Advertisment

ଦଶମ ଫେଲ୍‌ କିନ୍ତୁ ଟମାଟୋ ବିକି ଏବେ କୋଟିପତି

ପିଲା ଦିନେ ମହିପାଲ ସ୍କୁଲ ଯାଉଥିଲେ । ହେଲେ ପାଠ ତାଙ୍କ ଦ୍ୱାରା ହେଲା ନାହିଁ । ଦଶମରେ ଫେଲ୍‌ ହେଲେ । ତା’ପରେ ଚାଷ କାମ ଆରମ୍ଭ କଲେ । ଚାଷରେ ବି ଫେଲ୍‌ ମାରିଲେ । ମାନେ ନିୟମିତ ଭାବେ ଯେଉଁ ଧାନ ଚାଷ ହୁଏ ସେଥିରେ ସେ ଫେଲ୍‌ ମାରିଲେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Tomato Price Hike

Tomato Price Hike

ବର୍ତ୍ତମାନ ଟମାଟୋ ଦର ଆକାଶ ଛୁଆଁ। ଶହେ ଉପରେ କେଜି। ଯେଉଁଠି ଗ୍ରାହକମାନେ କିଲେ ଲେଖାଏଁ ଟମାଟୋ କିଣନ୍ତି, ଆଜି ସେଠି ହାତଗଣତି ତଥା ଦୁଇ ଶହ, ଅଢେଇ ଶହ ଗ୍ରାମ୍‌ରେ ମନ ବୁଝେଇବାକୁ ପଡୁଛି । କିନ୍ତୁ ଏପରି ସ୍ଥିତିରେ ଗ୍ରାହକ ସିନା କାନ୍ଦୁଛି ହେଲେ ବେପାରୀ କିନ୍ତୁ ମାଲେମାଲ। ଟମାଟୋ ବିକି ଶହେ କି ହଜାରେ ନୁହେଁ, ଏକାଥରକେ ୧.୮ କୋଟି ଟଙ୍କା ରୋଜଗାର କରିଛନ୍ତି ଜଣେ ଚାଷୀ । ଆଉ ତାହା ପୁଣି ମାତ୍ର ଗୋଟିଏ ମାସରେ ।

Advertisment

ବର୍ତ୍ତମାନ ଓଡ଼ିଶା, କର୍ଣ୍ଣାଟକ, ମହାରାଷ୍ଟ୍ର ସମେତ ଦେଶର ଅନେକ ସ୍ଥାନରେ ଟମାଟୋ ଦର ଉଚ୍ଚା ରହିଛି । ତେବେ ପ୍ରତିକୂଳ ପାଣିପାଗ ଓ କମ୍‌ ଉତ୍ପାଦନ ଯୋଗୁଁ ଟମାଟୋ ଯୋଗାଣ ବ୍ୟାପକ ପ୍ରଭାବିତ ହୋଇଛି । ଏହାରି ଭିତରେ ହାଇଦ୍ରାବାଦ୍‌ର ଜଣେ ଟମାଟୋ ଚାଷୀ ମାଲେମାଲ ହୋଇଛନ୍ତି । ଏହି ଚାଷୀ ଜଣକ ହେଉଛନ୍ତି ବି ମହିପାଲ ରେଡ୍ଠି । 

ପିଲା ଦିନେ ମହିପାଲ ସ୍କୁଲ ଯାଉଥିଲେ । ହେଲେ ପାଠ ତାଙ୍କ ଦ୍ୱାରା ହେଲା ନାହିଁ । ଦଶମରେ ଫେଲ୍‌ ହେଲେ । ତାପରେ ଚାଷ କାମ ଆରମ୍ଭ କଲେ । ଚାଷରେ ବି ଫେଲ୍‌ ମାରିଲେ । ମାନେ ନିୟମିତ ଭାବେ ଯେଉଁ ଧାନ ଚାଷ ହୁଏ ସେଥିରେ ସେ ଫେଲ୍‌ ମାରିଲେ । କାରଣ ସେଥିରେ ଅଧିକ ମନ ଦେଲେନାହିଁ । ଆଉ ମନ ନଦେବାର କାରଣ ହେଲା, ଧାନ ଚାଷରେ ଭଲ ଲାଭ ନାହିଁ । ଯାହା କିଛି ରୋଜଗାର ହେବ ସେତିକି ଆବଶ୍ୟକତା ପୁରଣ କରିବା ତାଙ୍କ ପାଇଁ କଷ୍ଟ ହେଲା । ତେଣୁ ସେ ପରିବା ଚାଷ ଆଡ଼ିକୁ ମୁହାଇଁଲେ । ଆଉ ସେହି ପରିବାର ଚାଷ ଭିତରକୁ ଟମାଟୋ ଚାଷ ଆଜି ତାଙ୍କୁ ମାଲେମାଲ କରିଦେଇଛି । 

