Advertisment

ଘୋଷଯାତ୍ରାର ଅନ୍ତିମ ପର୍ବରେ ରସଗୋଲା ଖୁଆଇ ମା' ଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ ମହାପ୍ରଭୁ

ମାନଭଞ୍ଜନ ପରେ ନୀଳକନ୍ଦରକୁ ବିଜେ କରିଛନ୍ତି ନିଳାଦ୍ରୀବିହାରୀ । ପ୍ରାଚୀନ ଦାଣ୍ଡି ରାମାୟଣରେ ବର୍ଣ୍ଣିତ ରସଗୋଲାର ଗାଥା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Lord Jagannath

Lord Jagannath

ନବଦିନାତ୍ମକ ଯାତ୍ରା ଶେଷ ପରେ ରତ୍ନ ସିଂହାସନକୁ ବାହୁଡ଼ିଛନ୍ତି ଶ୍ରୀଜୀଉ । ଘୋଷଯାତ୍ରାରେ ସାଙ୍ଗରେ ନେଇନଥିବାରୁ ଅଭିମାନୀନି ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଛନ୍ତି ଶ୍ରୀଜିଉ । ମାନଭଞ୍ଜନ ପରେ ନୀଳକନ୍ଦରରେ ପ୍ରବେଶ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଲୀଳାପୁରୁଷ ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରିବିଜେ ରଥଯାତ୍ରାର ଅଷ୍ଟମ ତଥା ଶେଷ ଚରଣ । ଗୁଣ୍ଡିଚା ମଣ୍ଡପରେ ଜନ୍ମବେଦୀ ମହୋତ୍ସବ ଲୀଳା ଭିଆଇ ବାହୁଡ଼ାଦଶମୀରେ ନୀଳାଦ୍ରିକୁ ଫେରିଛନ୍ତି ଶ୍ରୀମନ୍ଦିରର ଅଧିଷ୍ଠାତା ନୀଳାଦ୍ରିବିହାରୀ ନୀଳାଦ୍ରୀଶ ନୀଳଶୈଳଶିରୋମଣି ।

Advertisment

ପ୍ରାଚୀନ ଦାଣ୍ଡି ରାମାୟଣରେ ବର୍ଣ୍ଣିତ ରସଗୋଲାର ଗାଥା ସାଙ୍ଗକୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ସହ ମିଠା ଶ୍ରେଷ୍ଠ ରସଗୋଲାର ରହିଛି ଗଭୀର ସମ୍ପର୍କ । ସେଥିପାଇଁ ତ ଶ୍ରୀଜୀଉଙ୍କ ନିଳାଦ୍ରୀବିଜେରେ ରଥ ଉପରେ ମହାପ୍ରଭୁଙ୍କ ଲାଗି ରସଗୋଲା ଭୋଗ କରିଛନ୍ତି ଭକ୍ତ । କେବଳ ଶ୍ରୀକ୍ଷେତ୍ର ନୁହେଁ, ଗାଁରୁ ସହର ଆଜି ସବୁଠି ଛାଇ ଯାଇଛି ରସଗୋଲା । ମହ ମହ ବାସିଛି ରସଗୋଲାର ବାସ୍ନା । ଓଡ଼ିଆ ପରମ୍ପରାର ପ୍ରତୀକ ଏହି ସୁସ୍ୱାଦୁ ମିଷ୍ଠାନ୍ନକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ହୋଇଛି ରସଗୋଲା ଦିବସ।

ସେ ସାଲେପୁର ପ୍ରସିଦ୍ଧ ରସଗୋଲା ହେଉ ଅବା ପାହାଳର ନରମ ଛେନାରେ ତିଆରି ରସଗୋଲା, ଆଜି ଧୁମ୍ ବିକ୍ରି ହୋଇଛି, ଲୋକେ ବି ଆଜିର ଦିନକୁ ସ୍ମୃତିରେ ରଖି ଖୁବ୍ ଖାଇଛନ୍ତି । ସେପଟେ ପିପିଲି ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ହୋଇଥିଲା ରସଗୋଲା ପ୍ରଦର୍ଶନୀ । ରାଜ୍ୟର ବିଭିନ୍ନ ସ୍ଥାନର ମିଠା ବ୍ୟବସାୟୀ ଏଥିରେ ସାମିଲ ହୋଇ ନିଜ ନିଜର ସ୍ୱତନ୍ତ୍ର ରସଗୋଲାକୁ ପରଷିଥିଲେ ଗ୍ରାହକଙ୍କ ପାଇଁ ।

Advertisment

୨୯ ଜୁଲାଇ ୨୦୧୯। ଓଡ଼ିଶା-ପଶ୍ଚିମବଙ୍ଗ ରସଗୋଲା ଯୁଦ୍ଧରେ ଓଡ଼ିଶାର ହୋଇଥିଲା ମହାବିଜୟ । ଓଡ଼ିଶା ରସଗୋଲାକୁ ମିଳିଥିଲା ଜିଆଇ ଟ୍ୟାଗ୍ । ରସଗୋଲାର ପ୍ରକୃତ ଉତ୍ପତିସ୍ଥଳ ଏବଂ ସଂସ୍କୃତି ଓ ପରମ୍ପରାଗତ ସଂପର୍କର ବଳିଷ୍ଠ ପ୍ରମାଣ ପାଇବା ପରେ ଭାରତ ସରକାରଙ୍କ ଜିଆଇ ରେଜିଷ୍ଟ୍ରେସନ ପକ୍ଷରୁ ମିଳିଥିଲା ମାନ୍ୟତା । ହେଲେ ବାସ୍ ସେଇଠି ଯେମିତି ଅଟକି ଯାଇଛି ସବୁ କିଛି । ଜିଆଇ ମାନ୍ୟତା ମିଳିବା ପରେ ଓଡ଼ିଶା ରସଗୋଲାର ପ୍ରସାର, ପ୍ରଚାର ପାଇଁ ସେମିତି କିଛି ବଡ଼ ଉଦ୍ୟମ ନାହିଁ କହିଲେ ଚଳେ ।

ଏପରିକି ମାନ୍ୟତା ପରଠୁ ଜାତୀୟ, ଅନ୍ତର୍ଜାତୀୟ ସ୍ତରର ପ୍ରଦର୍ଶନୀରେ ବି ଓଡ଼ିଶାର ରସଗୋଲାକୁ ଦେଖିବାକୁ ମିଳୁ ନଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ଉଦବେଗ ପ୍ରକାଶ ପାଇଛି । ମହାପ୍ରଭୁଙ୍କର ନବକଳେବର ବର୍ଷ ୩୦ ଜୁଲାଇ ୨୦୧୫ ନିଳାଦ୍ରୀବିଜେ ଦିନରେ ପ୍ରଥମେ ଅନଲାଇନରେ ରସଗୋଲା ଦିବସ ପାଳନ ଆରମ୍ଭ ହୋଇଥିଲା । ସେବେଠୁ ଲଗାତର ୮ ବର୍ଷ ଧରି ଓଡ଼ିଶାରେ ରସଗୋଲା ଦିବସ ପାଳନ ହୋଇଆସୁଛି ।

Niladri Bije Ratha Jatra Bahuda Jatra
Advertisment
Advertisment