Advertisment

କେମିତି କରିବେ ପୂଜାଘର, ଶୁଭ ଫଳ ପାଇଁ ୧୦ ପଏଣ୍ଟ୍

ଘର ତିଆରି ବେଳେ ପ୍ରତ୍ୟେକ ହିନ୍ଦୁ ପରିବାର ଏକ ଠାକୁର ଘର ନିର୍ମାଣର ଚିନ୍ତା କରିଥାନ୍ତି। ଘରେ ସର୍ବଦା ଈଶ୍ୱର କରୁଣା ରହୁ ଏହା ସମସ୍ତଙ୍କର ଲକ୍ଷ ଥାଏ। ତେବେ ଏହି ଠାକୁର ଘର କିପରି ହେଲେ ଶୁଭ ଫଳ ମିଳିବ ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
How will be a worship place in house according to vastu

How will be a worship place in house according to vastu

ଆମ ହିନ୍ଦୁ ଧର୍ମରେ ପ୍ରତିମା ପୂଜାର ମହତ୍ୱ ରହିଛି। ସେଥିପାଇଁ ଦେବଦେବୀମାନଙ୍କର ଅନେକ ମନ୍ଦିରମାନ ଦେଖିବାକୁ ମିଳେ ଏବଂ ସେଠାରେ ବଡ ବଡ ମୂର୍ତ୍ତିମାନ ପ୍ରତିଷ୍ଠା କରାଯାଇ ବ୍ରାହ୍ମଣଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ପୂଜା ଅର୍ଚ୍ଚନା କରାଯାଇଥାଏ। ଲୋକମାନେ ମଧ୍ୟ ସେଠାକୁ ଯାଇ ପୂଜା କରିଥାନ୍ତି। ଏହାଛଡା ଆମେ ଘରେ ମଧ୍ୟ ଠାକୁରଙ୍କ ଫଟୋ ରଖି ପୂଜା ଅର୍ଚ୍ଚନା କରିବାର ପରମ୍ପରା ରହିଛି।

Advertisment

ଘରେ କିନ୍ତୁ ବଡ ମୂର୍ତ୍ତି ରଖାଯାଏ ନାହିଁ। ବାସ୍ତଶାସ୍ତ୍ର ଅନୁସାରେ ଘରେ କୌଣସି ଧାତୁ ନିର୍ମିତ ମୂର୍ତ୍ତିମାନ ରଖିଲେ ତାହା ଛୋଟ ବା ୬ ଇଞ୍ଚରୁ କମ୍ ରହିବା ଭଲ ବୋଲି କୁହାଯାଏ। କିନ୍ତୁ ଦେବଦେବୀଙ୍କର ବଡ ଫଟୋ ରଖି ପୂଜା କରାଯାଇପାରେ। ପ୍ରାୟ ପ୍ରତ୍ୟେକ ହିନ୍ଦୁ ଈଶ୍ୱର ଆରାଧନା ପାଇଁ ଘର ତିଆରି ବେଳେ ଏକ ସ୍ୱତନ୍ତ୍ର ଠାକୁର ଘରଟିଏ ନିର୍ମାଣ କରିଥାନ୍ତି। ଏହା ଯଦି ବାସ୍ତୁ ସିଦ୍ଧାନ୍ତ ମତରେ କରାଯାଏ ତେବେ ଏହି ଠାକୁର ଘରେ ପଜିଟିଭ୍ ଏନର୍ଜି ସୃଷ୍ଟି ହୋଇଥାଏ, ଯାହା ଆମ ପାଇଁ ଶୁଭ ଫଳ ପ୍ରଦାନ କରିଥାଏ।

