• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘ନାଁ ମୁଁ ସମ୍ମାନଜନକ ପଦ୍ମଶ୍ରୀ ଗ୍ରହଣ କରି ପାରିବି ନାହିଁ । ବର୍ତ୍ତମାନ ସମୟରେ ଏପରି କରିବା ମୋ ପାଇଁ ବିବେକାନୁମୋଦିତ କାର୍ଯ୍ୟ ହେବନାହିଁ । କାରଣ ଆଗକୁ ନିବାର୍ଚନ ରହିଛି । ଦିନେ ଏମିତି କଛି କହି ଚର୍ଚ୍ଚାରେ ଥିଲେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ତଥା ଆନ୍ତଜାତୀୟ ସ୍ତରରେ କ୍ଷାତି ଅର୍ଜନ କରିଥିବା ଲେଖିକା, ପ୍ରକାଶିକା ଗୀତା ମେହଟା ।

ଗୀତାଙ୍କ ସହ ନବୀନଙ୍କର ଥିଲା ଗଭୀର ଭାବଗତ ସମ୍ପର୍କ । ସେ ଥିଲେ ବିଜୁ ବାବୁଙ୍କ ୩ ସନ୍ତାନଙ୍କ ମଧ୍ୟରୁ ଏକମାତ୍ର ଅଳିଅଳି କନ୍ୟା ଥିଲା । ବଡଭାଇ ପ୍ରେମ ପଟ୍ଟନାୟକ ଓ ସାନ ଭାଇ ନବୀନଙ୍କର ସେ ଥିଲେ ଅତି ନିକଟତର ।

ଗତକାଲି ଗୀତାଙ୍କର ୮୦ ବର୍ଷ ବୟସରେ ପରଲୋକ ହୋଇଛି । ଦିଲ୍ଲୀସ୍ଥିତ ବାସ ଭବନରେ ଗୀତା ପରଲୋକ ଗମନ କରିଛନ୍ତି । ଏହା ପୂର୍ବରୁ ୨୦୧୯ ମସିହା ଡିସେମ୍ବର ୩୧ ତାରିଖରେ ଗୀତାଙ୍କ ସ୍ୱାମୀ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ପ୍ରକାଶକ ଓ ସଂପାଦକ ସୋନି ମେହେଟାଙ୍କର ପରଲୋକ ହୋଇଥିଲା । ଅନ୍ତର୍ଜାତୀୟ ସ୍ତରର ପ୍ରକାଶନ ସଂସ୍ଥା ଆଲଫ୍ରେଡ୍-ଏ-ନଫ୍-ଡବଲଡେ ପବ୍ଲିସିଂ ଗ୍ରୁପର ଅଧ୍ୟକ୍ଷ ତଥା ମୁଖ୍ୟସଂପାଦକ ଥିବା ସୋନି । ସୋନିଙ୍କ ମୃତ୍ୟୁ ପରେ ଏକା ହୋଇଯାଇଥିଲେ ଗୀତା। ଧିରେ ଧିରେ ଅସୁସ୍ଥ ମଧ୍ୟ ହୋଇପଡିଲେ । ଉଚ୍ଚତର ଚିକିତ୍ସା ସତ୍ୱେ ଗୀତାଙ୍କ ପରଲୋକ ଘଟିଛି ।

ଇତି ମଧ୍ୟରେ ବିସ୍ମରୀ ଯାଉଥିବା କିଛି କଥା ମନେ ପଡିଛି । ୨୦୧୯ରେ ପଦ୍ମଶ୍ରୀ ପୁରସ୍କାର ପାଇଁ ଗୀତାଙ୍କ ନାଁ ଚୟନ କରାଯାଏ । ଗୀତା ମେହେଟାଙ୍କୁ ପ୍ରବାସୀ ଭାରତୀୟ ଭାବେ ସାହିତ୍ୟ ଓ ଶିକ୍ଷା ପାଇଁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ ବୋଲି ଭାରତ ସରକାରଙ୍କ ପକ୍ଷରୁ ଜଣାଇ ଦିଆଯାଏ । କିନ୍ତୁ ତାଙ୍କ ଭାଇ ନବୀନ ପଟ୍ଟନାୟକ ଓଡ଼ିଶା ରାଜନୀତିର ମଙ୍ଗ ଧରିଥିବାରୁ ଏହି ତାଙ୍କର ପଦ୍ମଶ୍ରୀ ଗ୍ରହଣ କରିବା ଭୁଲ ହେବ ବୋଲି ସେ ସରକାରଙ୍କୁ ଲିଖିତ ଭାବେ ଜଣାଇ ଦିଅନ୍ତି । ଯାହା ସକାଶେ ଓଡ଼ିଶାରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରନ୍ତି । ଯେଉଁ ଘଟଣାଟି ତାଙ୍କ ମହନୀୟତା ଭାବକୁ ପ୍ରକାଶ କରୁଥିବା ଗୋଟିଏ ଦିଗକୁ ଦର୍ଶାଉଛି ।