Advertisment

ଚପଲ ଚୋରେଇ ସାପ ଫେରାର୍‌, ଭିଡିଓ ଭାଇରାଲ..

କଥାରେ ଅଛି ଯାହା ନହୋଇଥିବ ଅନ୍ୟ ଯୁଗରେ, ତାହା ହେବ କଳିଯୁଗରେ । ତାହାର ସଦ୍ୟତମ ଉଦାହରଣ ହେଉଛି ଏହି ଭିଡିଓ ।

author-image
Manoranjan Behera
ଅଦ୍ୟତନ ହୋଇଛି
snake

snake

ଆଶ୍ଚର୍ଯ୍ୟ !! ଚାହୁଁ ଚାହୁଁ ଚପଲ ନେଇ ପଳାଉଛି ସାପ । ଏକଥା ଆମେ ନୁହେଁ ବରଂ ଭିଡିଓରେ ଦେଖିବାକୁ ମିଳିଛି। ହଠାତ୍‌ ଆସିଲା, ଆଉ ଚାହୁଁ ଚାହୁଁ ଚପଲ ନେଇ ପଳାଇଗଲା । ଏବେ ଏହି ୩୦ ସେକେଣ୍ଡର ଭିଡିଓକୁ ନେଇ ପୂରା ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି । କିଏ ଏହାକୁ ସେୟାର କରୁଛି ତ ଆଉ କିଏ ଏହି ଭିଡିଓକୁ ଦେଖି ହସିବାକୁ ଲାଗୁଛି ।

Advertisment

କଥାରେ ଅଛି ଯାହା ନହୋଇଥିବ ଅନ୍ୟ ଯୁଗରେ, ତାହା ହେବ କଳିଯୁଗରେ । ତାହାର ସଦ୍ୟତମ ଉଦାହରଣ ହେଉଛି ଏହି ଭିଡିଓ । ଚପଲକୁ ସାପ ନେଇ ପଳାଉଥିବାର ଭିଡିଓକୁ ନିଜ ଟ୍ୱିଟର ପେଜ୍‌ରେ ଆଇଏଫଏସ ଅଧିକାରୀ ପରବୀନ କସୱାନ୍‌ ସେୟାର କରିଛନ୍ତି । ଆଉ ଭିଡିଓ ସେୟାର ହେବା ପରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି।

ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖିଲେ ଆପଣ ବି ହସି ହସି ବେଦମ୍‌ ହେବେ । ସାପଟି ଖେଳୁଥିବା ବେଳେ ତାକୁ ଗୋଡାଇବା ଲାଗି ଜଣେ ବ୍ୟକ୍ତି ତା’ ଉପରକୁ ଏକ ଚପଲ ଫିଙ୍ଗିଥିବା ବେଳେ ସାପ ରାଗିଯାଇ ସେହି ଚପଲ ନେଇ ସେଠାରୁ ପଳାଇଥିବା ଭିଡିଓରେ ଦେଖିବାକୁ ମିଳିଛି। ସାପର ଚପଲରେ ଯେ କ’ଣ କାମ ତାହା କାହାକୁ ବି ଜଣାନାହିଁ । ହେଲେ ଏବେ ସୁଦ୍ଧା ଏହି ଭିଡିଓକୁ ଲକ୍ଷେରୁ ଅଧିକ ଲୋକ ଦେଖି ସାରିଲେଣି । ତେବେ ଆଇଏଫ୍‌ଏସ୍‌ ଭିଡିଓଟିକୁ ସେୟାର୍‌ କରି ସେଥିରେ କ୍ୟ‌ାପ୍‌ସନ୍‌ ଲେଖିଛନ୍ତି, ‘ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ସାପଟି ସେ ଚପଲ ନେଇ କ’ଣ କରିବ? ତାହାର ତ ଗୋଡ଼ ବି ନାହିଁ ।

Advertisment

ହେଲେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଦେଖିବା ପରେ ଅନେକ କଂମେଟ ଦେଉଛନ୍ତି ୟୁଜର୍ସ । କିଏ ଏହାକୁ ପସନ୍ଦ କରୁଥିବା ବେଳେ କିଏ କିଏ ସାପକୁ ଚପଲ ଫୋପାଡିବା ଠିକ୍‌ ନୁହେଁ ବୋଲି ମତ ଦେଇଛନ୍ତି ।

Viral Video Special Story Snake
Advertisment
Advertisment