ପ୍ରେସରରେ ପୁଳାଏ ଝରି ପୋକ । ଏପଟେ ମହିଳାମାନେ ମଶାରୀ ଟାଙ୍ଗି ହୁଙ୍କା ପାଖରୁ ଆହୁରି ଝରି ପୋକ ସଂଗ୍ରହ କରୁଛନ୍ତି । ମଶାରୀ ଭିତରେ ଗୋଟିଏ ଗ୍ଲାସ୍ ଦ୍ୱାରା ଝରୀପୋକକୁ ଧରାଯାଉଛି । ଆଉ ସେ ସବୁ ଝରିପୋକକୁ ଧରାଯିବା ପରେ ସଫା କରାଯିବ । ତା’ ପରେ ସୁସ୍ୱାଦ ବ୍ୟଞ୍ଜନ ତିଆରି ହେବ । ଶେଷରେ ପାରିବାର ମିଶି ଏକାଠି ଖାଇବେ ।
ଆଦିବାସୀ ପରିବାରର ଭୋକ ମେଣ୍ଟାଇବାକୁ ଝରି ପୋକ ହିଁ ସାହାରା ହୋଇଛି । ବିକାଶ ଦେଖି ନଥିବା ନିରୀହ ଆଦିବାସୀମାନେ ନିଜର ପେଟ ପାଇଁ ଯେମିତି ଏ ବିକଳ୍ପକୁ ବାଛି ନେଇଛନ୍ତି । ଖୁସିରେ ହେଉ ଅବା ବାଧ୍ୟ ବାଧକତାରେ କିନ୍ତୁ ସେହି ଚିତ୍ର ଦେଖିଲେ ଆପଣ କହିପାରିବେ ଭୋକ ମେଣ୍ଟାଉଛି ଝରିପୋକ । ଏହି ଘଟଣା ହେଉଛି ସୁନ୍ଦରଗଡ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ କୋଇଡା ବ୍ଳକ୍ ପାଟମୁଣ୍ଡା ଗାଁର । ମେଲେରିଆରୁ ରକ୍ଷା ପାଇବାକୁ ସରକାର ଦେଇଥିବା ମଶାରୀକୁ ଜାଲ ଭାବରେ ବ୍ୟବହାର କରି ବର୍ଷା ଋତୁରେ ଚାଲିଛି ଭୋକ ମେଣ୍ଟାଇବା ପାଇଁ ସଂଘର୍ଷ । ଉଇ ହୁଙ୍କାର ଗାତରେ ପ୍ରଥମେ ଚୂନ ଦେବା ପରେ ବାହାରକୁ ବାହାରନ୍ତି ଝରିପୋକ ପରେ ମଶାରୀକୁ ଜାଲ ଭାବରେ ବ୍ୟବହାର କରି ଗ୍ଲାସ ସାହଯ୍ୟରେ ସଂଗ୍ରହ କରନ୍ତି ଝରିପୋକ । ପରେ ଏହା ଖାଦ୍ୟଭାବେ ପ୍ରସ୍ତୁତ କରାଯାଏ ।
Also Read
ତେବେ ଏହାକୁ ଖାଦ୍ୟ ଭାବରେ ଗ୍ରହଣ କରିବା କେତେଦୂର ଠିକ ତାହା ଏବେ ପ୍ରଶ୍ନବାଚୀ । ଆଦିବାସୀ ଅଞ୍ଚଳରେ ସଚେତନତା ଅଭାବରୁ ଏପରି ଘଟଣା ଦେଖା ଦେଉଥିବା କେହିକେହି ମତ ଦେଉଥିବା ବେଳେ କେହିକେହି ଭୋକ ପାଇଁ ଏପରି ଘଟଣା ସାମ୍ନାକୁ ଆସୁଥିବା ମତ ଦେଇଛନ୍ତି ।