• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଭିକାରୀ ପାଖରେ କୋଟି କୋଟି ଟଙ୍କା । ମାସକୁ ରୋଜଗାର ୬୦ ରୁ ୭୫ ହଜାର । କଥାଟି ଅଡୁଆ ଲାଗୁଥାଇପାରେ । ଆପଣ ଭାବୁଥିବେ ଭିକାରୀ ପାଖରେ ଏତେ ଟଙ୍କା ଆସିବ କେଉଁଠୁ । ମୁମ୍ବାଇର ଜଣେ ଏମିତି ଭିକାରୀ ଅଛନ୍ତି ଯାହାଙ୍କର ମୋଟ ସମ୍ପତ୍ତି ୭.୫ କୋଟି ।

ମୁମ୍ବାଇରେ ରହୁଥିବା ଭରତ ଜୈନଙ୍କ ସମ୍ପତ୍ତି ଜାଣିଲେ ଆପଣ ବି ତାଜୁବ ହେବେ । ଭିକ ମାଗି ଆଜି ସେ କୋଟି କୋଟି ଟଙ୍କାର ମାଲିକ । ପିଲାବେଳେ ଆର୍ଥିକ ଅବସ୍ଥା ଖରାପ କାରଣରୁ ଭରତଙ୍କୁ ଅଧାରୁ ପାଠପଢ଼ା ଛାଡ଼ିବାକୁ ପଡ଼ିଥିଲା । ପେଟ ପୋଷିବା ପାଇଁ ସେ ଭିକ ମାଗୁଥିଲେ । ଭରତଙ୍କର ଏବେ ଦୁଇ ପୁଅ ଅଛନ୍ତି । ସେମାନେ ନିଜର ପାଠପଢ଼ା ଶେଷ କରିସାରିଛନ୍ତି । ଭରତଙ୍କ ମାସକୁ ରୋଜଗାର ହେଉଛି ୬୦ରୁ ୭୫ ହଜାର ।

ମିଳିଥିବା ତଥ୍ୟ ଅନୁଯାୟୀ ମୁମ୍ବାଇରେ ଭରତଙ୍କର ଦୁଇଟି ଫ୍ଲାଟ ରହିଛି । ଯାହାର ମୂଲ୍ୟ ପ୍ରାୟ ୧.୪ କୋଟି ଟଙ୍କା । ଏହାଛଡ଼ା ତାଙ୍କର ଥାଣେରେ ଦୁଇଟି ଦୋକାନ ମଧ୍ୟ ରହିଛି । ଯେଉଁଥିରୁ ମାସକୁ ୩୦ ହଜାର ଟଙ୍କା ରୋଜଗାର ହେଉଛି । ଭରତଙ୍କୁ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନାଲ ଏବଂ ଆଜାଦ ମଇଦାନରେ ଭିକ ମାଗୁଥିବାର ଲୋକେ ଦେଖିବାକୁ ପାଆନ୍ତି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଭିକାରୀମାନେ ରାସ୍ତାରେ ବସି ଖରା ଖାଆନ୍ତି ନାହିଁ ବରଂ ଭିକ ମାଗିବା ପାଇଁ ମୋବାଇଲ୍ ବ୍ୟବହାର କରନ୍ତି । ଡିଜିଟାଲ୍ ଯୁଗରେ, ଲୋକମାନେ ଅନ୍‌ଲାଇନ୍‌ରେ ଛୋଟ-ବଡ କାମ କରୁଛନ୍ତି। ଏପରି ପରିସ୍ଥିତିରେ ଭିକାରୀମାନେ ବା କାହିଁକି ପଛରେ ପଡିବେ? ରାସ୍ତାରେ ଖରା ଧୂଳି ଖାଇବା ପରିବର୍ତ୍ତେ ସେମାନେ ଅନ୍‌ଲାଇନ୍‌ରେ ଭିକ୍ଷା ମାଗି ନିଅନ୍ତି।

ଏ ଯୁଗରେ ଅନ୍‌ଲାଇନ୍ ରୋଜଗାରର ମାଧ୍ୟମ ସାଜିଛି। ଇଣ୍ଡୋନେସିଆରେ ଭିକାରୀମାନେ ମଧ୍ୟ ଏହି ‍କ୍ଷେତ୍ରରେ ପଛରେ ନାହାଁନ୍ତି। ସେମାନେ ଇଣ୍ଟର୍‌ନେଟ୍ ଏବଂ ସୋସିଆଲ୍ ମିଡିଆ ମାଧ୍ୟମରେ ଘରେ ବସି ଜୀବିକା ନିର୍ବାହ କରିବାରେ ସଫଳ ହୋଇଛନ୍ତି।