• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଗାଁ ସାହି ପଡିଶା ସମସ୍ତେ ଦେଖୁଛନ୍ତି...ଶାଶୂଘର ସାମ୍ନାରେ ବୋହୂ ଧାରଣାରେ ବସିଛି । ହଠାତ୍‌ ଏମିତି ଦୃଶ୍ୟ ଦେଖିବା ପରେ କିଏ କିଛି ବୁଝିପାରିବେନି । ଆଉ ପ୍ରଶ୍ନ କରିବେ ସିଏ ଶାଶୂଘର ସାମ୍ନାରେ କାହିଁକି ଧାରଣାରେ ବସିଛନ୍ତି ? ହେଲେ ଘଟଣା ଜାଣିବା ପରେ ଆପଣ ବି ମୁଣ୍ଡରେ ହାତ ଦେବେ...ଆଉ କହିବେ ଆଜିକାଲି ବି ବୋହୂଙ୍କୁ ବି ଦିଆଯାଉଛି ଏମିତି ନିର୍ଯାତନା ?

ଶାଶୂ ତାଙ୍କର ଜଣେ ଶିକ୍ଷୟିତ୍ରୀ । ରାତି ପାହିଲେ ଶହଶହ ପିଲାଙ୍କୁ ଦେଉଛନ୍ତି ଶିକ୍ଷା । ଛାତ୍ରଛାତ୍ରୀଙ୍କୁ ଭଲମନ୍ଦର କଥା କୁହନ୍ତି, ହେଲେ ତାଙ୍କରି ଘରେ ଏମିତି ସ୍ଥିତି କାହିଁକି ଉପୁଜିଲା ? ବୋହୂଙ୍କ ଅଭିଯୋଗ ଅନୁସାରେ, ବାହାଘରର ମାତ୍ର ୮ ଦିନ ପରେ ତାଙ୍କ ଉପରେ ଆରମ୍ଭ ହୋଇଥିଲା ଅକଥନୀୟ ନିର୍ଯାତନା । ସିଏ ପୁଣି ଉଭୟ ଶାରୀରିକ ଓ ମାନସିକ । ପ୍ରଥମେ ପ୍ରଥମେ ଏହାକୁ ସହିଯାଉଥିଲେ ବୋହୂ ମାମାଲି ହେଲେ ନିର୍ଯାତନା ବଢିବାରୁ ବାପଘରକୁ ପଳାଇଥିଲେ ମାମାଲି ।

ଅଭିଯୋଗ ଏତିକିରେ ସରିନି ବରଂ ସ୍ୱାମୀଙ୍କ ସହ ରହିବାକୁ ତାଙ୍କୁ ବାରଣ କରାଯାଇଥିଲା ବୋଲି ମାମାଲି କହିବା ସହିତ ଶାଶୁ ଜଣେ ଶିକ୍ଷୟିତ୍ରୀ ହୋଇଥିବା ପରେ ବି ଏମିତି ନିର୍ଯାତନା ଦେଇଥିବା ସେ କହିଛନ୍ତି । ବାହାଘର ପରେ ବୋହୂ ଶାଶୂଘରେ ରହିବାର କଥା, ହେଲେ ମାମାଲି ନିର୍ଯାତନା ସହିନପାରିବାରୁ ବାପ ଘରକୁ ଚାଲିଯାଇଛନ୍ତି । କିନ୍ତୁ ଏବେ ନିଜର ହକ୍‌ ଲାଗି ଶାଶୁଘର ସାମ୍ନାରେ ଧାରଣାରେ ବସିଛନ୍ତି । ଏମିତି ଅଭାନନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସାବରଙ୍ଗ ଥାନା ସାହାଡ଼ା ପଞ୍ଚାୟତ କଚେରୀ ସାହି ଗାଁରେ ।

ମିଳିଥିବା ସୂଚନା ଅନୁସାରେ, ୨୦୨୧ ମସିହାରେ ପଗଡ ଗାଁର ଯୁଧିଷ୍ଠିର ଦାସ ମହାପାତ୍ର ନିଜ ଝିଅ ମାମାଲି ଦାସ ମହାପାତ୍ରଙ୍କୁ ନିଜର ପୈତୃକ ସମ୍ପତ୍ତିକୁ ବିକ୍ରି କରି ବେଶ୍‌ ଆଡମ୍ବରରେ ସହ ବାହା କରାଇଲେ । ହେଲେ ପରବର୍ତ୍ତୀ ସମୟରେ ଶାଶୂଘର ଅସଲ ଚେହେରା ଦେଖିବା ପରେ ବାପଘରକୁ ପଳାଇଥିଲେ ମାମାଲି । ଆଉ ଏହାରି ଭିତରେ ସେ ଜାଣିବାକୁ ପାଇଥିଲେ କି ତାଙ୍କ ସ୍ୱାମୀ ସଂଗ୍ରାମ ଜଣେ ବିବାହିତ ମହିଳାଙ୍କ ସହ ଅନୈତିକ ସଂପର୍କ ରଖିଛନ୍ତି । ବାସ୍‌ ଏହି କଥା ଜାଣି ଶାଶୁଘରକୁ ଯିବା ବେଳେ ତାଲା ପକାଇଦେଇଥିଲେ ଶାଶୂଘର ଲୋକ ।

ସବୁଠୁ ଆଶ୍ଚର୍ଯ୍ୟ କରିଥିଲା କ୍ୟାମେରା ସାମ୍ନାରେ ଯେତେବେଳେ ସଂଗ୍ରାମଙ୍କ ମାଆ କହିଥିଲେ ମୋ ପୁଅ ଜଣଙ୍କ ସହ ନୁହେଁ ବରଂ ୫ ଜଣଙ୍କ ସହ ସମ୍ପର୍କରେ ଅଛି , ତାହାକୁ ନେଇ ଚର୍ଚ୍ଚା ବଢିଛି । ବାସ୍‌ ଏମିତି କଥା ଶୁଣିବା ପରେ ମାମାଲି ଗେଟ୍‌ ମୁହଁରେ ପାଟି କରିବା ସହିତ ସ୍ଥିତି ଉତ୍ତେଜନପୂର୍ଣ୍ଣ ହୋଇଥିଲା । ଆଉ ଏମିତି ସ୍ଥିତିରେ ପୋଲିସ୍‌ ପହଞ୍ଚି ଶାଶୂଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ହେଲେ ସଂଗ୍ରାମ ଧରାଛୁଆଁ ଦେଉନଥିବା କୁହାଯାଇଛି । ତେବେ ଆସନ୍ତା ରବିବାର ଘଟଣାର ଫଇସଲା ହେବ ବୋଲି କୁହାଯାଉଛି ।

 

  • Reported by:
  • Partha Sarathi nayak