/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697691860.jpg)
Vegetable vendors put their protest on hold following assurance of fulfillment of their demands
ଭୁବନେଶ୍ୱର ୟୁନିଟ-୧ ହାଟ କଞ୍ଚା ପରିବା ବ୍ୟବସାୟୀ ସଂଘର ଆନ୍ଦୋଳନ ସ୍ଥଗିତ । ଆଗକୁ ପୂଜା ଥିବାରୁ ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଥିବା ସଂଘ କହିଛି । ଭୁବନେଶ୍ୱର ମଧ୍ୟ ବିଧାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ବିଏମସି, ଟ୍ରାଫିକ ଥାନା, କମିଶନରେଟ ଓ ପରିବା ସଂଘ ଯୋଗ ଦେଇ ଆଲୋଚନା କରିଥିଲେ।
#ପରିବା_ବେପାରୀଙ୍କ_ଆନ୍ଦୋଳନ_ସ୍ଥଗିତ
ଭୁବନେଶ୍ୱର: କଞ୍ଚା ପରିବା ବ୍ୟବସାୟୀଙ୍କ ଆନ୍ଦୋଳନ ସ୍ଥଗିତ । ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ସ୍ଥଗିତ । ମଧ୍ୟ ବିଧାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି । #Bhubaneswar#Odisha#OTVpic.twitter.com/6vHiFOeGiq— ଓଟିଭି (@otvkhabar) October 19, 2023
କଞ୍ଚା ପରିବା ସଂଘର ଥିବା ଦାବି ଗୁଡିକ ପୁରଣ କରିବାକୁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଏନେଇ ସୂଚନା ଦେଇଛନ୍ତି କଞ୍ଚା ପରିବା ବ୍ୟବସାୟୀ ସଂଘର ସମ୍ପାଦକ କବିରାଜ ସ୍ୱାଇଁ। ୭ ଦଫା ଦାବି ନେଇ ୨୦ ତାରିଖରୁ କଞ୍ଚା ପରିବା ହାଟ ବ୍ୟବସାୟ ବନ୍ଦ କରିବାକୁ ଚେତାବନୀ ଦେଇଥିଲା ସଂଘ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)