Advertisment

ହର୍ ଘର୍ ତ୍ରିରଙ୍ଗାରେ ସାମିଲ ହେଲେ SHG ମହିଳା: ତିଆରି କଲେ ୧୦ହଜାରରୁ ଉର୍ଦ୍ଧ୍ୱ ପତାକା

ଗ୍ରୁପର ଏହି ମହିଳା ମାନେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଏହି ୧୦ହଜାରରୁ ଅଧିକ ତ୍ରିରଙ୍ଗା ପତାକା ତିଆରି କରିବାରେ ସକ୍ଷମ ହୋଇଛନ୍ତି। କେବଳ ତ୍ରିରଙ୍ଗା ପତାକା ନୁହଁ ବରଂ କରୋନା କାଳରେ ସଞ୍ଜିବନୀ ପାଲଟିଥିବା ହଜାର ହଜାର ମାସ୍କ ତିଆରି କରି ଅନ୍ୟର ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ଏହି SHG ଗ୍ରୁପର ମହିଳା ମାନେ।

ଅଦ୍ୟତନ ହୋଇଛି
Har Ghar Tiranga Campaign In Dhenkanal

har ghar tiranga campaign in Dhenkanal

Advertisment

ଆଉ ଦିନକ ପରେ ଦେଶ ପାଳିବ ସ୍ୱାଧିନତାର ମହାନ ପର୍ବ। ସେଥିପାଇଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିଛି ତ୍ରିରଙ୍ଗା ଅଭିଯାନ। ମିଶନ ଶକ୍ତି ବ୍ଲକ ପକ୍ଷରୁ ଦଶ ହଜାରରୁ ଅଧିକ ତ୍ରିରଙ୍ଗା ପତାକା ତିଆରି କରୁଛନ୍ତି ଏସଏଚଜି ଗ୍ରୁପ ମହିଳା। ଦୁଇ ପଇସା ରୋଜଗାର ସହ ହେଉଛନ୍ତି ସ୍ୱାବଲମ୍ବୀ। ଢେଙ୍କାନାଳ ଅଁଳାବେରେଣି ସିଲେଇ ଗ୍ରୁପର ୨୫ ମହିଳା ଦିନ ରାତି ଏକ କରି ଲାଗିଛନ୍ତି କାମରେ।

Advertisment

ଦେଶରେ ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇ ସାରିଛି। ସେଥିପାଇଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିଛି ସ୍ୱତନ୍ତ୍ର ପ୍ରସ୍ତୁତି। ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲା ଅଁଳାବେରେଣି ସିଲେଇ ଗ୍ରୁପର ମହିଳା ସାମିଲ ହୋଇଛନ୍ତି। ଗ୍ରୁପର ପ୍ରାୟ ୨୫ ଜଣ ମହିଳା ଦିନ ରାତି ଏକ କରି ତ୍ରିରଙ୍ଗା ପତାକା ତିଆରି କାମରେ ଲାଗିଛନ୍ତି।

ମିଶନ ଶକ୍ତି ବ୍ଲକ ଫେଡେରେସନ ପକ୍ଷରୁ ଏହି SHG ଗ୍ରୁପକୁ ୧୦,୫୦୦ ତ୍ରିରଙ୍ଗା ପତାକା ତିଆରି ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ଦିନ ରାତି ଏକ କରି କାମରେ ଲାଗିଛନ୍ତି ମହିଳା। ଆଉ ଏଥି ପାଇଁ ନିଜେ ରୋଜଗାରକ୍ଷମ ହେବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି SHG ଗ୍ରୁପର ମହିଳା। ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇ ଥିବାରୁ ନିଜକୁ ଧନ୍ୟ ମନେ କରିଛନ୍ତି ଏହି ମହିଳାମାନେ। ମିଶନ ଶକ୍ତି ମାଧ୍ୟମରେ ନିଜର କର୍ତ୍ତବ୍ୟନିଷ୍ଠ କାମ ପାଇଁ ସରକାରଙ୍କ ପକ୍ଷରୁ ସମ୍ମାନିତ ମଧ୍ୟ ହୋଇଛନ୍ତି ଏହି ଗ୍ରୁପ୍‌ର ମହିଳା ମାନେ।

Advertisment

ଗ୍ରୁପର ଏହି ମହିଳା ମାନେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଏହି ୧୦ହଜାର ୫ଶହ ତ୍ରିରଙ୍ଗା ପତାକା ତିଆରି କରିବାରେ ସକ୍ଷମ ହୋଇଛନ୍ତି। କେବଳ ତ୍ରିରଙ୍ଗା ପତାକା ନୁହଁ ବରଂ କରୋନା କାଳରେ ସଞ୍ଜିବନୀ ପାଲଟିଥିବା ହଜାର ହଜାର ମାସ୍କ ତିଆରି କରି ଅନ୍ୟର ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ଏହି SHG ଗ୍ରୁପର ମହିଳା ମାନେ। ବର୍ଷ ତମାମ ଜିଲ୍ଲାର ବିଭିନ୍ନ ସ୍କୁଲ ଅଙ୍ଗନବାଡି ପାଇଁ ଡ୍ରେସ ତିଆରି କରି ଏମାନେ ବେଶ ଦୁଇ ପଇସା ରୋଜଗାର ବି କରୁଛନ୍ତି।

ଗତ ବର୍ଷ ମିଶନଶକ୍ତି ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ଅବସରରେ ଅଁଳାବେରେଣି ସିଲେଇ ଗ୍ରୁପର ଏହି ମହିଳା ମାନେ ୧୨ ହଜାର ତ୍ରିରଙ୍ଗା ପତାକା ତିଆରି କରିଥିଲେ। ଚଳିତ ବର୍ଷ ପୁଣି ଏହି ସୁଯୋଗ ତାଙ୍କୁ ମିଳିଥିବାରୁ ମିଶନ ଶକ୍ତି ବ୍ଲକ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ସିଲେଇ ଗ୍ରୁପ୍‌ର ମହିଳା। ମହିଳା ମାନଙ୍କ ହାତରେ ତିଆରି ଦେଶର ଜାତୀୟ ପତାକା ପହଞ୍ଚିବ ଘରେ ଘରେ ଆଉ ସଫଳ ହେବ ହର ଘର ତ୍ରିରଙ୍ଗା ଅଭିଯାନ।

Advertisment
Har Ghar Tiranga
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