• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଡିସେମ୍ବର ୨୨ ଅର୍ଥାତ ଆଜି ହେଉଛି ବର୍ଷର ସବୁଠାରୁ ଛୋଟ ଦିନ । ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧାରେ ଶୀତ ଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ । ଚଳିତ ବର୍ଷ ଏହା ଡିସେମ୍ବର ୨୨ରେ ପଡୁଛି । ଡିସେମ୍ବର ୨୧ କିମ୍ବା ୨୨ରୁ ଶୀତ ଋତୁ ଆରମ୍ଭ ହୋଇ ମାର୍ଚ୍ଚ ମାସରେ ଦିନ ଏବଂ ରାତି ପାଖାପାଖି ସମାନ ହୋଇଥାଏ ।

ଅନ୍ୟପଟେ ମେରୁ ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ବର୍ଷସାରା ଦିନର ଦୈର୍ଘ୍ୟରେ ବଡ ପାର୍ଥକ୍ୟ ଦେଖା ଦେଇଥାଏ । ସୂର୍ଯ୍ୟ ଚାରିପଟେ ପୃଥିବୀ ନିଜ କକ୍ଷ ପଥରେ ୨୩.୫ ଡିଗ୍ରୀ ଢଳି ରହି ନିଜ ଅକ୍ଷ ଚାରିପଟେ ବୁଲୁଛି । ଏହି କାରଣରୁ ସୂର୍ଯ୍ୟ ପ୍ରତିଦିନି ସମାନ ସ୍ଥାନରୁ ଉଦୟ ହୁଅନ୍ତି ନାହିଁ । ଭୁବନେଶ୍ୱର ପାଇଁ ୨୦୨୩ ଡିସେମ୍ବର ୨୨ ସବୁଠାରୁ ଛୋଟ ଦିନ ହେବ । ଏଠାରେ ଆସନ୍ତାକାଲି ଦିନ ପ୍ରାୟ ୧୦ ଘଣ୍ଟା ୫୪ ମିନଟ୍ ୨୪ ସେକେଣ୍ଡ ରହିବ । ସେହିଭଳି ବର୍ଷର ଏହି ସବୁଠାରୁ ଛୋଟ ଦିନକୁ ୱିଣ୍ଟର ସୋଲଷ୍ଟିକ ବୋଲି କୁହାଯାଏ ।

ବର୍ଷ ୨୦୨୩ ଶେଷ ହେବାକୁ ଯାଉଛି । ତିନି ଦିନ ପରେ ବଡ଼ଦିନ ଆସିବ । ବଡ଼ଦିନ ପୂର୍ବରୁ କାଲି ଦିନଟି ବର୍ଷର ସବୁଠାରୁ ଛୋଟ ଦିନ ରହିବ । ତେଣୁ ସୂର୍ଯ୍ୟଙ୍କ ଅବସ୍ଥିତି କମ୍‌ ରହିଛି । ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ଶୀତଦିନ ଆରମ୍ଭ ହୁଏ ବର୍ଷର ଏହି ଛୋଟ ଦିନରୁ ଓ ଧୀରେ ଧୀରେ ଦିନଗୁଡ଼ିକ ଅଧିକରୁ ଅଧିକ ଲମ୍ଵା ହୁଏ । ମାର୍ଚ୍ଚ ମାସ ବସନ୍ତର ଆଗମନକୁ ସୂଚାଇଥାଏ, ଦିନ ଓ ରାତିର ଅବଧି ପାଖାପାଖ୍ ସମାନ ରହେ । ମେରୁ ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ବର୍ଷସାରା ଦିନର ଦୈର୍ଘ୍ୟରେ ବଡ଼ ପାର୍ଥକ୍ୟ ଅନୁଭୁତ ହୁଏ । ସେଠାରେ ଶୀତଋତୁରେ ଦିନଗୁଡ଼ିକ ଅତ୍ୟନ୍ତ ଛୋଟ ହୁଏ ।