/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692374819.jpg)
Jawan's Mother Passes Away
ଝାଡଖଣ୍ଡରେ ମାଓ ମୁକାବିଲା ବେଳେ ସହିଦ ହୋଇଥିବା କେନ୍ଦୁଝର ଆନନ୍ଦପୁର ମାଟିର ସନ୍ତାନ ଶୁଶାନ୍ତ ଖୁଣ୍ଟିଆଙ୍କ ମା’ ଆଉ ନାହାଁନ୍ତି । ପୁଅ ସହିଦ ହେବାର ୮ ଦିନ ପରେ ଆଜି ଚାଲିଗଲେ ସହିଦ ସୁଶାନ୍ତ ଖୁଣ୍ଟିଆଙ୍କ ମା’ ସୁନ୍ଦରୀ ଖୁଣ୍ଟିଆ । ଗୁରୁତର ଅସୁସ୍ଥ ଅବସ୍ଥାରେ ତାଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଯାଇଥିଲା । ପୁର୍ବରୁ ସ୍ୱାମୀ, ଦୁଇ ପୁଅଙ୍କୁ ହରାଇବା ପରେ ନକ୍ସଲ ସହ ଗୁଳି ବିନିମୟ ବେଳେ ଅନ୍ୟ ଏକ ପୁଅ ସୁଶାନ୍ତଙ୍କୁ ହରାଇଥିଲେ । ତାଙ୍କ ମୃତ୍ୟୁକୁ ନେଇ ସମ୍ପୁର୍ଣ୍ଣ ଭାଙ୍ଗିପଡ଼ିଥିଲେ ସୁଶାନ୍ତଙ୍କ ମା’।
ଏପଟେ ଝାଡ଼ଖଣ୍ଡ ମାଓ ହମଲାରେ ଓଡ଼ିଆ ଯବାନ ସହିଦ ହେବା ପରେ ସାମ୍ନାକୁ ଆସିଛି ତାଙ୍କ ପରିବାରର ଦୁଃଖ ଓ ଯନ୍ତ୍ରଣାର କାହାଣୀ । ସୁଶାନ୍ତ ସହିଦ ହେବା ସହ ମୁରବୀଶୂନ୍ୟ ହୋଇଛ ତାଙ୍କ ପରିବାର । ଆଜିକୁ ଠିକ୍ ୨ ବର୍ଷ ପୂର୍ବେ ସୁଶାନ୍ତଙ୍କର ବାପାଙ୍କ ମୃତ୍ୟୁ ହୋଇଥିଲା । ପରେ ପରେ ତାଙ୍କ ବଡ ଭାଇ ଏବଂ ମଝିଆଁ ଭାଇଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)