• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଗଛ ସାରା ଫଳିଛି ଲାଲ ଟହଟହ ଲିଚୁ । ଦୂରକୁ ଯେତିକି ସୁନ୍ଦର ଦିଶୁଛି, ପାଖରୁ ବି ସେତିକି ସୁନ୍ଦର ଦିଶୁଛି । ହେଲେ ସୁନ୍ଦରିଆ ଫଳକୁ ଦେଖି କାନ୍ଦୁଛି ଚାଷୀ । କଥାଟା ଶୁଣିବାକୁ ଟିକିଏ ଅଡୁଆ ଲାଗୁଥିଲେ ବି ଘଟଣା ପଛର ସତ ଜାଣିବା ପରେ ଆପଣଙ୍କ ପାଟିରୁ ବି ଆଃ ପଦେ ବାହାରିପଡିବ ।

ସବୁ ସାରିଦେଲା ଅଦିନିଆ ବର୍ଷା...ଖାଲି ଅଦିନିଆ ବର୍ଷା ଦାଉ ସାଧିଲା ତାହା ନୁହେଁ ବରଂ ଅତ୍ୟଧିକ ଖରା ବି ଚାଷୀଙ୍କ ଅଂଟା ଭାଙ୍ଗିଦେଲା । ଯାହାକୁ ନେଇ ଚିନ୍ତାରେ ଚାଷୀ ।ଅତ୍ୟଧିକ ଖରା ଓ ଅଦିନିଆ ବର୍ଷା ଲାଗି ଗଛରେ ଲିଚୁ ଫଳିଛି ସତ ହେଲେ ସୁଆଦ ନାହିଁ । ଏମିତିକି ସବୁଥର ପରି ଏଥର ଫଳ ବି ବହୁତ ଛୋଟ ରହିଛି ।

ଖରାଦିନରେ ପ୍ରତିବର୍ଷ ବଣାଇର କୁଳିପୋଷ,ଗଡରୁଆଁ, ବନ୍ଧା ଭୂଇଁ, ଖଣ୍ଡା ଧାର ସହିତ ଆଖପାଖ ଅଂଚଳରେ ପ୍ରବଳ ମାତ୍ରାରେ ଫଳେ ଲିଚୁ । ଆଉ ଏହାକୁ ବଜାରରେ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରନ୍ତି ସ୍ଥାନୀୟ ଲୋକେ । ଲିଚୁ ପାଚିବା ମାତ୍ରେ ଗାଁ ଲୋକଙ୍କ ପାଖରୁ କିଣି ନେଇ ଯାଆନ୍ତି ବେପାରୀ । ପ୍ରତିଥର ୫ ରୁ ୧୦ ହଜାର ରୋଜଗାର ବି କରନ୍ତି...ହେଲେ ଏଥର ସବୁ ସରିଯାଇଛି ।

ଆମେ ସମସ୍ତେ ଜାଣିଛନ୍ତି, ଥଣ୍ଡା ଅଂଚଳ ଏବଂ ପାଣି ଥିବା ଅଂଚଳରେ ଲିଚୁ ଚାଷ ଭଲ ହୁଏ । କିନ୍ତୁ ଏଥର ମୌସମ ଖରାପ ହେବା କାରଣରୁ ସବୁ ବଦଳିଗଲା । ଗଛରେ ଆଉ ଫଳ ଆସିଲା ନାହିଁ । ଆଉ ଯେତିକି ଫଳ ଆସିଲା ସେତିକକୁ ବି ଠିକ୍‌ରେ ବିକ୍ରି କରିପାରିଲେନି ଲୋକେ । ଯାହାକୁ ନେଇ ଚିନ୍ତାରେ ଲିଚୁ ଚାଷୀ ।

 

  • Reported by:
  • RANJIT CHOUDHURY

OTV is now on Whatsapp

Join and get latest news update delivered to you via whatsapp

Join Now