ଅଦ୍ୟତନ ହୋଇଛି
kalijai
Advertisment
କୁହୁଡି ଯୋଗୁଁ ଚିଲିକାରେ ଡଙ୍ଗା ଫସିବା ପରେ ପ୍ରଶାସନର ଚେତା ପଶିଲା । ସାମୟିକ ଭାବେ ବନ୍ଦ ରହିଲା ବାଲୁଗାଁରୁ ଡଙ୍ଗା ଚଳାଚଳ । କୁହୁଡ଼ି ନକମିବା ଯାଏଁ ଚିଲିକାରେ ଡଙ୍ଗା ଚଳାଚଳ ଉପରେ କଟକଣା ଲାଗିଛି । ବାଲୁଗାଁରୁ ଚିଲିକା ଦେଇ କାଳିଜାଇ ଯାଉଥିବା ଡଙ୍ଗାରେ କଟକଣା ଲାଗିଛି । ଡଙ୍ଗା ଚଳାଚଳ ବନ୍ଦ ନେଇ ବାଲୁଗାଁ SDPO ସୂଚନା ଦେଇଛନ୍ତି । ସକାଳୁ କୁହୁଡ଼ି ଯୋଗୁ ମା କାଳିଜାଇଙ୍କ ପୀଠକୁ ଦର୍ଶନ ପାଇଁ ଯାଉଥିବା ବେଳେ ଏ ସମସ୍ୟା ଦେଖାଦେଇଥିଲା । କୃଷ୍ଣପ୍ରସାଦ ବ୍ଲକ ଗଡ଼ ଜେଟି ନିକଟରୁ ୨୦ ଜଣ ଯାତ୍ରୀଙ୍କୁ ନେଇ ବାହାରିଥିବା ଡଙ୍ଗା ଫସିଯାଇଥିଲା । ମକର ସଂକ୍ରାନ୍ତି ଯୋଗୁଁ ବାଲୁଗାଁରେ ଜମିଛି ଭକ୍ତଙ୍କ ଭିଡ଼ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/kalijai_1673678482.jpg)