• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ipsita Pradhan

ଅନେକ ସମୟରେ ଆପଣ ପେଟ କାଟିବା ଠାରୁ ଆରମ୍ଭ କରି ଉଚ୍ଚ ରକ୍ତଚାପ, ମୁଣ୍ଡବ୍ୟଥା, ଓବେସିଟି, ଓଭାରିଆନ୍ ସିଷ୍ଟ୍‌ କିଛି ବି ପାଇଁ ଡାକ୍ତରଙ୍କ ପାଖକୁ ଯାଆନ୍ତୁ, ସେ ଆପଣଙ୍କୁ ଷ୍ଟ୍ରେସ୍ ବା ଚାପମୁକ୍ତ ରହିବା ପାଇଁ ପରାମର୍ଶ ଦିଅନ୍ତି। ଆପଣଙ୍କ ମନକୁ ନିହାତି ପ୍ରଶ୍ନ ଆସୁଥିବ, ସମସ୍ୟା ତ ଶାରୀରିକ ହେଲେ ଚାପ ବା ଚିନ୍ତା ପରି ଗୋଟିଏ ମାନସିକ ଅବସ୍ଥା ଏହା ପାଇଁ ଦାୟୀ କେମିତି ଓ ଏହାର ନିୟନ୍ତ୍ରଣ ଜରୁରୀ କ'ଣ ପାଇଁ?

ପ୍ରକୃତରେ ଷ୍ଟ୍ରେସ୍ ବା ଚାପ ହେଉଛି ଶରୀରକୁ କାମ କରାଇବା ପାଇଁ ମସ୍ତିଷ୍କର ଗୋଟିଏ ରେସ୍‌ପନ୍ସ ମେକାନିଜମ୍। ଉଦାହରଣସ୍ୱରୂପ ଆପଣଙ୍କ ସାମ୍ନାରେ ସାପଟେ ଅଛି କିମ୍ବା ଅନ୍ଧାର ରାସ୍ତାରେ ଲାଗିଲା କିଏ ପିଛା କରୁଛି କିମ୍ବା ଆପଣ ଆକ୍ସିଡେଣ୍ଟ୍‌ଟେ ଦେଖିଲେ କିମ୍ବା କୌଣସି ଦୌଡ ପ୍ରତିଯୋଗିତାରେ ଭାଗନେଲେ; ସେତେବେଳେ ଲକ୍ଷ୍ୟ କରିଥିବେ ଆପଣଙ୍କ ହୃଦ୍‌ସ୍ପନ୍ଦନ ଓ ନିଶ୍ୱାସର ଗତି (ଏହି ଦୁଇଟି ସ୍ଥିତିକୁ ଆପଣ ଜାଣି ପାରନ୍ତି) ଓ ରକ୍ତଚାପ ବଢିଯାଏ।

ଏଭଳି ପରିସ୍ଥିତିରେ ପ୍ରଥମେ ଆପଣଙ୍କୁ ଟିକେ ଭୟଲାଗେ, ମାନସିକ ସ୍ତରରେ ଆପଣ ଚିନ୍ତିତ ହୋଇପଡନ୍ତି ବା ଷ୍ଟ୍ରେସ୍ ହୁଏ। ଏହି ଷ୍ଟ୍ରେସ୍ କାରଣରୁ କର୍ଟିସୋଲ୍ ଓ ଆଡ୍ରେନାଲିନ୍ ପରି ହରମୋନ କ୍ଷରଣ ଓ ରକ୍ତରେ ସେମାନଙ୍କ ମାତ୍ରା ବଢେ। ଏହି ହର୍‌ମୋନ୍ ପ୍ରଭାବରେ ରକ୍ତବାହୀ ନଳୀଗୁଡିକରେ ଚାପ ସୃଷ୍ଟିହୋଇ ରକ୍ତଚାପ, ହୃଦୟ ଓ ନିଶ୍ୱାସର ଗତି ବଢିଥାଏ। ଏହି ପ୍ରକ୍ରିୟା ହିଁ ଆମକୁ ସେଇ ଭୟାନକ ପରିସ୍ଥିତିରେ ଦୌଡିବା, ଫାଇଟ୍ କରିବା ଓ ମୁକାବିଲା କରିବା ପାଇଁ ଶକ୍ତି ଓ ସାହସ ଦେଇଥାଏ।