Advertisment

ସେ ଜୁନ୍‌ ୧୫ ତାରିଖରୁ ଏବେ ସୁଦ୍ଧା ଟମାଟୋ ବିକି ୧.୮ କୋଟି ଟଙ୍କା ପାଇଛନ୍ତି । ମହିପାଲଙ୍କ ବୟସ ଏବେ ୪୦ ଛୁଇଁଲାଣି । ତଥାପି ଖୁବ୍‌ ପରିଶ୍ରମୀ । ବଜାର ଉପରେ ତାଙ୍କର ଢ଼େର ଅଭିଜ୍ଞତା । ଆଉ ସେହି ଅଭିଜ୍ଞତା ହିଁ ତାଙ୍କୁ ଆଜି ମାଲେମାଲ ବା କୋଟିପତି କରିଦେଇଛି । ବଜାରରେ ସେ ଏବେ ଜଣେ ବଡ଼ ଚାଷୀ ଭାବେ ଜଣାଶୁଣା । ତାଙ୍କ ଘର ହାଇଦ୍ରାବାଦ୍‌ର ମେଡାକ୍‌ ଗାଁରେ ।

ତେବେ ମହିପାଲ ଏଭଳି ଏକ ବଡ଼ ଲାଭ ପାଇବାର ସବୁଠାରୁ ବଡ଼ କାରଣ ହେଲା, ଆନ୍ଧ୍ରପ୍ରଦେଶରୁ ଆମଦାନୀ ହେଉଥିବା ଟମାଟୋର ପରିମାଣ କମିବା । ଯାହାଫଳରେ ଟମାଟୋର ଅଭାବ ପରିଲିକ୍ଷିତ ହେଲା । ଆଉ ସେହି ଅଭାବ ପୁରଣ କଲେ ମହିପାଲ । ସେ କିଲୋ ପିଛା ୧୦୦ ଟଙ୍କାରେ ବିକ୍ରି କଲେ ଟମାଟୋ । 

ମହିପାଲ କହିଛନ୍ତି ଯେ ‘ମୁଁ ଏପ୍ରିଲ୍‌ ୧୫ରୁ ୮ ଏକର ଜମିରେ ଟମାଟୋ ଲଗାଇଲି । ଜୁନ୍‌ ୧୫ ବେଳକୁ ସେଥିରୁ ଆଦାୟ ଆରମ୍ଭ କଲି । ମୁଁ ଯେଉଁ ଟମାଟୋ ଯୋଗାଣ କରୁଛି ତାହା ଅତି ଉତ୍ତମ କ୍ୱାଲିଟିର । ପାଣିପାଗ ଅନୁସାରେ ମୋର ଚାଷ ପଦ୍ଧତି ମଧ୍ୟ ବଦଳିଥାଏ ।’ ତେବେ ଏହାରି ଭିତରେ ଲଗାଣ ବର୍ଷା ଯୋଗୁଁ ମଧ୍ୟ ତାଙ୍କର ଅନେକ ଫସଲ କ୍ଷତି ହୋଇଛି । ଯଦି ତାହା କ୍ଷତି ହୋଇନଥାନ୍ତା ତେବେ ତାଙ୍କର ରୋଜଗାର ୨ କୋଟି ପାର୍‌ ହୋଇଥାନ୍ତା । ଏବେ ତାଙ୍କ ପାଖରେ ଆହୁରି ୪୦ ପ୍ରତିଶତ ଫସଲ ଗଚ୍ଛିତ ଅଛି । 

ମହିପାଲଙ୍କ ପାଖରେ ୧୦୦ ଏକର ଜମି ରହିଛି । ସେଥିରୁ ୪୦ ପ୍ରତିଶତ ଜମିରେ ସେ ବିଭିନ୍ନ ପନିପରିବା ସହ ଟମାଟୋ ଫସଲ କରିଥାନ୍ତି । ଆଉ ବଳକା ସବୁ ଜମିରେ ଧାନ ଚାଷ କରାଯାଇଥାଏ । ମହିପାଲ ଆହୁରି ସୂଚନା ଦେଇଛନ୍ତି ଯେ ସେ ଏଥର ୭୦୦୦ ପେଟି ଟମାଟୋ ବିକ୍ରି କରିଛନ୍ତି । ପ୍ରତ୍ୟେକ ପେଟିର ଓଜନ ୨୫ କେଜି । ଏବେ ସେ ନିଜ ଫସଲରେ ଫର୍ଟିଲାଇଜର ପକାଇବା ପାଇଁ ଡ୍ରୋନ୍‌ର ବ୍ୟବହାର କରୁଛନ୍ତି ।

Vegetable Price Hike Tomato Price Hike
Advertisment
Advertisment