Advertisment

Vastu Tips: ଆପଣ ଭୂମି କିଣିବାକୁ ଯୋଜନା କରୁଛନ୍ତି କି; ଜାଣନ୍ତୁ କିପରି ଭୂମି ଘର ପାଇଁ ଠିକ୍

ଭୂମି ସବୁବେଳେ ଆୟତାକାର କିମ୍ବା ବର୍ଗାକାର ହେବା ଶୁଭ। ବିଷମ ବାହୁ ଏବଂ ଭିନ୍ନ ଭିନ୍ନ ଆକାରର ଭୂମି ହେଲେ ଅଶୁଭ ଫଳ ମିଳିଥାଏ। ବହୁତ ସ୍ଥାନରେ ଭୂମିର ଆକାର ଆୟତାକାର କିମ୍ବା ବର୍ଗାକାର ହୋଇଥିବ କିନ୍ତୁ ଭୂମିର ଯେକୌଣସି କୋଣରେ କିମ୍ବା ଦିଗରେ ଛିଦ୍ର ବା କଟ୍ ଥିଲେ ସେହି ସ୍ଥାନରେ ଶୁଭଫଳ ନଷ୍ଟ ହୋଇଯାଇଥାଏ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
how to check vastu for land

If you want to buy land know which one is right for house

ବାସ୍ତୁ ଏବଂ ଭୂମି ମଧ୍ୟରେ ବଡ ଘନିଷ୍ଠ ସମ୍ବନ୍ଧ ଅଛି। ସେଥିପାଇଁ ଗୃହ ନିର୍ମାଣ ପୂର୍ବରୁ ଭୂମି ଚୟନର ଭୂମିକା ବଡ ଗୁରୁତ୍ୱପୂର୍ଣ୍ଣ। ଭୂମି ଦୋଷ ଥିଲେ ଗୃହ ନିର୍ମାଣରେ ବାଧା ଆସିଥାଏ। ବାସ କରିବା ପାଇଁ କିପରି ଭୂଖଣ୍ଡ ଦରକାର ତାହା ଆମେ ଜାଣିଛେ। ସେଥିପାଇଁ ଭୂମିକ୍ରୟ ପୂର୍ବରୁ ବିଭିନ୍ନ ପଦ୍ଧତି ଅଛି ଯାହାକୁ ପ୍ରୟୋଗ କରି ଭୂମିର ଶୁଭ ଅଶୁଭ ବିଷୟରେ ଜାଣିପାରିବା।

Advertisment

ଭୂମି ସବୁବେଳେ ଆୟତାକାର କିମ୍ବା ବର୍ଗାକାର ହେବା ଶୁଭ। ବିଷମ ବାହୁ ଏବଂ ଭିନ୍ନ ଭିନ୍ନ ଆକାରର ଭୂମି ହେଲେ ଅଶୁଭ ଫଳ ମିଳିଥାଏ। ବହୁତ ସ୍ଥାନରେ ଭୂମିର ଆକାର ଆୟତାକାର କିମ୍ବା ବର୍ଗାକାର ହୋଇଥିବ କିନ୍ତୁ ଭୂମିର ଯେକୌଣସି କୋଣରେ କିମ୍ବା ଦିଗରେ ଛିଦ୍ର ବା କଟ୍ ଥିଲେ ସେହି ସ୍ଥାନରେ ଶୁଭଫଳ ନଷ୍ଟ ହୋଇଯାଇଥାଏ ଏବଂ ଏନର୍ଜିର ପ୍ରବାହରେ ବାଧା ସୃଷ୍ଟି ହୋଇଥାଏ। ଫଳରେ ଗୃହବାସୀଙ୍କ ଉପରେ ଏହାର ନକରାତ୍ମକ ପ୍ରଭାବ ପଡ଼ିଥାଏ।

ଆମେ ଏବେ ଜାଣିବା ଯଦି ଭୂଖଣ୍ଡରେ ଐଶ୍ୱାନ୍ୟ କୋଣ ବା ଉତ୍ତର-ପୂର୍ବ କୋଣଟିରେ ଛିଦ୍ର ଥାଏ କିମ୍ବା ଭୂମିର ଏହି କୋଣଟି କଟ୍ ହୋଇଯାଇଥାଏ ତେବେ ଏହିପରି ସ୍ଥିତିରେ ଧନାଗମନରେ ଅନେକ ବାଧା ସୃଷ୍ଟି ହୋଇଥାଏ। ଏହି କୋଣରେ ଈଶ୍ୱରଙ୍କ ବାସସ୍ଥାନ ବୋଲି ମାନ୍ୟତା ରହିଛି। ଏନେଇ ଏହି କୋଣଟି କଟ୍ ହୋଇଥିଲେ ଦେବକୃପା ଗୃହବାସୀଙ୍କୁ ମିଳି ନଥାଏ।