ଏତିକି ପଢିସାରି ଆପଣ ନିହାତି ଭାବୁଥିବେ ଯେ, ତାହେଲେ ଷ୍ଟ୍ରେସ୍ ଆମ ପାଇଁ ସମସ୍ୟା କ'ଣ ପାଇଁ? ଷ୍ଟ୍ରେସ୍ ଯଦିଓ ଆମ ମସ୍ତିଷ୍କରୁ ଆରମ୍ଭ ହୁଏ କିନ୍ତୁ ଉପରୋକ୍ତ ବ୍ୟାଖ୍ୟାରୁ ଆପଣ ବୁଝିସାରିବେଣି ଯେ ଏହାର ପ୍ରଭାବ ଆମ ଶରୀର ଉପରେ କେମିତି ରହିଥାଏ। ଆଉ ଯେତେବେଳେ ମଣିଷ ବାରମ୍ବାର ଓ ଲଗାତାର ଏମିତି ଷ୍ଟ୍ରେସ୍ ବା ଚାପରେ ରୁହେ ଏହି ହର୍‌ମୋନାଲ୍ ରେସ୍‌ପନ୍ସ ଓ ଫିଜିଓଲୋଜିକାଲ୍ ଚେଞ୍ଜ୍‌ ମଧ୍ୟ ବାରମ୍ବାର, ଲଗାତାର ହୋଇ ବିଭିନ୍ନ ଶାରୀରିକ ସ୍ୱାସ୍ଥ୍ୟଗତ ସମସ୍ୟାର କାରଣ ହୋଇଥାଏ।

ଷ୍ଟ୍ରେସ୍ ବା ଚାପ ଯୋଗୁଁ ଦେଖାଯାଉଥିବା କେତୋଟି ସ୍ୱାସ୍ଥ୍ୟ ସମସ୍ୟା:

ହୃଦ୍‌ରୋଗ:

ଚାପ କ୍ରନିକ୍‌ ହେବା ଦ୍ୱାରା ଅନେକ ହୃଦ୍‌ରୋଗର ମଧ୍ୟ କାରଣ ହୋଇଥାଏ। ଆକସ୍ମିକ ଅତ୍ୟଧିକ ଷ୍ଟ୍ରେସ୍ ଯୋଗୁଁ ହାର୍ଟଆଟାକ୍ ମଧ୍ୟ ହୋଇପାରେ। ଅତ୍ୟଧିକ ଚାପ ଶରୀରରେ କୋଲେଷ୍ଟ୍ରେଲ୍ ଓ ଟ୍ରାଇଗ୍ଲିସେରାଇଡର୍‌ ସିକ୍ରେସନ୍ ମଧ୍ୟ ବଢାଇଦେବାର ଦୃଷ୍ଟାନ୍ତ ଅଛି। ଚାପରୁ ବଞ୍ଚିବା ପାଇଁ ଅନେକ ସ୍ମୋକି° କରନ୍ତି ଓ ଆଡୁସାଡୁ ଖାଆନ୍ତି, ଯାହା ଓବେସିଟି ଓ ହୃଦ୍‌ରୋଗର କାରଣ ହୋଇଥାଏ।

ମଧୁମେହ ବା ଡାଇବେଟିସ୍‌:

