Advertisment

ଏମିତି ଏକ ରହସ୍ୟମୟ ଗାଁ; ଯେଉଁଠି ମଣିଷ ନୁହେଁ ପକ୍ଷୀ କରନ୍ତି ଆତ୍ମହତ୍ୟା !

ପକ୍ଷୀମାନେ ସନ୍ଧ୍ୟା ୬ଟାରୁ ରାତି ୯ଟା ୩୦ ମିନିଟ ମଧ୍ୟରେ ଆତ୍ମହତ୍ୟା କରନ୍ତି। କେବଳ ସ୍ଥାନୀୟ ପକ୍ଷୀ ନୁହଁନ୍ତି ଏଠାରେ ଥିବା ଅଧିକାଂଶ ବାହାରୁ ଉଡ଼ି ଆସୁଥିବା ପକ୍ଷୀ ମଧ୍ୟ ଆତ୍ମହତ୍ୟା କରୁଥିବା ଦେଖିବାକୁ ମିଳେ।

author-image
Sonali Ojha
ଅଦ୍ୟତନ ହୋଇଛି
Birds Suiside

Birds Suiside

ପୃଥିବୀରେ ଅନେକ ଆଶ୍ଚର୍ଯ୍ୟଜନକ ଓ ରହସ୍ୟମୟ ସ୍ଥାନ ଅଛି। ଆଜି ବି ବୈଜ୍ଞାନିକମାନେ ଏହି ରହସ୍ୟ ଉପରୁ ପରଦା ଉଠାଇ ପାରିନାହାନ୍ତି। ମଣିଷ ଆତ୍ମହତ୍ୟା କଥା ଆମେ ଜାଣୁ ହେଲେ ପଶୁ କି ପକ୍ଷୀ ଆତ୍ମହତ୍ୟା କରିବାର କଥା ନିହାତି ପକ୍ଷେ ଆଶ୍ଚର୍ଯ୍ୟକର। ଏମିତି ଏକ ରହସ୍ୟମୟ ଗାଁ ଅଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ସହ ଭୟଭୀତ ହୋଇଯିବେ।

Advertisment

ଆସାମର ଜାଟିଙ୍ଗା ହେଉଛି ଏକ ରହସ୍ୟମୟ ଗାଁ। ଏହି ଗାଁ ଏକ ଅଦ୍ଭୁତ କାରଣ ପାଇଁ ବେଶ୍ ଜଣାଶୁଣା। ‘ପକ୍ଷୀ ଆତ୍ମହତ୍ୟା’ ପାଇଁ ବିଶ୍ୱବ୍ୟାପୀ ଏହି ଗାଁ ଜଣାଶୁଣା। ଏହି ଗାଁର ଜନସଂଖ୍ୟା ମାତ୍ର ୨୫୦୦। ଜାଟିଙ୍ଗା ଆସାମର ଗୌହାଟୀରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ଅବସ୍ଥିତ।

ଏହି ସ୍ଥାନକୁ ପ୍ରତିବର୍ଷ ସେପ୍ଟେମ୍ବରରୁ ନଭେମ୍ବର ପର୍ଯ୍ୟନ୍ତ ଅନେକ ପକ୍ଷୀ ଆସନ୍ତି। ତେବେ ଏହି ଗାଁରେ ପକ୍ଷୀମାନେ ଆତ୍ମହତ୍ୟା କରୁଥିବା କୁହାଯାଏ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ପକ୍ଷୀମାନେ ସନ୍ଧ୍ୟା ୬ଟାରୁ ରାତି ୯ଟା ୩୦ ମିନିଟ ମଧ୍ୟରେ ଆତ୍ମହତ୍ୟା କରନ୍ତି। କେବଳ ସ୍ଥାନୀୟ ପକ୍ଷୀ ନୁହଁନ୍ତି ଏଠାରେ ଥିବା ଅଧିକାଂଶ ବାହାରୁ ଉଡ଼ି ଆସୁଥିବା ପକ୍ଷୀ ମଧ୍ୟ ଆତ୍ମହତ୍ୟା କରୁଥିବା ଦେଖିବାକୁ ମିଳେ।

Advertisment

ଏହି କାରଣରୁ, ଅନେକ ଲୋକ ଜାଟିଙ୍ଗାକୁ ପୃଥିବୀର ସବୁଠାରୁ ଭୟଙ୍କର ସ୍ଥାନ ବୋଲି ବିବେଚନା କରନ୍ତି। ଏହି ଆତ୍ମହତ୍ୟା ପ୍ରକ୍ରିୟାରେ ପ୍ରାୟ ୪୦ ପ୍ରଜାତିର ସ୍ଥାନୀୟ ଏବଂ ସ୍ଥାନାନ୍ତରିତ ପକ୍ଷୀ ଜଡିତ ଅଛନ୍ତି। ସେହିସ୍ଥାନରୁ ଟାଇଗର ବିଟର୍ନ, ଲିଟିଲ୍ ଏଗ୍ରେଟ୍, ବ୍ଲାକ୍ ବିଟର୍ନ, ପଣ୍ଡ ହେରନ୍, ଇଣ୍ଡିଆନ୍ ପିଟ୍ଟା ଏବଂ କିଙ୍ଗଫିସର ଆଦି ପ୍ରଜାତିର ପକ୍ଷୀଙ୍କ ମୃତଦେହ ମିଳିଛି । ଏହି ଅଞ୍ଚଳରେ ଆତ୍ମହତ୍ୟା ପାଇଁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ମିଳିନାହିଁ।

କିଛି ଲୋକ ବିଶ୍ବାସ କରନ୍ତି ଯେ ଗାଁଟି ଅଭିଶପ୍ତ ଗାଁ। କିଛି ଲୋକଙ୍କ ମତରେ ଏହି ଅଞ୍ଚଳରେ ଅତ୍ୟଧିକ ଚୁମ୍ବକୀୟ କ୍ଷେତ୍ର ଯୋଗୁଁ ପକ୍ଷୀମାନଙ୍କର ମୃତ୍ୟୁ ଘଟୁଛି। ବର୍ଷ ବର୍ଷ ଧରି ଅନେକ ଗ୍ରାମବାସୀ ବିଶ୍ୱାସ କରୁଥିଲେ ଯେ ଏହି ଘଟଣା ପଛରେ ‘ଦୁଷ୍ଟ ଆତ୍ମା’ ଅଛନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପକ୍ଷୀମାନେ ଦ୍ୱନ୍ଦ୍ୱରେ ପଡ଼ି ଗଛ, ଆଲୋକ ଏବଂ ଏପରିକି ବିଲ୍ଡିଂରୁ ତଳକୁ ଖସିପଡ଼ନ୍ତି। କିନ୍ତୁ ଏହି ଘଟଣା ପଛରେ ପ୍ରକୃତ କାରଣ କ’ଣ ତାହା ଏଯାଏ ସାମନାକୁ ଆସିନି।

Migratory Birds
Advertisment
Advertisment