Advertisment

ଅଧିକ ପଢ଼ନ୍ତୁ: ଗୃହର ଏହି ଦିଗକୁ ଜଳ ନିଷ୍କାସିତ ହେଉଛି କି… ଗୃହକୁ ଆସିବ ମହା ସଂକଟ

ଏଣୁ ଏହିପରି ଗୃହରେ ବସବାସ କରୁଥିବା ଲୋକମାନେ ଅଧର୍ମୀ ପ୍ରବୃତିର ହୋଇଥାନ୍ତି। ଏହି ସ୍ଥାନର ଅଧିପତି ହେଉଛନ୍ତି ବୃହସ୍ପତି, ଏଣୁ ଏହି କୋଣଟି କଟ୍ ହୋଇଥିଲେ ଗୃହ ଉପରେ ବୃହସ୍ପତି ଗ୍ରହର ଶୁଭ ପ୍ରଭାବ ପଡ଼େନାହିଁ। ବୃହସ୍ପତିର ଶୁଭ ପ୍ରଭାବ ନ ରହିଲେ ଗୃହରେ ଅଶାନ୍ତି ଲାଗି ରହେ। ଧନ ଅପବ୍ୟୟ ହୁଏ। ବୃହସ୍ପତି ଅଶୁଭ ହେଲେ ଅନ୍ୟ ସମସ୍ତ ଗ୍ରହର ଅଶୁଭ ପ୍ରଭାବ ପଡିଥାଏ।

ଏନେଇ ଶାରିରୀକ, ଆର୍ଥିକ, ମାନସିକ, ଅଶାନ୍ତି ଦେଖାଦେଇଥାଏ। ବୃହସ୍ପତି ଶୁଭ ଥିଲେ ଅନେକ ସମସ୍ୟାରୁ ଗୃହବାସୀଙ୍କୁ ରକ୍ଷା ମିଳିଥାଏ। ଏଣୁ ଗୃହପାଇଁ ବୃହସ୍ପତି ହେଉଛନ୍ତି ରକ୍ଷାକର୍ତ୍ତା। ଗୃହର ରକ୍ଷକ ଯଦି ନ ଥାନ୍ତି ତେବେ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଉପାୟ ମିଳେ ନାହିଁ। ଯଥା ରୋଗ ହେଲେ ରୋଗର କାରଣ ଏବଂ ନିଦାନ ସହଜରେ ମିଳେ ନାହିଁ।

ଏହିପରେ ଗୃହରେ କ୍ୟାନ୍‌ସର୍‌ ପରି ରୋଗ ସୃଷ୍ଟି ହୋଇଥାଏ। ଏଣୁ ଐଶ୍ୱାନ୍ୟ କୋଣ ହେଉଛି ଏକ ମହତ୍ତ୍ୱପୂର୍ଣ୍ଣ ଏବଂ ସଂବେଦନଶୀଳ ସ୍ଥାନ। ଏଣୁ ଏହି ସ୍ଥାନରେ କେବେବି ଛିଦ୍ର କିମ୍ବା କଟ୍ ରହିବା କଥା ନୁହେଁ। ଏଣୁ କେବେବି ଏହିପରି ଭୂମିରେ ଗୃହ କରିବା ଶୁଭ ନୁହେଁ। ଯଦି ଗୃହ କରିବାକୁ ପଡେ ତେବେ ବାସ୍ତୁବିତ୍‌ଙ୍କ ପରାମର୍ଶରେ ଗୃହ କରିବା ଉଚିତ। ଯଦି ଗୃହ କରିସାରିଛନ୍ତି ଏବଂ ଅଶୁଭ ଫଳ ପାଉଛନ୍ତି ତୁରନ୍ତ ଏହାର ପ୍ରତିକାର କରିଦେବା କଥା।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips Vastu Tips In Odia Vastu Bichar Vastu Tips For Home Vastu Shastra
Advertisment
Advertisment