ଟାଇପ୍-ଟୁ ଡାଏବେଟିସ୍‌ରେ ଷ୍ଟ୍ରେସ୍ ସମୟରେ ବ୍ଲଡ୍‌ ସୁଗାର୍‌ ବା ଶର୍କରା ମାତ୍ରା ବଢିଯିବାର ପ୍ରାୟ ସମସ୍ତେ ଲକ୍ଷ୍ୟ କରିଥିବେ। ଏହାଛଡା ଅତ୍ୟଧିକ ଚାପରେ ମଣିଷ ଅନେକ ସମୟରେ ନିଜ ଖାଦ୍ୟ ଗ୍ରହଣ ଉପରେ ନିୟନ୍ତ୍ରଣ ରଖିପାରେନି ଯାହା ଟାଇପ୍-ଟୁ ଡାଇବେଟିସ୍‌ରେ ସୁଗାର୍‌ ଲେଭେଲ୍ ବଢାଇଦିଏ।

ମେଦବହୁଳତା ବା ଓବେସିଟି:

ଷ୍ଟ୍ରେସ୍‌ରେ ଯେ କେବଳ ଅଧିକ ବା ଅନିୟନ୍ତ୍ରିତ ଭାବରେ ଖାଇବା ମେଦବହୁଳତାର କାରଣ ହୁଏ ତା' ନୁହେଁ। ଷ୍ଟ୍ରେସ୍ କାରଣରୁ କ୍ଷରଣ ହେଉଥିବା ଅତ୍ୟଧିକ କର୍ଟିସୋଲ୍ ହରମୋନ୍ କାରଣରୁ ମଣିଷର ଅଧିକ ଫ୍ୟାଟ୍ ଗେନ୍ ହୁଏ, ଯାହା ସାଧାରଣତଃ ପେଟ ଓ ଅଣ୍ଟା ଚାରିକଡେ ହିଁ ଜମା ହୁଏ।

ଶ୍ୱାସ ବା ଆସ୍ଥମା:

ଅତ୍ୟଧିକ ଚାପ ଶ୍ୱାସରୋଗୀଙ୍କ ପାଇଁ ମାରାତ୍ମକ ମଧ୍ୟ ହୋଇପାରେ। ଏହାଛଡା ଲଗାତାର ବା କ୍ରନିକ୍‌ ଚାପରେ ରହୁଥିବା, ଧୂମପାନ କରୁଥିବା, ଓବେସିଟି ଭୋଗୁଥିବା ଗର୍ଭବତୀ ମହିଳାମାନଙ୍କ ଶିଶୁଙ୍କ ଠାରେ ଶ୍ୱାସରୋଗ ଦେଖାଯିବାର ଆଶଙ୍କା ବଢିଯାଏ।

ପେଟ ସମସ୍ୟା:

ଯଦିଓ ଷ୍ଟ୍ରେସ୍ ସିଧାସଳଖ ଭାବରେ ଅଲସର୍‌ର କାରଣ ହୋଇ ନଥାଏ କିନ୍ତୁ ଏହା ସମସ୍ୟାଟିକୁ ଜଟିଳ ଓ ଯନ୍ତ୍ରଣାଦାୟକ କରିପାରେ। ଏହାଛଡ଼ା ଇରିଟେବଲ୍ ବାୱେଲ୍ ସିଣ୍ଡ୍ରୋମ୍ ଓ ଗ୍ୟାଷ୍ଟ୍ରୋଇସୋଫାଜିଆଲ୍ ରିଫ୍ଲେକ୍ସ ଡିଜିଜ୍ ପରି କ୍ରନିକ୍‌ ପେଟ ରୋଗ ଷ୍ଟ୍ରେସ୍ ପାଇଁ ଉପୁଜିପାରେ ଓ ତୀବ୍ର ମଧ୍ୟ ହୋଇପାରେ।

ମୁଣ୍ଡବିନ୍ଧା:

