• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରତୀୟ ବିବାହରେ ଯଦି କୌଣସି ପ୍ରକାର ହଙ୍ଗାମା ନହୁଏ, ତେବେ ବିବାହ ଉତ୍ସବ ଅଧାଅଧୁରା ରୂହେ ବା ଅସଂପୂର୍ଣ୍ଣ ଲାଗେ । ବିବାହ ଉତ୍ସବରେ କେତେବେଳେ ସମ୍ପର୍କୀୟମାନେ କ୍ରୋଧିତ ହୁଅନ୍ତି ତ କେତେବେଳେ ବର ପକ୍ଷ ରାଗନ୍ତି । କେବେ କେବେ ବରପକ୍ଷ ଓ କନ୍ୟାପକ୍ଷ ମଧ୍ୟରେ ଜୋରଦାର ଝଗଡ଼ା ମଧ୍ୟ ହୋଇଥାଏ । କିନ୍ତୁ ଆମେ ଆଜି ଆପଣଙ୍କୁ ଅଷ୍ଟ୍ରେଲିଆର ଏକ ବିବାହ ଉତ୍ସବ ବିଷୟରେ କହିବୁ । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆଉ ମୁଣ୍ଡରେ ହାତ ଦେଇ ବସିବେ । କହିବେ ଏମିତି ଭୁଲ କେମିତି ହେଲା ?

ପୁରା କାହାଣୀଟି ହେଲା...

ଅଷ୍ଟ୍ରେଲିଆର ଜଣେ ମହିଳା ଏବେ ଖୁବ୍‌ ଚର୍ଚ୍ଚାରେ । ତାଙ୍କୁ ନେଇ ଏବେ ଢ଼େର ଆଲୋଚନା । କାରଣ ତାଙ୍କ ବିବାହ ଉତ୍ସବ ବେଳେ ଘଟିଯାଇଛି ଏମିତି ଏକ ଘଟଣା ଯାହା ନିହାତି ଭାବେ ଏକ ଚର୍ଚ୍ଚାର ବିଷୟ । ଏହି ଘଟଣା ବିଷୟରେ ଜାଣିଲେ ଆପଣ ବି କହିବେ, ଖାଲି ଭାରତ ନୁହେଁ ବରଂ ଅଷ୍ଟ୍ରେଲିଆରେ ବି ବିବାହ ଉତ୍ସବ ବେଳେ ହଙ୍ଗାମା ଦେଖିବାକୁ ମିଳେ । ତେବେ ଘଟଣାଟି ହେଲା, ବିବାହ କରିବାକୁ ଆସିଥିବା ମହିଳା ଜଣକ ଭୁଲ ବଶତଃ ନିଜ ଶ୍ୱଶୁରଙ୍କୁ ବିବାହ କରିଥିଲେ ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନିକଟରେ ଅଷ୍ଟ୍ରେଲିଆର ଲୋକପ୍ରିୟ ବ୍ରେକ୍‌ଫାଷ୍ଟ ରେଡିଓ ଶୋ 'ଫିଜି ଆଣ୍ଡ ୱିପ୍ପା ୱିଥ୍‌ କେଟ୍ ରିଚି'ର ହୋଷ୍ଟଙ୍କୁ  ଜଣେ ମହିଳା କଲ୍ କରିଥିଲେ । ସାଧାରଣତଃ ଏହି ଶୋ’କୁ ମହିଳାମାନେ କଲ୍ କରନ୍ତି, ଆଉ ନିଜ ନିଜର ବିବାହ ଉତ୍ସବର ମଜାଦାର ଘଟଣାବଳି ସେୟାର କରନ୍ତି । ଠିକ୍‌ ସେମିତି ଜଣେ ମହିଳାଙ୍କ କଲ୍‌ ଆସିଲା, ଆଉ ସେ କହିଲେ ମୋ ବିବାହ ଉତ୍ସବରେ ଯେଉଁ ଘଟଣା ଘଟିଛି ତାହା ଶୁଣିଲେ ଆପଣ ହସି ହସି ଗଡ଼ିଯିବେ ।

ଶ୍ୱଶୁରଙ୍କ ସହ ହୋଇଗଲା ବିବାହ..

ମହିଳା ଜଣକ ଫୋନ୍‌ରେ କହିଥିଲେ, ‘ଆମେ କୋର୍ଟରେ ବିବାହ କରିବୁ ବୋଲି ସ୍ଥିର ହୋଇଥିଲା । ସେହି ଅନୁସାରେ ସମସ୍ତ ବ୍ୟବସ୍ଥା ମଧ୍ୟ ସରିଥିଲା । କୋର୍ଟଙ୍କ ନିୟମ ଅନୁଯାୟୀ ଦୁଇ ଜଣ ସାକ୍ଷୀଙ୍କର ଆବଶ୍ୟକ ଥିଲା । ତେଣୁ ଆମେ ଦୁଇ ଜଣ ସାକ୍ଷୀଙ୍କୁ ମଧ୍ୟ ପ୍ରସ୍ତୁତ କରିଥିଲୁ । ଜଣେ ହେଲେ ମୋ ସ୍ୱାମୀଙ୍କ ମାଆ ଅର୍ଥାତ୍ ଶାଶୁ । ଆଉ ଜଣେ ହେଲେ ମୋ ଭାଇ। ହେଲେ ଶେଷ ମୁହୁର୍ତ୍ତରେ ଶାଶୁ ନିଜେ ନ ଆସି ଶ୍ୱଶୁରଙ୍କୁ ପଠାଇଥିଲେ ।’ ଏହା ତ ସାଧାରଣ କଥା ଥିଲା ।

ତେବେ କାହାଣୀରେ ଟ୍ୱିଷ୍ଟ ଏବେ ଆସିବ । ସମସ୍ତ ସାକ୍ଷୀ କୋର୍ଟଙ୍କ ସମ୍ମୁଖରେ ଦସ୍ତାବିଜ୍‌ରେ ଦସ୍ତଖତ କଲେ । ଏହାସହ ନବ ଦମ୍ପତ୍ତି ମଧ୍ୟ ଦସ୍ତଖତ କଲେ । କିନ୍ତୁ ଏହି ସମୟରେ ହୋଇଗଲା ବଡ଼ ଭୁଲ । ଯେଉଁଠାରେ ସାକ୍ଷୀଙ୍କୁ ଦସ୍ତଖତ କରିବାର ଥିଲା, ସେଠାରେ ଶ୍ୱଶୁର ଦସ୍ତଖତ ନକରି ସ୍ୱାମୀଙ୍କ ଯାଗାରେ ଦସ୍ତଖତ କରିଦେଲେ । ବର ଆରମ୍ଭରୁ ହିଁ ଦସ୍ତଖତ କରିସାରିଥିଲା । କିନ୍ତୁ ଶ୍ୱଶୁର ସେହି ନାଁ ଉପରେ ଆଉ ଥରେ ଦସ୍ତଖତ କରିଦେଲେ । ଅର୍ଥାତ୍‌ ମହିଳାଙ୍କ ବିବାହ ଦୁଇ ଜଣ ପୁରୁଷଙ୍କ ସହ ହୋଇଗଲା । ଯେଉଁଥିରେ ଜଣେ ହେଉଛନ୍ତି ତାଙ୍କ ଶ୍ୱଶୁର। ଏହି ଘଟଣାକୁ ନେଇ ଏବେ ବି ଚର୍ଚ୍ଚା ହେଉଛି।