Advertisment

ଇଣ୍ଟରଭିୟୁ ନେଉଥିବା ବ୍ୟକ୍ତି ଥିଲେ ଏକ୍ସ-ବୟଫ୍ରେଣ୍ଡ୍‌, ସାମ୍ନାରେ ଦେଖି ଯୁବତୀଙ୍କ ହୋସ୍‌ ଉଡ଼ିଗଲା...

ଇଣ୍ଟରଭିୟୁ ଦେବା ପାଇଁ ଯାଇଥିବା ବେଳେ ସାମ୍ନା ଲୋକଙ୍କୁ ଦେଖି ଯୁବତୀ ଜଣକ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। କାରଣ ଇଣ୍ଟରଭିୟୁ ନେଉଥିବା ବ୍ୟକ୍ତି ଜଣକ ଆଉ କେହି ନଥିଲେ ବରଂ ଯୁବତୀଙ୍କ ଏକ୍ସ-ବୟଫ୍ରେଣ୍ଡ୍‌ ଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Viral News

The person taking the interview turned out to be ex-boyfriend

ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ଯାଇଥିବା ଜଣେ ଯୁବତୀଙ୍କ ସହ ଏମିତି କିଛି ଘଟଣା ଘଟିଛି, ହୁଏତ ଜୀବନରେ ସେ କେବେବି ଏହାକୁ ଭୁଲି ପାରିବେନି। ଇଣ୍ଟରଭିୟୁ ଦେବା ପାଇଁ ଯାଇଥିବା ବେଳେ ସାମ୍ନା ଲୋକଙ୍କୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। କାରଣ ଇଣ୍ଟରଭିୟୁ ନେଉଥିବା ବ୍ୟକ୍ତି ଜଣକ ଆଉ କେହି ନଥିଲେ ବରଂ ଯୁବତୀଙ୍କ ଏକ୍ସ-ବୟଫ୍ରେଣ୍ଡ୍‌ ଥିଲେ। ୬ ବର୍ଷ ପୂର୍ବେ ଯୁବତୀ ଜଣକ ତାଙ୍କ ନମ୍ବରକୁ ବ୍ଲକ୍‌ କରି ଦେଇଥିଲେ ଓ ଉଭୟ ଅଲଗା ହୋଇଯାଇଥିଲେ। ହେଲେ ସମୟର ଚକ୍ର ଘୁରି ତାଙ୍କୁ ପୁଣିଥରେ ବୟଫ୍ରେଣ୍ଡ୍‌ଙ୍କ ସହ ଭେଟ କରାଇଥିଲେ, ଯିଏକି ତାଙ୍କର ଏକ୍ସ-ବୟଫ୍ରେଣ୍ଡ୍‌ ଥିଲେ। ସମ୍ପୃକ୍ତ ଯୁବତୀ ନିଜେ ସୋସିଆଲ୍‌ ମିଡିଆରେ ନିଜ କାହାଣୀ ବର୍ଣ୍ଣନା କରିଛନ୍ତି। 

Advertisment

ଆମେରିକାର ଅଷ୍ଟିନ୍‌ ସିଟିରେ ରହୁଥିବା ରାଲି ଜୋଏଟ୍‌ ୬ ବର୍ଷ ପୂର୍ବେ ଯେଉଁ ଯୁବକଙ୍କୁ ହଠାତ୍‌ ଛାଡ଼ି ଦେଇଥିଲେ, କିଛି ବର୍ଷ ପରେ ସେ ତାଙ୍କ ନୂଆ ବଶ୍‌ ହେବେ ବୋଲି ଜାଣିନଥିଲେ। ଇଣ୍ଟରଭିୟୁ ବେଳେ ଯେତେବେଳେ ଜୋଏଟ୍‌ ଉକ୍ତ ଯୁବକଙ୍କୁ ଦେଖିଥିଲେ, ସେ ଚକିତ ହୋଇଯାଇଥିଲେ। ଯୁବକ ଜଣକ ମଧ୍ୟ ତାଙ୍କୁ ଦେଖି ଚିହ୍ନି ପାରିଥିଲେ। ହେଲେ ଜୋଏଟ୍‌ଙ୍କୁ ଚାକିରିର ଆବଶ୍ୟକତା ଥିଲା, ତେଣୁ ଅଧାରୁ ଇଣ୍ଟରଭିୟୁ ଛାଡ଼ି ନଥିଲେ। ଟିକ୍‌ଟକ୍‌ରେ ସେ ତାଙ୍କର ଏହି କାହାଣୀ ଶେୟାର କରିଛନ୍ତି, ଯାହା ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି।

ଇଣ୍ଟରଭିୟୁ ନେଉଥିବା ଜୋଏଟ୍‌ଙ୍କ ଏକ୍ସ-ବୟଫ୍ରେଣ୍ଡ୍‌ ତାଙ୍କୁ ଚାକିରି ରେ ରଖିଥିଲେ। ହେଲେ ଜୋଏଟ୍‌ ଏହି ଚାକିରି ପାଇଁ ମନା କରି ଦେଇଥିଲେ ଓ ଅନ୍ୟ ସ୍ଥାନରେ ଏବେ ସେ ଚାକିରି କରୁଛନ୍ତି। 

Advertisment

କାହିଁକି ହୋଇଥିଲା ବ୍ରେକ୍‌ଅପ୍‌ ? 

ଜୋଏଟ୍‌ଙ୍କ କହିବା ଅନୁସାରେ, ତାଙ୍କୁ ଯେତେବେଳେ ୧୯ ବର୍ଷ ହୋଇଥିଲା, ସେତେବେଳେ ଉକ୍ତ ଯୁବକଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ଉଭୟ ୬ ବର୍ଷ ରିଲେସନଶିପ୍‌ରେ ଥିଲେ। ତେବେ ଯୁବକ ଜଣକ ରିଲେସନଶିପ୍‌କୁ ନେଇ ଅଧିକ ସିରିୟସ ହୋଇଯାଇଥିଲେ। ହେଲେ ଜୋଏଟ୍‌ ଏମିତି କିଛି ଭାବି ନଥିଲେ। ଏଭଳି ସ୍ଥିତିରେ ଦିନେ ଜୋଏଟ୍‌ ସମ୍ପୃକ୍ତ ଯୁବକଙ୍କ ସହ ସମସ୍ତ ସମ୍ପର୍କ ତୁଟେଇ ଦେଇ ଆଗକୁ ବଢ଼ିଥିଲେ। ଜୋଏଟ୍‌ଙ୍କୁ ବର୍ତ୍ତମାନ ୨୫ ବର୍ଷ। ଟିକ୍‌ଟକ୍‌ରେ ଭିଡିଓ ଶେୟାର କରି ସେ କହିଛନ୍ତି, ୬ ‍ବର୍ଷ ପୂର୍ବେ ଯାହାକୁ ଛାଡ଼ିଥିଲି, ଆଜି ତାଙ୍କ ପାଖକୁ ଚାକିରି ପାଇଁ ଯିବାକୁ ପଡ଼ିଥିଲା। ହୁଏତ ଏହାହିଁ ତାଙ୍କ ଭାଗ୍ୟରେ ଲେଖା ଥିଲା। 

Viral News
Advertisment
Advertisment