ଅଧିକାଂଶ ମୁଣ୍ଡବିନ୍ଧାର କାରଣ ଷ୍ଟ୍ରେସ୍ ହିଁ ହୋଇଥାଏ। କେବଳ ସାଧାରଣ ମୁଣ୍ଡବିନ୍ଧା ନୁହେଁ ଏହା ମାଇଗ୍ରେନ୍/ ଅଧକପାଳୀ ପରି ସମସ୍ୟାକୁ ତୀବ୍ର ମଧ୍ୟ କରିପାରେ।

ଆଲ୍‌ଜେମର୍ସ ଡିଜିଜ୍ (Alzheimer's disease ):

ଅଧ୍ୟୟନରେ ଦେଖାଯାଇଛି କ୍ରନିକ୍‌ ଷ୍ଟ୍ରେସ୍ ଆଲ୍‌ଜେମର୍ସ ଡିଜିଜ୍‌ର ଗତି ବା ପ୍ରୋଗ୍ରେସ୍‌କୁ କ୍ଷୀପ୍ର କରେ।

ମାନସିକ ଚିନ୍ତା ଓ ଅବସାଦ:

ଅନୁଧ୍ୟାନରୁ ଜଣାପଡିଛି କାର୍ଯ୍ୟକ୍ଷେତ୍ର, ପରିବାର, ଅର୍ଥଗତ ଓ ସାମାଜିକ କାରଣରୁ ସବୁବେଳେ ଚାପରେ ରହୁଥିବା ବ୍ୟକ୍ତିଙ୍କ ଠାରେ ଖୁବ୍ କମ୍ ବର୍ଷ ମଧ୍ୟରେ ମାନସିକ ଅବସାଦ ଦେଖାଯିବାର ଆଶଙ୍କା ପ୍ରାୟ ୮୦% ବଢିଯାଏ।

ଶୀଘ୍ର ବୟସ୍କ ହେବା (ପ୍ରିମାଚ୍ୟୁର୍‌ ଏଜିଙ୍ଗ୍) ଓ ଅପମୃତ୍ୟୁ:

ଗବେଷଣାରୁ ଜଣାଯାଏ ଯେ କ୍ରନିକ୍‌ ଷ୍ଟ୍ରେସ୍ କେବଳ ମାନସିକ ବା ଶାରୀରିକ ନୁହେଁ ବର° ମଣିଷର କ୍ରୋମୋଜୋମାଲ୍ ସ୍ତରରେ ମଧ୍ୟ ପରିବର୍ତ୍ତନ କରିଥାଏ। କ୍ରୋମୋଜୋମର ଗୋଟିଏ ପର୍ଟିକୁଲାର୍ ରିଜିଅନ୍‌ରେ ନିଜ ବୟସ ଅପେକ୍ଷା ୯-୧୭ ବର୍ଷ ଅଧିକ ବୟସ ବା ପ୍ରିମାଚ୍ୟୁର୍‌ ଏଜିଙ୍ଗର ଲକ୍ଷଣ ଦେଖାଯାଏ। ସେହିପରି ଅଧ୍ୟୟନରେ ଦେଖାଯାଇଛି ଯେ କ୍ରନିକ୍‌ ଷ୍ଟ୍ରେସ୍‌ରେ ରହୁଥିବା ବ୍ୟକ୍ତିଙ୍କ ଠାରେ ଅନ୍ୟମାନଙ୍କ ଅପେକ୍ଷା ଅପମୃତ୍ୟୁର ହାର ପ୍ରାୟ ୬୦% ଅଧିକ।

ଷ୍ଟ୍ରେସ୍ ବା ଚାପରୁ ମୁକ୍ତି ପାଇବାର କେତୋଟି ସରଳ ଉପାୟ:

ବ୍ରିଦିଙ୍ଗ୍ ଓ ଅନ୍ୟାନ୍ୟ ଏକ୍ସର୍‌ସାଇଜ୍‌:

