Advertisment

ବିଚିତ୍ର ଗାଁ; ଏଠି ଜୋତା-ଚପଲ ପିନ୍ଧିବା ମନା, ଖାଲି ପାଦରେ ଚାଲନ୍ତି ଲୋକ

ଭାରତରେ ଏପରି ଏକ ଗାଁ ଅଛି ଯେଉଁଠାରେ ଜୋତା ଏବଂ ଚପଲ ପିନ୍ଧିବା ସମ୍ପୂର୍ଣ୍ଣ ନିଷେଧ । ଆପଣ ହୁଏତ ଏହାକୁ ବିଶ୍ୱାନ କରି ନ ପାରନ୍ତି, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ । ଆଜିବି ଆମ ଦେଶରେ ଏମିତି ଏକ ଗାଁ ଅଛି ଯେଉଁଠି କେହି ବି ଚପଲ ପିନ୍ଧନ୍ତି ନାହିଁ।

author-image
Sonali Ojha
slippers ban

slippers ban

ଆଜିକାଲି ଜୋତା, ଚପଲ ଜୀବନର ଏକ ଅଙ୍ଗ ପାଲଟିଗଲାଣି। ଖାଲି ବାହାରେ ନୁହେଁ ଘରେ ବି ଚପଲ ପିନ୍ଧିବା ସାଧାରଣ କଥା ହୋଇଗଲାଣି। ଆଜିକାଲି ଲୋକମାନେ ଜୋତା ବିନା ଗୋଟିଏ ପାଦ ମଧ୍ୟ ଚାଲିପାରିବେ ନାହିଁ। କିନ୍ତୁ ଆପଣ କେବେ ଜୋତା ବିନା ଚାଲିପାରିବେ କି? ବୋଧହୁଏ ଆପଣ ଏହାକୁ କଳ୍ପନା ମଧ୍ୟ କରିପାରିବେ ନାହିଁ । କିନ୍ତୁ ଭାରତରେ ଏପରି ଏକ ଗାଁ ଅଛି ଯେଉଁଠାରେ ଜୋତା ଏବଂ ଚପଲ ପିନ୍ଧିବା ସମ୍ପୂର୍ଣ୍ଣ ନିଷେଧ । ଆପଣ ହୁଏତ ଏହାକୁ ବିଶ୍ୱାନ କରି ନ ପାରନ୍ତି, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ । ଆଜିବି ଆମ ଦେଶରେ ଏମିତି ଏକ ଗାଁ ଅଛି ଯେଉଁଠି କେହି ବି ଚପଲ ପିନ୍ଧନ୍ତି ନାହିଁ।

Advertisment

ଭାରତରେ ଅନେକ ଗାଁରେ ଅନନ୍ୟ ପରମ୍ପରା ଏବଂ ରୀତିନୀତି ଅଛି । ସେହିଭଳି ତାମିଲନାଡୁ ତିରୁନେଲଭେଲି ଜିଲ୍ଲାର ଆଣ୍ଡାମାନ ବୋଲି ଏକ ଗାଁ ଅଛି। ଲୋକମାନେ ଘରୁ ବାହାରକୁ ଯିବାବେଳେ ଜୋତା ଏବଂ ଚପଲ ପିନ୍ଧିବା ପାପ ବୋଲି ଭାବନ୍ତି ।ଏଠାରେ ଲୋକଙ୍କ ପାଇଁ ଜୋତା ପିନ୍ଧିବା ସମ୍ପୂର୍ଣ୍ଣ ନିଷେଧ।ଏହି ଗାଁର ଲୋକମାନେ ବିଶ୍ୱାସ କରନ୍ତି ଯେ ସେମାନଙ୍କ ଗାଁକୁ ମୁଥିଲମା ଦେବୀ ଜଗିଛନ୍ତି। ସେଥିପାଇଁ ସେମାନେ ଦେବୀଙ୍କ ସମ୍ମାନରେ ଜୋତା ଏବଂ ଚପଲ ପିନ୍ଧନ୍ତି ନାହିଁ ।

ବାସ୍ତବରେ, ଏହି ଗାଁର ଲୋକମାନେ ବିଶ୍ୱାସ କରନ୍ତି ଯେ ସେମାନଙ୍କର ଗାଁ ଏକ ମନ୍ଦିର ପରି | ସେଥିପାଇଁ ସେମାନେ ସମଗ୍ର ଗାଁରେ ଜୋତା ଏବଂ ଚପଲ ପିନ୍ଧନ୍ତି ନାହିଁ । ଏହା ବ୍ୟତୀତ ଏହି ପରମ୍ପରା ପିଢି ପରେ ପିଢି ଚାଲିଆସୁଛି ଏବଂ ଗାଁର ଲୋକମାନେ ଏହାକୁ ଅନୁସରଣ କରୁଛନ୍ତି। ତଥାପି, ଗାଁର ସମସ୍ତେ ଏହି ନିୟମ ପାଳନ କରନ୍ତି।

Advertisment

ଗାଁରେ ବୃଦ୍ଧ କିମ୍ବା ଅସୁସ୍ଥ ଲୋକମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଚପଲ କିମ୍ବା ଜୋତା ପିନ୍ଧନ୍ତି। ଏହା ବ୍ୟତୀତ, ଖରାଦିନେ ମାଟି ତାତିଗଲେ ବି ଅଳ୍ପ କିଛି ଲୋକ ଚପଲ ପିନ୍ଧନ୍ତି । ଏହି ନିୟମ କେବଳ ଗ୍ରାମବାସୀଙ୍କ ପାଇଁ ପ୍ରଯୁଜ୍ୟ। ଏହି ନିୟମ ସମ୍ବନ୍ଧରେ ବାହାର ଲୋକଙ୍କ ଉପରେ କୌ ଣସି ଚାପ ପକାଯାଏ ନାହିଁ । ତେବେ ଯେତେବେଳେ ଜଣେ ବାହାର ଲୋକ ଗାଁରେ ପ୍ରବେଶ କରନ୍ତି, ସେତେବେଳେ ତାଙ୍କୁ ସ୍ଥାନୀୟ ଲୋକଙ୍କ ସମ୍ମାନରୁ ଜୋତା ଏବଂ ଚପଲ କାଢିବାକୁ ପରାମର୍ଶ ଦିଆଯାଇଛି।

Village
Advertisment
Advertisment