lpg cylinders
ଆଜିର ସମୟରେ ଏଲପିଜି ଗ୍ୟାସ ପ୍ରାୟ ସମସ୍ତେ ବ୍ୟବହାର କରୁଛନ୍ତି । ଆପଣଙ୍କ ରୋଷେଇ ଘରେ ନିଶ୍ଚୟ ଏଲପିଜି ସିଲିଣ୍ଡର ରହିଥିବ । ଯାହାକୁ ଆପଣମାନେ ପ୍ରତ୍ୟେକ ଦିନ ରୋଷେଇ କାର୍ଯ୍ୟରେ ବ୍ୟବହାର କରୁଥିବେ । ହେଲେ ଆପଣଙ୍କ ଘରକୁ ଆସୁଥିବା ସେହି ଏଲପିଜି ସିଲିଣ୍ଡରକୁ କେବେ ଆପଣ ଲକ୍ଷ୍ୟ ରଖିଛନ୍ତି ?
ସବୁବେଳେ ଆପଣଙ୍କ ଘରକୁ ନାଲି ରଙ୍ଗର ଏଲପିଜି ସିଲିଣ୍ଡର ଆସୁଥିବ । ଯାହାକୁ ଆପଣ ଆପଣଙ୍କ ରୋଷେଇ ଘରେ ବ୍ୟବହାର କରୁଥିବେ । କିନ୍ତୁ କେବେ ଭାବିଛନ୍ତି ? ଏଲପିଜି ସିଲିଣ୍ଡର ଗୁଡ଼ିକ ସାଧାରଣତଃ ସବୁବେଳେ ନାଲି ରଙ୍ଗର କାହିଁକି ଆସିଥାଏ । ଧଳା, ହଳଦିଆ, ନୀଳ, କଳା ଓ ବାଇଗଣୀ ରଙ୍ଗ ପରି ଅନ୍ୟ ରଙ୍ଗ କାହିଁକି ନୁହେଁ ?
ଅଧିକ ପଢ଼ନ୍ତୁ: ଗ୍ୟାସ୍ ସିଲିଣ୍ଡର ତଳେ କାହିଁକି ଥାଏ ଛୋଟ ଛୋଟ କଣା ?
ତେବେ ଆସନ୍ତୁ ଜାଣିବା ଏଲପିଜି ସିଲିଣ୍ଡରର ରଙ୍ଗ କାହିଁକି ନାଲି ହୋଇଥାଏ ? ନାଲି ରଙ୍ଗ ବ୍ୟତିତ ଏଲପିଜି ସିଲିଣ୍ଡରରେ ଅନ୍ୟ ରଙ୍ଗ କାହିଁକି ବ୍ୟବହାର କରାଯାଏନାହିଁ । ସୂଚନା ଅନୁସାରେ ଏଲପିଜି ସିଲିଣ୍ଡର ବ୍ୟବହାର କରିବା ପଛରେ ଦୁଇଟି କାରଣ ରହିଛି । ଯାହା ଆପଣ ଜାଣିବା ଜରୁରୀ ।
ପ୍ରଥମ କାରଣଟି ହେଉଛି ଏଲପିଜି ସିଲିଣ୍ଡର ବହୁତ ଅଧିକ ଜ୍ୱଳନଶୀଳ । ଯାହା ବହୁତ ବିପଦଜ୍ଜନକ । ନାଲି ରଙ୍ଗ ବିପଦର ସଙ୍କେତ ବୋଲି ଧରାଯାଏ । ତେଣୁ ଏଲପିଜି ସିଲିଣ୍ଡରରେ ନାଲି ରଙ୍ଗ ବ୍ୟବହାର ହୋଇଥାଏ । ଆଉ ଦ୍ୱିତୀୟ କାରଣଟି ହେଉଛି, କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ ସିଲିଣ୍ଡରର ରଙ୍ଗ ଗ୍ରେ ରହିଥିବା ବେଳେ ନାଇଟ୍ରୋ ଅକ୍ସାଇଡ୍ ଗ୍ୟାସ ସିଲିଣ୍ଡରର ରଙ୍ଗ ନୀଳ ହୋଇଥାଏ ।
ତେଣୁ ଏଲପିଜି ଗ୍ୟାସ ସିଲିଣ୍ଡରର ରଙ୍ଗ ନାଲି ରଙ୍ଗ ଦିଆଯାଇଥାଏ । ଯାହାଦ୍ୱାରା ସମସ୍ତ ଗ୍ୟାସ ସିଲିଣ୍ଡର ଗୁଡ଼ିକୁ ସହଜରେ ଜାଣି ହୋଇଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677086384.jpg)