେହିପରି ଉତ୍ତର-ପୂର୍ବ ଯେଉଁସ୍ଥାନରେ ମିଳିତ ହୁଏ ତାକୁ ଐଶାନ୍ୟ କୋଣ, ଦକ୍ଷିଣ ଓ ପୂର୍ବ ଦିଗର ମିଳିତ ସ୍ଥାନକୁ ଅଗ୍ନେୟକୋଣ ବା ଅଗ୍ନିର ସ୍ଥାନ, ଉତ୍ତର ଓ ପଶ୍ଚିମ ଦିଗର ମିଳିତ ସ୍ଥାନକୁ ବାୟବ୍ୟକୋଣ ବା ବାୟୁସ୍ଥାନ ଏବଂ ଦକ୍ଷିଣ ଓ ପଶ୍ଚିମ ଦିଗର ମିଳିତ ସ୍ଥାନକୁ ନୈଋତ କୋଣ କୁହନ୍ତି।

Advertisment

ଏବେ ଆମେ କମ୍ପାସର ବ୍ୟବହାର ଦ୍ୱାରା ଦିଗ ଜାଣିପାରୁଛେ। ବର୍ତ୍ତମାନ ସମସ୍ତଙ୍କ ହାତରେ ମୋବାଇଲ୍ ଏଣୁ ମୋବାଇଲ୍ ଥିବା କମ୍ପାସ୍‌ ଆପ୍ଲିକେଶନ ଦ୍ୱାରା ଆମେ ଅତି ସହଜରେ ଦିଗ ଜାଣିପାରିବା। ଦିଗ ବିଷୟରେ ନ ଜାଣିଲେ ବାସ୍ତୁ ନିୟମକୁ ଠିକ ଭାବରେ ଜାଣିପାରିବା ନାହିଁ।

ଜ୍ୟୋତିଷ ଶାସ୍ତ୍ରରେ ଯେମିତି ଗ୍ରହମାନଙ୍କ ପ୍ରଭାବ ରାଶି ନକ୍ଷତ୍ର ମାଧ୍ୟମରେ ମଣିଷକୁ ମିଳିଥାଏ ଠିକ ସେହିପରି ଗ୍ରହମାନଙ୍କ ପ୍ରଭାବ ଗୃହରେ ଦିଗ ମାଧ୍ୟମରେ ପଡିଥାଏ। ଏଣୁ ପ୍ରତ୍ୟେକଟି ଗ୍ରହମାନଙ୍କ ପ୍ରଭାବକୁ ଜାଣି ଗୃହ ନିର୍ମାଣ କଲେ ଗୃହରେ ଗ୍ରହମାନଙ୍କ ପ୍ରଭାବ ଶୁଭ ହୋଇଥାଏ।

ଏଣୁ ବାସ୍ତୁ ଶାସ୍ତ୍ର ମତରେ ପ୍ରତ୍ୟେକ ଦିଗକୁ ପ୍ରାଧାନ୍ୟ ଦିଆଯାଇଛି। ପ୍ରତ୍ୟେକ ଦିଗର ଶୁଭଫଳ ପାଇବା ପାଇଁ ସେହି ଦିଗର ଅଧିପତି ଗ୍ରହ ଏବଂ ଦେବତାଙ୍କ ଗୁଣ, ଧର୍ମ ଅନୁରୂପରେ ନିର୍ମାଣ ଏବଂ ସାଜସଜ୍ଜା ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ।

ତେବେ ଆସନ୍ତୁ ଜାଣିବା ଗୃହର ପୂର୍ବଦିଗ ଯଦି ବନ୍ଦ ହୋଇଯାଇଥାଏ ଅର୍ଥାତ୍ ଗୃହନିର୍ମାଣ ବେଳେ ଭୂମିର ତିନି ଦିଗରେ ଫାଙ୍କା ଯାଗା ଥିବ କିନ୍ତୁ ଭୂମିର ପାଚେରୀକୁ ଲାଗି ପୂର୍ବ ଦିଗରେ ନିର୍ମାଣ କାର୍ଯ୍ୟ କରାଯାଇଥିବ ଏବଂ କୌଣସି ବି ଫାଙ୍କା ଯାଗା ଛଡ଼ା ଯାଇ ନ ଥିବ, ଏହି ପରିସ୍ଥିତିରେ ଆମେ କହିବା ଯେ ପୂର୍ବ ଦିଗକୁ ବନ୍ଦ କରାଯାଇଛି।

ଆଗରୁ ଆମେ ପୂର୍ବ ଦିଗ ବିଷୟରେ ଜାଣିଛେ, ଏହି ଦିଗର ଅଧିପତି ଗ୍ରହ ହେଉଛନ୍ତି ସୂର୍ଯ୍ୟ ଏବଂ ଅଧିପତି ଦେବତା ହେଉଛନ୍ତି ଇନ୍ଦ୍ର। ପୂର୍ବ ଦିଗରେ ବାସ୍ତୁଦୋଷ ଥିଲେ ଏହି ଗ୍ରହ ଏବଂ ଦେବତାଙ୍କର ଶକ୍ତି ଆମ ଉପରେ ଖରାପ ଭାବରେ ପଡିଥାଏ। ସମାନ ଅନୁରୂପ ଯଦି ଏହି ଦିଗକୁ ନିର୍ମାଣ ସମୟରେ ବନ୍ଧ କରିଦିଆଯାଏ ତେବେ ମଧ୍ୟ ପୂର୍ବ ଦିଗରେ ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ।

ଫଳରେ ସେହି ଗୃହରେ ସୂର୍ଯ୍ୟଙ୍କର ଶୁଭଫଳ ମିଳି ନ ଥାଏ। ତେଣୁ ସେହି ଗୃହରେ ସୂର୍ଯ୍ୟଙ୍କର ଶୁଭଫଳ ମିଳି ନ ଥାଏ। ଏଣୁ ସେହିପରି ଗୃହରେ ବ୍ୟବସାୟୀ ଲୋକମାନେ ଉନ୍ନତି କରିପାରନ୍ତି ନାହିଁ, ଫଳରେ ଅର୍ଥଭାବ ଲାଗି ରହିଥାଏ। ଚାକିରି କରୁଥିଲେ ପ୍ରମୋସନ୍‌ରେ ବାଧା ଉପୁଜିଥାଏ। ସେହିପରି ଘରେ ମହିଳାମାନେ ପୁରୁଷମାନଙ୍କ ଉପରେ ନିଜର ଆଧିପତ୍ୟ ଜାହିର୍ କରନ୍ତି। ଏଣୁ ମତଭେଦ କଳି ଝଗଡ଼ା ସବୁବେଳେ ଲାଗି ରହିଥାଏ।

ପ୍ରତିକାର- ଏହି ଦିଗରେ ତମ୍ବାରେ ନିର୍ମିତ ସୂର୍ଯ୍ୟଯନ୍ତ୍ରଟିଏ ବିଧି ବିଧାନରେ ସ୍ଥାପନା କଲେ ଏହି ଦିଗର ଶୁଭଫଳ ମିଳିଥାଏ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips In Odia Vastu Tips Vastu Shastra
Advertisment
Advertisment