Advertisment

୧୫ ବର୍ଷ ହେଲାଣି ପାଣି ମିଳୁନି : ଖରାରେ ସିଝି ସିଝି ପାଣି ପାଇଁ ଯାଉଛନ୍ତି ମାଇଲେ ବାଟ

ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁଆଁରମୁଣ୍ଡା ବ୍ଲକ ବାଙ୍କୀ କଲୋନୀ ବସ୍ତିରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟ କଲାପରି ଦୃଶ୍ୟ I ଟୋପାଏ ପାଣି ପାଇଁ ଡହଳବିକଳ ହେଉଛନ୍ତି ପୂରା ପଞ୍ଚାୟତବାସୀ । ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ୧୫ ବର୍ଷ ହେବ ଏମାନଙ୍କର ସମସ୍ୟା ସମାଧାନ ହିଁ ହେଉନାହିଁ । ପାନୀୟଜଳ ସମସ୍ୟା ସମ୍ପର୍କରେ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଅଭିଯୋଗ କଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରି ନାହିଁ।

ଅଦ୍ୟତନ ହୋଇଛି
Severe water scarcity

Severe water scarcity

Advertisment

ମୁଣ୍ଡରେ ହାଣ୍ଡି, କାଖରେ ଗରା ଆଉ ହାତରେ ବାଲ୍ଟି । ଧାଡ଼ି ହୋଇ ଚାଲିଚାଲି ଯାଉଛନ୍ତି ଗାଁ ମହିଳାମାନେ । ଏମିତି ସବୁ ଦୃଶ୍ୟ ଦେଖିବା ପରେ ଆପଣ ବି କହିବେ ପାଣି ଆଣିବାକୁ ସେମାନେ ଯାଉଛନ୍ତି । ଏଥିରେ ଆଶ୍ଚର୍ଯ୍ୟ ହେବାରେ କଣ ରହିଛି? ହେଲେ ସେ ଚିତ୍ର ପଛର କାହାଣୀ ଜାଣିଲେ ଆପଣ ବି ଚିନ୍ତିତ ହେବେ ଆଉ ପ୍ରଶ୍ନ କରିବେ ବସୁଧା ଯୋଜନା କଣ ସେଇଠି ବାଟବଣା?

Advertisment

ଅଧିକ ପଢ଼ନ୍ତୁ: ପିଇବା ପାଣି ପାଇଁ ଡହଳ ବିକଳ ସ୍ଥିତି, ନଳକୂପ ଥାଇ ବି ପାଣି ବାହାରୁନି

ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁଆଁରମୁଣ୍ଡା ବ୍ଲକ ବାଙ୍କୀ କଲୋନୀ ବସ୍ତିରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟ କଲାପରି ଦୃଶ୍ୟ I ଟୋପାଏ ପାଣି ପାଇଁ ଡହଳବିକଳ ହେଉଛନ୍ତି ପୂରା ପଞ୍ଚାୟତବାସୀ । ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ୧୫ ବର୍ଷ ହେବ ଏମାନଙ୍କର ସମସ୍ୟା ସମାଧାନ ହିଁ ହେଉନାହିଁ । ପାନୀୟଜଳ ସମସ୍ୟା ସମ୍ପର୍କରେ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଅଭିଯୋଗ କଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରି ନାହିଁ l ସରକାରୀ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ରାଜ୍ୟସରକାରଙ୍କ ମେଗା ପାନୀୟଜଳ ପ୍ରକଳ୍ପ ଯୋଜନାରେ ପ୍ରାୟ ଦେଢ ବର୍ଷ ହେଲା ବସ୍ତି ଭିତରେ ପାଇପ୍ ପୋତାଯାଇ ଟ୍ୟାପ୍ ଲାଗିଛି ହେଲେ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନାହିଁ । ତେଣୁ ବାଧ୍ୟ ହୋଇ ପିଇବା ପାଣି ଲାଗି ନିଇତି ଏମାନେ ଏମିତି କରୁଛନ୍ତି ସଂଘର୍ଷ ।

Advertisment

ବାଙ୍କୀ କଲୋନୀ ବସ୍ତିଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଗୋଟିଏ ସୋଲାର ପମ୍ପ ଲାଗିଛି । ସେହି ପମ୍ପରୁ ପୂରା ପଂଚାୟତର ଲୋକେ ନେଉଛନ୍ତି ପାଣି । ଗାଁରେ ୨ଟି ନଳକୂପ ରହିଥିଲା ହେଲେ ତାହା ଏବେ ସଂପୂର୍ଣ୍ଣ ଅଚଳ । ତେଣୁ ଟାଣ ଖରାରେ ଏମିତି ରାସ୍ତାରେ ଚାଲିଚାଲି ପାଣି ଆଣୁଛନ୍ତି ଲୋକେ । ସେପଟେ ଲୋକଙ୍କ ପାଣି ସମସ୍ୟାକୁ ନେଇ ଅନ୍ଧାରି ଗ୍ରାମ ପଞ୍ଚାୟତ ସରପଂଚ କହୁଛନ୍ତି ଆମେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଛୁ । ଖୁବଶୀଘ୍ର ପାନୀୟ ଜଳ ସମସ୍ୟାର ସମାଧାନ ହେବ ।

(ବୀରମିତ୍ରପୁରରୁ ରାକେଶ ସାହୁଙ୍କ ରିପୋର୍ଟ)

Water Scarcity Biramitrapur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