• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶେଷରେ ଚାରିଆଡୁ ଚାପ ପରେ ଚେତିଲା ପ୍ରଶାସନ । ଆସନ୍ତାକାଲିଠୁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମଦ୍ୱାର । ପୁରୀବାସୀଙ୍କ ଲାଗି କାଲିଠୁ ପଶ୍ଚିମଦ୍ୱାର ଖୋଲିବ ବୋଲି ସୂଚନା ମିଳିଛି । ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଏହି ସୂଚନା ଦେଇଛନ୍ତି ।

ପରିଚୟପତ୍ର ଦେଖାଇ ପଶ୍ଚିମ ଦ୍ୱାରରେ ପୁରୀ ବାସିନ୍ଦା ପ୍ରବେଶ କରିପାରିବେ । ଭକ୍ତ, ପୁରୀ ବାସିନ୍ଦା, ସେବକ ଓ ରାଜନେତା ସମସ୍ତେ ଏହି ଦାବି ଉଠାଇଥିଲେ। ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା ନେଇ ଦାବି ଜଣାଇଥିଲେ।

ଆଜି ଖୋଦ୍ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ଟୁଇଟ କରିଥିଲେ। ସେଥିରେ ଉଲ୍ଲେଖ କରିଥିଲେ ‘ ଅତିଶୀଘ୍ର ଆଉ ଗୋଟିଏ ଦ୍ୱାର ନଖୋଲିଲେ, କାଲିଠୁ ପଶ୍ଚିମଦ୍ୱାର ଆଗରେ ବସି ଠାକୁରଙ୍କୁ ଆରାଧନା କରିବେ। ଏହାପରେ ପ୍ରଶାସନ ପଶ୍ଚିମ ଦ୍ୱାର ଖୋଲିବା ନେଇ ନିଷ୍ପତ୍ତି ନେଇଛି। ...