Advertisment

ରାଜଧାନୀରେ ଆଉ ତିନି ଅଗ୍ନିଶମ ସେବା କେନ୍ଦ୍ର, ଜାଣନ୍ତୁ କେଉଠି ?

୪୫ଟି ପଦବୀକୁ ଅନୁମୋଦନ ମିଳିଥିବା ବେଳେ ପ୍ରତି କେନ୍ଦ୍ରରେ ୧୫ କର୍ମଚାରୀ ରହିବେ ।

ଅଦ୍ୟତନ ହୋଇଛି
New Fire Station In Bhubaneswar

3 New Fire Station In Bhubaneswar. There Are in Pahala, Mancheswar, Tamando

Advertisment

ରାଜଧାନୀ ଭୁବନେଶ୍ୱରରେ ଖୋଲିବ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର । ଅଗ୍ନିଶମ ସେବା କେନ୍ଦ୍ର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କରିଛନ୍ତି । ତମାଣ୍ଡୋ, ମଞ୍ଚେଶ୍ୱର ଓ ପାହାଳରେ ପ୍ରତିଷ୍ଠା କରାଯିବାକୁ ଅନୁମତି ମିଳିଛି । ୪୫ଟି ପଦବୀକୁ ଅନୁମୋଦନ ମିଳିଥିବା ବେଳେ ପ୍ରତି କେନ୍ଦ୍ରରେ ୧୫ କର୍ମଚାରୀ ରହିବେ ।

Advertisment

ଭୁବନେଶ୍ୱରର ପରିସର ବଢ଼ିବା ସହିତ ଲୋକ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବ୍ୟବସ୍ଥାକୁ ସୁଦୃଢ଼ କରି ଧନଜୀବନକୁ ସୁରକ୍ଷା ଯୋଗାଇ ଦେବା ପାଇଁ ସରକାର ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ତମାଣ୍ଡୋ, ମଞ୍ଚେଶ୍ୱର ଓ ପାହାଳରେ ଏହି ୩ଟି ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠା କରାଯିବ। ପ୍ରତି ଅଗ୍ନିଶମ ସେବା କେନ୍ଦ୍ରରେ ୧୫ ଜଣ କର୍ମଚାରୀଙ୍କ ମଧ୍ୟରେ ଜଣେ ଷ୍ଟେସନ ଅଫିସର, ଦୁଇ ଜଣ ଲିଡିଂ ଫାୟାରମ୍ୟାନ, ଜଣେ ଡ୍ରାଇଭର-ହାବିଲଦାର, ଜଣେ ଫାୟାରମ୍ୟାନ ଡ୍ରାଇଭର ଓ ୧୦ ଜଣ ଫାୟାରମ୍ୟାନ ରହିବେ।

Fire Services
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