• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଘରୋଇ କମ୍ପାନୀ ଗୁଡ଼ିକରେ ଚାକିରି କରୁଥିବା କର୍ମଚାରୀ ମାନେ ଅନେକ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । କେତେବେଳେ ଚାକିରିରୁ ଛଟେଇ ତ ପୁଣି କେତେବେଳେ ଦରମା ବୃଦ୍ଧି ହୋଇନଥାଏ ।

କୌଣସି ନା କୌଣସି ସମୟରେ ଘରୋଇ କମ୍ପାନୀ ଗୁଡ଼ିକ ନିଜର କ୍ଷତି ଓ ବିଭିନ୍ନ କାରଣକୁ ନେଇ ସେମାନଙ୍କ କାର୍ମଚାରୀମାନଙ୍କୁ ଛଟେଇ କରିଥାଆନ୍ତି । ଯାହାକି ଲୋକମାନଙ୍କ ଜୀବନ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ କହିବୁ ଏମିତି ଏକ କଥା ଯାହା ଆପଣଙ୍କୁ ନିଶ୍ଚୟ କିଛି ଅଲଗା ଲାଗିବ । ନିକଟରେ ମାଇକ୍ରୋସଫ୍ଟ କମ୍ପାନୀରେ ଚାକିରି କରୁଥିବା ଜଣେ ଯୁବକଙ୍କ ସହ ଜଣେ ଯୁବତୀଙ୍କ ବିବାହ ହେବା ନେଇ ଠିକ୍ ହୋଇଥିଲା ।

ହେଲେ କମ୍ପାନୀ ପକ୍ଷରୁ କୌଣସି କାରଣକୁ ନେଇ ୧୦,୦୦୦ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା । ଯାହାକୁ ନେଇ ଯୁବତୀ ଜଣକ ଦ୍ୱନ୍ଦ୍ୱରେ ରହିଥିଲେ । ଯୁବକଙ୍କୁ ବିବାହ କରିବେ ନା ନାହିଁ ସେ ନେଇ ସ୍ଥିର କରିପାରିନଥିଲେ ।

ପରେ ଯୁବତୀ ଜଣକ ଏ ନେଇ ଏକ ଟ୍ୱିଟ କରିବା ସହ ଯୁବକଙ୍କୁ ବିବାହ କରିବେ ନା ନାହିଁ ସେ ନେଇ ସୋସିଆଲ ମିଡିଆରେ ମତ ଲୋଡ଼ିଥିଲେ । ଯୁବତୀ ଜଣଙ୍କ ଟ୍ୱିଟରେ ଲେଖିଥିଲେ, ମୁଁ ବିବାହ କରୁବାକୁ ଥିବା ଯୁବକ ମାଇକ୍ରୋସଫ୍ଟରୁ ଛଟେଇ ହୋଇଛନ୍ତି । ତଥାପି ମୁଁ କ’ଣ ତାଙ୍କୁ ବିବାହ କରିବା ଠିକ୍ ?

ସୋସିଆଲ ମିଡିଆରେ ଯୁବତୀଙ୍କ ଏହି ପ୍ରଶ୍ନରେ ଅନେକ ଲୋକ ପ୍ରତିକ୍ରିୟା ରଖିଥିବା ଦେଖିବାକୁ ମିଳିଥିଲା । କେହି କେହି ଯୁବତୀଙ୍କ ଚିନ୍ତାଧାରାକୁ ସମର୍ଥନ କରୁଥିବା ବେଳେ କେହିକେହି ନିଜର ମତାମତ ଦେଇଛନ୍ତି । କିଛି ବ୍ୟକ୍ତି ଯୁବକଙ୍କୁ ସମର୍ଥ କରିଥିବା ଦେଖିବାକୁ ମିଳିଛି । ଯୁବକ ଜଣକ ଏକ ଦୁଃଖଦ ଘଟଣା ଦେଇ ଗତି କରିବା ପରେ ତାଙ୍କୁ କିପରି ଏକା ଛାଡ଼ୁଛନ୍ତି ବୋଲି ମଧ୍ୟ କିଛି ଲୋକ ପ୍ରଶ୍ନ କରିଛନ୍ତି ।