Advertisment

ଦୀର୍ଘବର୍ଷର ପ୍ରତୀକ୍ଷାର ଅନ୍ତ; ଦଶପଲ୍ଲାରୁ ଗଡ଼ିବ ଟ୍ରେନ୍‌

ଆଜି ଦିନ ୧୦ଟାରେ ଦଶପଲ୍ଲା ରେଳ ଷ୍ଟେସନ ଉଦଘାଟିତ ହେବା ପରେ, ସେଠାରୁ ୪ଟି ଟ୍ରେନ୍ ଚଳାଚଳ କରିବ ।

author-image
Manoranjan Behera
Daspalla Railway Station

Daspalla Railway Station

ଦୀର୍ଘବର୍ଷର ପ୍ରତୀକ୍ଷାର ହେବ ଅନ୍ତ । ଆଜି ଉଦଘାଟିତ ହେବ ନୟାଗଡ଼ ଦଶପଲ୍ଲା ରେଳ ଷ୍ଟେସନ । ଏହାକୁ ଲୋକାର୍ପଣ କରିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏଥିସହ ସବୁଜ ପତାକା ଦେଖାଇ ସେଠାରୁ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ । ଆଜି ଦିନ ୧୦ଟାରେ ଦଶପଲ୍ଲା ରେଳ ଷ୍ଟେସନ ଉଦଘାଟିତ ହେବା ପରେ, ସେଠାରୁ ୪ଟି ଟ୍ରେନ୍ ଚଳାଚଳ କରିବ । ୨ଟି ପାସେଞ୍ଜର ଏବଂ ଗୋଟିଏ ଲେଖାଏଁ ଏକ୍ସପ୍ରେସ ଓ ମେମୁ ଦଶପଲ୍ଲାକୁ ନିୟମିତ ରେଳସେବା ଯୋଗାଇଦେବ ।

Advertisment

ସୂଚନା ଅନୁସାରେ, ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ଅନ୍ତର୍ଗତ ଖୋର୍ଦ୍ଧାରୋଡ୍ ଠାରୁ ନୂଆଗାଁ ପର୍ଯ୍ୟନ୍ତ ୯୨ କିଲୋମିଟର ଟ୍ରାକରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିବା ବେଳେ, ବର୍ତ୍ତମାନ ନୂଆଗାଁ ଷ୍ଟେସନ ଠାରୁ ଦଶପଲ୍ଲା ଷ୍ଟେସନ ପର୍ଯ୍ୟନ୍ତ ଅଧିକ ପ୍ରାୟ ୧୫ କିଲୋମିଟର ରେଳ ଲାଇନ କାର୍ଯ୍ୟକ୍ଷମ ହୋଇଛି ।

ସେପଟେ ବଲାଙ୍ଗିରରୁ ସୋନପୁର ବିଛୁପାଲି ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିବା ବେଳେ, ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ବୌଦ୍ଧ ଜିଲ୍ଲା ପୁରୁଣା କଟକ ପର୍ଯ୍ୟନ୍ତ ଟ୍ରେନ ଗଡ଼ାଇବାକୁ ଲକ୍ଷ୍ୟ ରହିଛି । ୨୦୨୬ ସୁଦ୍ଧା ଖୋର୍ଦ୍ଧା ଠାରୁ ବଲାଙ୍ଗିର ପର୍ଯ୍ୟନ୍ତ ୨୮୯ କିଲୋମିଟର ରେଳ ଲାଇନ୍ କାର୍ଯ୍ୟକ୍ଷମ ହେବ ବୋଲି ସ୍ଥିର କରାଯାଇଛି ।

Advertisment

ଉଦଘାଟନ ଉପଲକ୍ଷେ ଦଶପଲ୍ଲା ରେଳଷ୍ଟେସନକୁ ଅତି ଆକର୍ଷଣୀୟ ଭାବେ ସାଜସଜ୍ଜା କରାଯାଇଥିବା ବେଳେ, ଗତରାତିରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେ ଆଜି ପୂର୍ବାହ୍ନରେ ଦଶପଲ୍ଲା କାର୍ଯ୍ୟକ୍ରମ ପରେ, ଅପରାହ୍ନରେ କଣ୍ଟିଲୋ ଠାରେ ଡାକ ବିଭାଗର କାର୍ଯ୍ୟକ୍ରମରେ ଯୋଗଦେବେ । ଏହାପରେ ଆସନ୍ତାକାଲି ଆଠଗଡ଼, ବଡମ୍ବା ଓ ନରସିଂହପୁର ଅଞ୍ଚଳରେ କିଛି ସ୍ଥାନୀୟ କାର୍ଯ୍ୟକ୍ରମରେ ଯୋଗଦେବେ ।

Railway Station Aswini Vaishnaw
Advertisment
Advertisment