• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିନରେ ବସନ୍ତ, ରାତିରେ ବାସନ୍ତୀ । ଏଇ କଥା ଶୁଣିବା ପରେ ଆପଣ ବି କହିବେ ହଠାତ୍‌ ଏ କଥା ଆମେ କାହିଁକି କହିଲୁ ? ଆମେ ଏଇଥିପାଇଁ ଏ କଥା କହୁଛୁ କାରଣ ବାଲେଶ୍ୱର ସୋରର ଜଣେ ଯୁବକ ଦିନସାରା ପୁଅ ହୋଇ ରହିବା ପରେ ରାତିରେ ଝିଅ ପରି ପୋଷାକ ପିନ୍ଧନ୍ତି । ଆଉ ପୂଳା ପୂଳା ଟଙ୍କା ରୋଜଗାର କରନ୍ତି । ଏକଥା ଆମେ ନୁହେଁ ବରଂ ଖୋଦ୍‌ ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ।

ବାଲେଶ୍ୱର ସୋର ଅଞ୍ଚଳର ଚିରଞ୍ଜୀତ ଖିଲାର l ୩ ବର୍ଷ ହେଲାଣି ଖଇରା ଅଂଚଳର ଜଣେ ଯୁବତୀଙ୍କୁ ବୈଦିକ ରୀତିନୀତି ଅନୁସାରେ ସେ ବିବାହ କରିଥିଲେ । ବିବାହ ପରେ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା । କିନ୍ତୁ ଦିନ ଯେତିକି ଯେତିକି ଗଡିଲା ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ବଢିଲା । କାରଣ ସ୍ତ୍ରୀ ଜାଣିବାକୁ ପାଇଥିଲେ କି ତାଙ୍କ ସ୍ୱାମୀ ଜଣେ ସମଲିଙ୍ଗୀ । ଖାଲି ଏତିକି ନୁହେଁ ବରଂ ସେ ସେକ୍ସ ରାକେଟ୍‌ରେ ବି ଜଡ଼ିତ । ଆଉ ସତ ଜାଣିବା ପରେ ସ୍ତ୍ରୀଙ୍କର ଉଡିଯାଇଥିଲା ହୋସ୍‌ ।

ପୁଅ ସୁରଟ୍‌ରେ ଇଂଜିନିୟର ଅଛି ବୋଲି ଜାଣିବା ପରେ ବିବାହ କରାଇଥିଲେ । ହେଲେ ଇଂଜିନିୟର ପୁଅ ଯେ ଦିନରେ ବସନ୍ତ ଆଉ ରାତିରେ ବାସନ୍ତୀ ସାଜନ୍ତି ଏକଥା କାହାକୁ ଜଣାନଥିଲା । ଜଣେ ପୁରୁଷ ହେବା ପରେ ବେଶ୍ୟାବୃତ୍ତି କରୁଥିବାରୁ ପତ୍ନୀ ଏହାକୁ ବିରୋଧ କରିଥିଲେ । ଖାଲି ବିରୋଧ ନୁହେଁ ବରଂ ଏମିତି କାମ୍‌ ନକରିବାକୁ ବାରମ୍ବାର ବୁଝାଇଥିଲେ । ହେଲେ ସ୍ୱାମୀ କିନ୍ତୁ ବଦଳିନଥିଲେ । ସ୍ଥିତି ଜଟିଳ ହେବା ପରେ ସ୍ୱାମୀର ବିଭିନ୍ନ ଅଶ୍ଳୀଳ ଫଟୋ ଧରି ନ୍ୟାୟ ପାଇଁ ସୋର ଥାନାରେ ଦ୍ୱାରସ୍ଥ ହେବା ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଛନ୍ତି ପତ୍ନୀ । ଆଉ ଏ ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ଚୀରଞ୍ଜିତ୍‌ଙ୍କୁ ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା ।

(ରିପୋର୍ଟ- ନିରଞ୍ଜନ ବେହେରା, ସୋର)