/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694934523.jpg)
Scrub Typhus
ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ୧୧ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ। ଜିଲ୍ଲାରେ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ରହିଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟ ୧୮୦କୁ ବୃଦ୍ଧି । ତେବେ ସଂକ୍ରମଣ ରୋକିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯିବା ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ।
ସୁନ୍ଦରଗଡ଼ ସହ ବରଗଡ଼ରେ ମଧ୍ୟ ବ୍ୟାପୁଛି ସ୍କ୍ରବ ଟାଇଫସ । ଏହି ଭୂତାଣୁ ଜନିତ ରୋଗରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ୫ ଜଣଙ୍କ ଭିତରୁ ସୋହେଲା ବ୍ଲକରୁ ୨ ଜଣ ଥିବା ବେଳେ ଅତାବିରା, ଭେଡେନ୍ ଓ ବରପାଲିରୁ ଜଣେ ଲେଖାଏ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ଏବେ ଏହି ଭୂତାଣୁରେ ସଂକ୍ରମିତ ହୋଇ ଅନେକ ଚିକିତ୍ସିତ ହେଉଛନ୍ତି ।
କେଉଁଠି ଦେଖାଯାଆନ୍ତି ଏହି କୀଟ ?
ସ୍କ୍ରବ ଟାଇଫସ କୀଟ ଚାଷ ଜମିରେ ସାଧାରଣତଃ ଦେଖିବାକୁ ମିଳିଛି । ବର୍ତ୍ତମାନ ଚାଷ କାମ ଜୋରସୋରରେ ଚାଲିଥିବା ବେଳେ ଜମିକୁ ଯାଉଥିବାରୁ ଏହି କୀଟ ଚାଷୀଙ୍କୁ କାମୁଡ଼ୁଥିବା ସୂଚନା ମିଳିଛି । ସର୍ବସାଧାରଣ ପୋଖରୀ, ବିଲ ଓ ଜଙ୍ଗଲକୁ ଯାଉଥିବା ଲୋକ ଏଥିରେ ଆକ୍ରାନ୍ତ ହୋଇଥାନ୍ତି ଏନେଇ ଲୋକଙ୍କୁ ସଚେତନ ରହିବାକୁ ଡାକ୍ତରଙ୍କ ପରାମର୍ଶ ଦେଇଛନ୍ତି ।
ଲକ୍ଷଣ କ’ଣ ?
ସ୍କ୍ରବ ଟାଇଫସ୍ରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ହଠାତ୍ ଜ୍ୱର, ଥଣ୍ଡା, ତଳିପେଟରେ ଯନ୍ତ୍ରଣା, ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଦେଖାଦେଇଥାଏ । କୀଟ କାମୁଡ଼ିଥିବା ସ୍ଥାନ ନାଲି ପଡ଼ି ଯାଇ ଏକ ଫୋଟକା ପରି ଦେଖାଯାଏ । ବୟସ୍କଙ୍କ ତୁଳନାରେ ଛୋଟ ପିଲା ଏଥିରେ ଅଧିକ ଆକ୍ରାନ୍ତ ହେଉଥିବା ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)