Advertisment

ପାଠପଢ଼ାର ନାଁ ନାହିଁ, ଭୂତ କୋଠି ପାଲଟିଛି ୯ କୋଟି ଟଙ୍କାରେ ନିର୍ମିତ ବିଲ୍ଡିଂ

ବିଇଡି କଲେଜ, ଲେଡିଜ୍ ହଷ୍ଟେଲ, ଜେଣ୍ଟସ ହଷ୍ଟେଲ, ଷ୍ଟାଫ୍ କ୍ୱାର୍ଟର ପାଇଁ କାମ ସରିଛି । କେନ୍ଦ୍ର ସରକାରଙ୍କ ଅନୁଦାନରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା

author-image
Prangyan Parimita
ଅଦ୍ୟତନ ହୋଇଛି
Jojanara Na Hariloot,

Jojanara Na Hariloot,

୯ କୋଟି ଟଙ୍କାର କୋଠା । ୫ ବର୍ଷ ତଳୁ କାମ ସରିଲାଣି, ୨ ବର୍ଷ ତଳେ ହ୍ୟାଣ୍ଡଓଭର ହୋଇଥିଲା । କିନ୍ତୁ ଏଯାଏଁ ଆରମ୍ଭ ହୋଇପାରୁନି ନାମଲେଖା । ରାୟଗଡ଼ା ଜିଲ୍ଲା ପେଣ୍ଠା ପଞ୍ଚାୟତ ଅମଲାଭଟା ନିକଟରେ ବିଇଡି କଲେଜ ପାଇଁ ନିର୍ମାଣ ହୋଇଥିବା କୋଠା ଏବେ ଅବହେଳିତ ଅବସ୍ଥାରେ । ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ଅନୁଦାନରେ ହୋଇଛି କଲେଜ, ହଷ୍ଟେଲ, ଷ୍ଟାଫ୍ କ୍ୱାର୍ଟର । ୨ ବର୍ଷ ତଳୁ ITDA ବିଲଡିଙ୍ଗକୁ ହସ୍ତାନ୍ତର କରିଥିଲେ ମଧ୍ୟ ନାମଲେଖା ଆରମ୍ଭ ହୋଇପାରୁନି ।

Advertisment

ରାୟଗଡ଼ା ଜିଲ୍ଲା ସଦର ବ୍ଲକ ଅମଲାଭଟାରେ ନିର୍ମିତ ବିଇଡି କଲେଜର ବିଲଡିଙ୍ଗ । ବିଇଡି କଲେଜ, ଲେଡିଜ୍ ହଷ୍ଟେଲ, ଜେଣ୍ଟସ ହଷ୍ଟେଲ, ଷ୍ଟାଫ୍ କ୍ୱାର୍ଟର ପାଇଁ କାମ ସରିଛି । କେନ୍ଦ୍ର ସରକାରଙ୍କ ଅନୁଦାନରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ITDA ୨୦୧୪ରେ ନିର୍ମାଣ କାମ କରି ୨୦୧୭ ମସିହାରେ ସାରିଥିଲା। ୨୦୨୧ ମସିହାରୁ ବିଲଡିଙ୍ଗକୁ ରାୟଗଡ଼ା ମଡେଲ ଡିଗ୍ରୀ କଲେଜକୁ ହସ୍ତାନ୍ତର କରିଛନ୍ତି ଆଇଟିଡିଏ କର୍ତ୍ତୃପକ୍ଷ। ହେଲେ ଆଜି ପର୍ଯ୍ୟନ୍ତ ନାମଲେଖା ହୋଇପାରୁନି। ଯାହାକୁ ନେଇ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ।

ବିଇଡି କଲେଜ ବିଲଡିଙ୍ଗ ପାଇଁ ୩ କୋଟି ୪୦ ଲକ୍ଷ, ଛାତ୍ରୀ ନିବାସ ପାଇଁ ୧ କୋଟି ୩୬ ଲକ୍ଷ ୫୦ ହଜାର, ଛାତ୍ର ନିବାସ ପାଇଁ ୧ କୋଟି ୩୬ ଲକ୍ଷ ୫୦ ହଜାର ଏବଂ ଷ୍ଟାଫ୍ ମାନଙ୍କ କ୍ୱାର୍ଟର ସବୁ ମିଶାଇ ମୋଟ ୯ କୋଟି ୧୫ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଉଦ୍ଦେଶ୍ୟ, ଦୁର୍ଗମ ଅଞ୍ଚଳର ୭୦ ପ୍ରତିଶତ ଆଦିବାସୀ ଛାତ୍ରଛାତ୍ରୀ ଓ ୩୦ ପ୍ରତିଶତ ଅନ୍ୟାନ୍ୟ ବର୍ଗର ଛାତ୍ରଛାତ୍ରୀ ଏଠାରେ ଶିକ୍ଷା ଲାଭ କରିବେ । କିନ୍ତୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ଏଠାରେ ଦିନ ଦ୍ୱିପ୍ରହରରେ ଚାଲୁଛି ଅନୈତିକ କାରବାର ଓ ନିଶା କାରବାର। ଏକଥା ଆମେ କହୁନୁ, ବୟାନ କରୁଛି ଏଠାରେ ପଡିଥିବା ଆପତ୍ତିଜନକ ସାମଗ୍ରୀ ଏବଂ ଏଠାକାର ପାରିପାର୍ଶ୍ୱିକ ଅବସ୍ଥା ।

Advertisment

ତେବେ କାହିଁକି ଏଠାରେ ନାମଲେଖା ହେଉନି ? ସରକାରଙ୍କ ଉଦ୍ଦେଶ୍ୟ କଣ ? ଯଦି ନାମଲେଖା ହେବନି, ତେବେ କାହିଁକି ୯ କୋଟି ଟଙ୍କା ଖର୍ଚ୍ଚ କରାଗଲା ? ଏହାକୁ ନେଇ ଜୋର ଧରିଛି ରାଜନୈତିକ ବୟାନବାଜି। ଜିଲ୍ଲାବାସୀଙ୍କୁ ଏହା ରାଜ୍ୟ ସରକାରଙ୍କ ଧୋକା ବୋଲି ଅଭିଯୋଗ କରିଛନ୍ତି ବିଜେପି ଓ କଂଗ୍ରେସ। ରାୟଗଡ଼ା ଜିଲ୍ଲାରୁ ଖୋଦ୍ ଆଦିବାସୀ କଲ୍ୟାଣ ମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ସେ ଆନ୍ତରିକତା ଦେଖାଉନଥିବା ଅଭିଯୋଗ ହୋଇଛି।

ଦୀର୍ଘ ବର୍ଷ ହେବ ନିର୍ମାଣ କାର୍ଯ୍ୟ ସରିଛି ଏବଂ ମଡେଲ ଡିଗ୍ରୀ କଲେଜକୁ ହସ୍ତାନ୍ତର ମଧ୍ୟ ସରିଛି। ତେବେ କେଉଁଠି ରହୁଛି ଅସୁବିଧା ? କାହିଁକି ନାମଲେଖା ଆରମ୍ଭ ହେଉନି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ପଚାରିବାରୁ ସେ ଦେଖିବେ ବୋଲି କହି ଏଡାଇ ଯାଇଛନ୍ତି।

Jojanara Na Hariloot
Advertisment
Advertisment