ଠାକୁର ଘର ଐଶାନ୍ୟ କୋଣରେ କରାଯାଏ। କାରଣ ଏହି କୋଣର ଅଧିପତି ଗ୍ରହ ହେଉଛନ୍ତି ବୃହସ୍ପତି ଏବଂ ବୃହସ୍ପତି ହେଉଛନ୍ତି ଏକ ଶୁଭ ଗ୍ରହ। ଏହି ଗ୍ରହଙ୍କ ଶୁଭ ସକାରାତ୍ମକ ଶକ୍ତି ଦ୍ୱାରା ଗୃହବାସୀଙ୍କର ମଙ୍ଗଳ ହୋଇଥାଏ। ଆନ୍ୟ ଦୃଷ୍ଟିରୁ ଦେଖିଲେ ଐଶାନ୍ୟ କୋଣ ଉତ୍ତର-ପୂର୍ବ କୋଣ ହୋଇଥିବାରୁ ପୃଥିରୀର ମେରୁ ଶକ୍ତି ଓ ସୂର୍ଯ୍ୟଙ୍କ ଉର୍ଜା ଶକ୍ତି ଏହି କୋଣରୁ ପ୍ରବାହିତ ହୋଇଥାଏ। ତେଣୁ ବାସ୍ତୁ ନିୟମ ଅନୁଯାୟୀ ଏହି କୋଣରେ କୌଣସି ଓଜନିଆ ନିର୍ମାଣ(ସିଡି ଘର, ଷ୍ଟୋର୍ ରୁମ୍, ଶୟନ କକ୍ଷ ଇତ୍ୟାଦି) କାର୍ଯ୍ୟ ହେବା କଥା ନୁହେଁ। ଏହି କୋଣରେ ଯେତେ ହାଲୁକା କାମ ହେବା ସହ ଯେତେ ଖୋଲା ରହିବ ତାହା ଗୃହ ପାଇଁ ଭଲ ହୋଇଥାଏ। ତେଣୁ ଏହି କୋଣରେ ଠାକୁର ଘର ନିର୍ମାଣ କରାଗଲେ ଓ ଏହା ଯେତେ ଖୋଲା ରହିଲେ ଭଲ। ଠାକୁର ଘର ଭିତରେ ସ୍ଥାୟୀ କଂକ୍ରିଟ୍ ନିର୍ମିତ ବିମାନ, ମନ୍ଦିର ଭଳି କୌଣସି ଭାରି କାମ ନ କରିବାକୁ ବାସ୍ତୁ ବାରଣ କରେ।

Advertisment

ଯଦି ଆପଣ ନୂଆ ଘର କରୁଛନ୍ତି ତେବେ ଠାକୁର ଘର ପାଇଁ ବାସ୍ତୁର ନିୟମ କ’ଣ ରହିଛି ଆସନ୍ତୁ ଜାଣିବା।

  • ବାସ୍ତୁ ସିଦ୍ଧାନ୍ତ ମତରେ ପୂଜାଘର ପାଇଁ ଉତ୍ତର-ପୂର୍ବ କୋଣ ବା ଐଶାନ୍ୟ କୋଣ ସବୁଠାରୁ ଶ୍ରେଷ୍ଠ। କୌଣସି କାରଣରୁ ଏହି ଦିଗରେ ଠାକୁର ଘର କରି ନ ପାରିଲେ ପୂର୍ବ କିମ୍ବା ଉତ୍ତର ଦିଗକୁ ମଧ୍ୟ କରାଯାଇପାରେ।
  • ପୂଜାଘରକୁ ସର୍ବଦା ଶୁଦ୍ଧ, ପବିତ୍ର ସ୍ୱଚ୍ଛ ରଖିବା ଦରକାର।
  • ପୂଜାଘର ନିକଟରେ ଝାଡୁ, ଡଷ୍ଟବିନ୍ ରଖିବା ଠିକ ନୁହେଁ।
  • ଘରର ଶୌଚାଳୟ ଏବଂ ପୂଜା ଘର ଏକ କାନ୍ଥରେ ହେଲେ ବାସ୍ତୁ ଦୋଷ ଉପୁଜିଥାଏ।
  • ପୂଜାଘର ଭିତରେ ହୋମ କଲେ ପୂଜାଘରର ଆଗ୍ନେୟ କୋଣ ବା ଦକ୍ଷିଣ-ପୂର୍ବ କୋଣରେ କରିବା ଭଲ।
  • ପୂଜାଘର ରଙ୍ଗ ଧଳା କିମ୍ବା ହାଲୁକା ହଳଦିଆ ରଙ୍ଗର ହେବା ଦରକାର।
  • ପୂଜାଘର ଶୟନ କକ୍ଷ ଭିତରେ କରିବା ଅନୁଚିତ।
  • ପୂଜାକଲା ବେଳେ ପୂଜକ ପୂର୍ବ କିମ୍ବା ଉତ୍ତରକୁ ମୁଖ କରି ପୂଜା କଲେ ଶୁଭ ଫଳ ମିଳେ।
  • ପୂଜା କରୁଥିବା ଫଟୋଗୁଡିକୁ ୬ ମାସରୁ ଅଧିକ ରଖିବା ଅନୁଚିତ। ଫଟୋ ଖରାପ ହୋଇଗଲେ ଏହାକୁ ତୁରନ୍ତ ବଦଳାଇ ଦେବା ଆବଶ୍ୟକ। ନଚେତେ ଏହା ମନରେ ନକାରାତ୍ମକ ପ୍ରଭାବ ପକାଏ।
  • ପୂଜା ପାଇଁ ବ୍ୟବହାର ଦ୍ରବ୍ୟମାନ ଶୁଦ୍ଧ ହେବା ଆବଶ୍ୟକ।

(ବିଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ଆଷ୍ଟ୍ରୋ ବାସ୍ତୁ ବିଶେଷଜ୍ଞ

ଦୂରଭାଷ: ୯୩୪୮୬୮୨୪୭୯

Vastu Bichar Vastu Tips
Advertisment
Advertisment