Advertisment

ପାଠ ପଢାଇବାକୁ କଲମ ଧରିବା ଜରୁରୀ କିଏ କହିଲା ?

ଦେବବ୍ରତ ବାବୁଙ୍କୁ ନିଜ ବିଷୟରେ କିଛି ପଚାରିଲେ ସେ କିଛି କୁହନ୍ତି ନାହିଁ।  ପାଖାପାଖି ଅଭଏଡ୍ କରନ୍ତି। କେବଳ ଏତିକି କୁହନ୍ତି, ମୋ ପରିଚୟ ଜାଣି କ’ଣ କରିବେ, ମୋ ଠୁ କିଛି ଶିଖିବାକୁ ଚେଷ୍ଟା କରନ୍ତୁ।

author-image
Satyendu Shekher Mishra
Inspiration

Inspiration

ଚିକଚିକ୍ କରୁଥିବା ରାଜଧାନୀର ରାଜରାସ୍ତାକୁ ସୁନ୍ଦର ଏବଂ ସ୍ବଚ୍ଛ କରିବାକୁ ଏଠି ନିଆର ଉଦ୍ୟମ ହେଉଛି। ନିଜ ବ୍ୟକ୍ତିଗତ ପ୍ରଚେଷ୍ଟାରେ ଏ ରାସ୍ତାରେ ଯାଉଥିବା ଲୋକଙ୍କୁ ସ୍ବଚ୍ଛତାର ଅର୍ଥ ବୁଝାଇବାର ପ୍ରୟାସ ଚାଲିଛି। ହାତରେ ଝାଡୁ ଧରି ଫୁଥପାଥକୁ ଓଳାଇବାରେ ଲାଗିଛନ୍ତି, ଦେବବ୍ରତ। 

Advertisment

ଦେବବ୍ରତ ସାହୁ। ଏ ବ୍ୟକ୍ତି ଜଣକ ବିଏମସିର ସଫେଇ କର୍ମଚାରୀ, ଏ କଥା ଭାବିବାର ଭୁଲ୍ ଆଦୌ କରନ୍ତୁ ନାହିଁ। ହୋଇପାରନ୍ତି, ଏ ଆପଣଙ୍କୁ ପାଠ ପଢାଇ ମଣିଷ କରିଥିବେ। କାନ ଧରି ଭୁଲ କରିଥିଲେ ଆକଟ କରିଥିବେ। ଅବୁଝା ଅଙ୍କର ଶରଳ ସମୀକରଣ ବୁଝାଇ ଆପଣଙ୍କୁ ମଣିଷ ହେବାର ରାସ୍ତା ଦେଖାଇଥିବେ। 

କାରଣ ଏ ଦୃଶ୍ୟ ଆଉ ଦୃଶ୍ୟ ପଛର ବ୍ୟକ୍ତିତ୍ବଙ୍କ ଅସଲ ପରିଚୟ, ସେଇଆ ନୁହେଁ, ଯାହା ଆପଣ ଦେଖୁଛନ୍ତି। ଦେବବ୍ରତ ବାବୁ ମଣିଷ ଗଢା କାରଖାନାର ଜଣେ ବିନ୍ଧାଣୀ। ବୃତ୍ତିରେ ଶିକ୍ଷକ ଥିଲେ। ଆଉ ଏବେ ଅବସର ପରେ ସାମାଜକୁ ଶିକ୍ଷିତ କରିବାକୁ ହାତରେ ଝାଡୁ ଧରିଛନ୍ତି।

Advertisment

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବବ୍ରତ ସାହୁ। ପଟିଆସ୍ଥିତ ବଡ଼ ନାମୀ ଓ ଦାମୀ ଆପାର୍ଟମେଣ୍ଟରେ ରୁହନ୍ତି ସତ। ମାତ୍ର ସକାଳ ହେଲେ ରାସ୍ତାରେ ଝାଡୁ ପୋଛା ଧରି ଓହ୍ଲାଇ ଆସନ୍ତି। ଶ୍ରମଦାନ କରି ଆମ ସହରକୁ ଧୋବ ଫରଫର କରିବାକୁ ଚେଷ୍ଟା କରନ୍ତି। ଏଥିପାଇଁ ତାଙ୍କୁ କ’ଣ ବା ପାରିଶ୍ରମିକ ଦିଆଯାଇପାରିବ ! 

ସକାଳୁ ଉଠିଲେ ଲୋକେ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ମଣିଂ ୱାକ କରନ୍ତି। କିନ୍ତୁ ଦେବାବ୍ରତ ବାବୁ ହାତରେ ଫିନାଇଲ ବୋତଲ, ଗୋଟେ ପୋଛା ଏବଂ ଗୋଟେ ବଡ଼ ବ୍ରସ ଧରି ବାହାରକୁ ବାହାରନ୍ତି।  ନିଜର କ୍ଷମତା ଅନୁସାରେ   ଲୋକେ ଚଳପ୍ରଚଳ କରୁଥିବା ବସଷ୍ଟପ ଏବଂ ମନ୍ଦିର ପରିସର ଓ ମଣ୍ଡପରେ ପୋଛା ମରନ୍ତି। ଜାଣି ଖୁସି ହେବେ, କ୍ୟାମେରାକୁ ବାଇଟ୍ ଦେଉ ନ ଥିବା ଏ ବ୍ୟକ୍ତି ଜଣକ ଆମ ଓଡ଼ିଶାର ଜଣେ ପଦସ୍ଥ ମନ୍ତ୍ରୀଙ୍କ ସଡୁ। କିନ୍ତୁ ଦେବବ୍ରତ ବାବୁଙ୍କୁ ନିଜ ବିଷୟରେ କିଛି ପଚାରିଲେ ସେ କିଛି କୁହନ୍ତି ନାହିଁ।  ପାଖାପାଖି ଅଭଏଡ୍ କରନ୍ତି। କେବଳ ଏତିକି କୁହନ୍ତି, ମୋ ପରିଚୟ ଜାଣି କ’ଣ କରିବେ, ମୋ ଠୁ କିଛି ଶିଖିବାକୁ ଚେଷ୍ଟା କରନ୍ତୁ। 

Advertisment
Advertisment