ଯେକୌଣସି ଚାପ ବା ଷ୍ଟ୍ରେସ୍‌ଫୁଲ୍ ପରିସ୍ଥିତିରେ ଲମ୍ବା ଓ ଦୀର୍ଘଶ୍ୱାସ ନେବା ଆମ ମସ୍ତିଷ୍କକୁ ରିଲାକ୍ସ ବା ଆରାମ ଦେଇଥାଏ। ଏହାକୁ ଆପଣ ଅଭ୍ୟାସ କରି ଦିନରେ ବାରମ୍ବାର (ଅନ୍‌ଲାଇନ୍‌ ବା ୟୁଟ୍ୟୁବ୍‌ରେ ଆପଣଙ୍କୁ ଅନେକ ଏଭଳି ଭିଡିଓ ମିଳିଯିବ) କରିପାରିବେ। ଏହା ଛଡା ଷ୍ଟ୍ରେଚି° ଏବଂ ମସାଜ୍ ପରି ମସଲ୍ ରିଲାକ୍ସିଂ ଏକ୍ସରସାଇଜ୍‌, ଉଷୁମ ପାଣିରେ ଗାଧେଇବା ଓ ରାତିରେ ୬-୭ ଘଣ୍ଟାର ନିଦ ମଧ୍ୟ ଆପଣଙ୍କୁ ଚାପମୁକ୍ତ ରଖିବାରେ ସାହାଯ୍ୟ କରେ।

ନିୟମିତ ଚାଲିବା ଜଗି° ଓ ରନି° ଯେ କେବଳ ଆପଣଙ୍କ ଓଜନ, ରକ୍ତଚାପ ଓ ମଧୁମେହକୁ ନିୟନ୍ତ୍ରଣରେ ରଖେ ତା'ନୁହେଁ, ଆପଣଙ୍କ ଷ୍ଟ୍ରେସ୍ ଲେଭେଲ୍‌କୁ ମଧ୍ୟ ନିୟନ୍ତ୍ରଣରେ ରଖେ। ଦିନକୁ ୩୦ ମିନିଟ୍‌ର ମାଇଲ୍ଡ ଏକ୍ସର୍‌ସାଇଜ୍‌ ମଧ୍ୟ ଉପକାରୀ ହୋଇଥାଏ।

ସନ୍ତୁଳିତ ଆହାର:

ସନ୍ତୁଳିତ ଆହାର ଯେ କେବଳ ଓଜନ ହ୍ରାସ କିମ୍ବା ଓଜନ ବୃଦ୍ଧି ପାଇଁ ଦରକାର ତା'ନୁହେଁ। ବର° ଉପଯୁକ୍ତ ପରିମାଣର ପୁଷ୍ଟିସାର, ସ୍ନେହସାର, ଭିଟାମିନ ଓ ଅନ୍ୟାନ୍ୟ ମାଇକ୍ରୋନିୟୁଟ୍ରିଏଣ୍ଟ୍‌ସ ଆମ ମସ୍ତିଷ୍କର ସୂଚାରୁ ରୂପେ କାମ କରିବା ପାଇଁ ମଧ୍ୟ ଜରୁରୀ। ନିଜ ଖାଦ୍ୟ ତାଲିକାରେ ଅଧିକରୁ ଅଧିକ ଫଳ, ସବୁଜ ପନିପରିବା, ଫାଇବର୍‌ ଓ ରଫେଜ୍ ଜାତୀୟ ଦ୍ରବ୍ୟ ଯୋଗ କରିବା ଦ୍ୱାରା ଆପଣ ନିଜ ଭୋକ ଓ ଅନିୟନ୍ତ୍ରିତ ଖାଇବା ପ୍ରଣାଳୀକୁ ନିୟନ୍ତ୍ରଣ କରିପାରିବେ।

ନିଜ ହବି ପାଇଁ ସମୟ ଦେବା:

କେବଳ ଟାର୍ଗେଟ୍‌ ଓ ଅଫିସ କାମ, ଘର-ଗାଡି-ଜମି ପାଇଁ ସବୁବେଳେ ନିଜକୁ ବ୍ୟସ୍ତ ନ ରଖି ନିଜ ହବି ପାଇଁ ମଧ୍ୟ ସମୟ ବାହାର କରନ୍ତୁ। ବହି ପଢିବା, ଚିତ୍ର କରିବା, ଲେଖାଲେଖି, ସିଲେଇ-ବୁଣାବୁଣି, ଗାର୍ଡେନି°, ଟ୍ରେକି°-ସ୍ପୋର୍ସ, ସୁଇମି°, ଫଟୋଗ୍ରାଫି, ସୋସିଆଲ ୱାର୍କ ପାଇଁ ସମୟ ବାହାର କରନ୍ତୁ।

ବ୍ରେକ୍ ନିଅନ୍ତୁ, ସ୍ଲୋ-ଡାଉନ୍ ହୁଅନ୍ତୁ:

ନିଜ ଦୈନନ୍ଦିନ ବ୍ୟସ୍ତବହୁଳ ରେଗୁଲାର୍‌ କର୍ମମୟ ଓ ଧାଁଦୌଡର ଜୀବନରୁ ଛୋଟ ହେଉ ପଛେ କିନ୍ତୁ ବ୍ରେକ୍ ବା ବିରତି ନିଅନ୍ତୁ। ଫାମିଲି ଓ ସୋଲୋ ଟ୍ରାଭେଲ୍, ପିକ୍‌ନିକ୍‌ ଓ ଟୁର୍‌ରେ ଯାଆନ୍ତୁ। ଲଙ୍ଗ୍ ୱାକ୍‌ରେ ଯାଆନ୍ତୁ, ଏହା ଆପଣଙ୍କୁ ଷ୍ଟ୍ରେସ୍ ଫ୍ରୀ କରେ।

ନିଜ ସମସ୍ୟା ବିଷୟରେ କୁହନ୍ତୁ:

ଅଫିସ୍‌ କିମ୍ବା ପରିବାରର କୌଣସି ମଣିଷ କିମ୍ବା ପରିସ୍ଥିତି ଯଦି ଆପଣଙ୍କୁ ବାରମ୍ବାର ଅସୁବିଧା କରୁଛି ତେବେ ସେ ବିଷୟରେ କହିବା, ଆଲୋଚନା କରିବା ଓ ବିରୋଧ କରିବା ଶିଖନ୍ତୁ। ସବୁ କଥାକୁ ଚୁପଚାପ ମାନିଯିବା ସମସ୍ୟାକୁ ବଢାଇଥାଏ। ନିଜ ଭିତରେ ସମସ୍ୟାକୁ ଚାପି ନ ରଖି କୌଣସି ବନ୍ଧୁଙ୍କ ପରାମର୍ଶ ମଧ୍ୟ ନେଇ ପାରନ୍ତି। ଯଦି ଆପଣଙ୍କୁ ଷ୍ଟ୍ରେସ୍ ବା ଚାପ ଅସହ୍ୟ ଲାଗେ ତେବେ ପ୍ରଫେସନାଲ୍ ବା ସାଇକିଆଟିଷ୍ଟ୍‌ଙ୍କ ସାହାଯ୍ୟ ନିଅନ୍ତୁ।

ଓଭର୍ ଥିକି° ବା ଗୋଟିଏ କଥାକୁ ନେଇ ଅଧିକ ଭାବିହେବା, ଏଥିରୁ ନିଜକୁ ନିବୃତ ରଖନ୍ତୁ। ନିଜ ପାଇଁ ସମୟ ବାହାର କରନ୍ତୁ, ନିଜକୁ ଭଲପାଇବା ଶିଖନ୍ତୁ, ନିଜ ଇଚ୍ଛାକୁ ସମ୍ମାନ ଦିଅନ୍ତୁ। ନିଜର ଯତ୍ନ ନେଇ ପାରିଲେ ହିଁ ଆପଣ ନିଜ ପରିବାରର ଯତ୍ନ ନେଇପାରିବେ।